peoplepill id: upendra-tripathy
UT
India
1 views today
4 views this week
Upendra Tripathy
Writer from Odisha, India

Upendra Tripathy

The basics

Quick Facts

Intro
Writer from Odisha, India
From
Work field
Gender
Male
Age
91 years
The details (from wikipedia)

Biography

ଉପେନ୍ଦ୍ର ତ୍ରିପାଠୀ (୧୯୦୩-୧୯୯୪), ଜଣେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଆ ଶିଶୁ ସାହିତ୍ୟିକ । ଶିଶୁସାହିତ୍ୟକୁ, ପାଠ୍ୟପୁସ୍ତକ ଓ ଶିକ୍ଷା-ସାହିତ୍ୟ ବାହରେ, ଓଡ଼ିଆ ସାହିତ୍ୟର ଏକ ମୌଳିକ ଧାରା ଭାବରେ ପ୍ରତିଷ୍ଠା କରିବାର ଶ୍ରେୟ ଉପେନ୍ଦ୍ର ତ୍ରିପାଠୀଙ୍କୁ ଯାଏ ।

ଉପେନ୍ଦ୍ର ତ୍ରିପାଠୀ, ୧୯୦୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ, ଯାଜପୁର ଜିଲ୍ଲାର ହରିଦାସପୁର ନିକଟସ୍ଥ ମୁରାରିପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ପଢିବାରେ ତାଙ୍କର ଖୁବ ଆଗ୍ରହ ଥିଲା । ନିଜ ଆତ୍ମଜୀବନୀ "ଗୋଟାଏ କଲମ ଟୋପାଏ କାଳି"ରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ୪ର୍ଥ ଶ୍ରେଣୀରେ ପଢୁଥିବା ସମୟରେ ମଧୁସୂଦନ ରାଓଙ୍କ ସାହିତ୍ୟ କୁସୁମ ଓ ମଧୁସୂଦନ ଦାସଙ୍କ "ଭାରତ ଇତିହାସ" ବହି ଦୁଇଟି ପଢିଥିବା କଥା ଲେଖିଛନ୍ତି । ସେହି ତରୁଣ ବୟସରେ, ସେ ଲେଖାଲେଖି ଆରମ୍ଭ କରିଥିଲେ ଓ "ଆଲୋକ" ନାମକ ଏକ ହାତଲେଖା ପତ୍ରିକା ବାହାର କରୁଥିଲେ । "ବିଧବା ଗୁହାରି", "ବଡ଼ ହେଲେ ମୁଁ ମାଷ୍ଟର ହେବି" ଆଦି କେତେଗୁଡିଏ କବିତା, ସେହି ସମୟରେ ଲେଖିଥିଲେ ।

ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା, ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ଶିଶୁସାହିତ୍ୟକୁ କେବଳ ଶିକ୍ଷାଧର୍ମୀ ନକରି, ମୁଖ୍ୟ ସାହିତ୍ୟର ଏକ ଭିନ୍ନଧାରା ଭାବରେ ଦେଖୁଥିଲେ । ୧୯୨୬-୨୭ ମସିହା ବେଳକୁ ତାଙ୍କ ପ୍ରଚେଷ୍ଠା ସଫଳତା ଲାଭକରିଥିଲା ଓ ବହୁ ବିଜ୍ଞ ପ୍ରତିଷ୍ଠିତ ବ୍ୟକ୍ତିମାନେ ପିଲାଙ୍କ ପାଇଁ ସ୍ୱତନ୍ତ ଭାବେ ସାହିତ୍ୟ ସୃଷ୍ଟି କରିଥିଲେ । ଚିନ୍ତାମଣି ଆଚାର୍ଯ୍ୟ ଓ ଅଗଣି ଦାସଙ୍କଦ୍ୱାରା ସମ୍ପାଦିତ ପତ୍ରିକା "ପଞ୍ଚାମୃତ"ରେ ସେ ବରାବର ଲେଖିଆସୁଥିଲେ । ଚକ୍ରଧର ମହାପାତ୍ର, କୁଞ୍ଜବିହାରୀ ଦାଶ, ବଂଶୀଧର ସାମନ୍ତରାୟ, ଧନେଶ୍ୱର ଶତପଥୀ, ସତ୍ୟାନନ୍ଦ ବେହୁରା ଓ କୃଷ୍ଣଚନ୍ଦ୍ର କର ଆଦି ସାହିତ୍ୟିକ ତାଙ୍କର ସମସାମୟିକ ଥିଲେ ।

ଉପେନ୍ଦ୍ର ତ୍ରିପାଠୀଙ୍କ ସାହିତ୍ୟ ଅବଦାନକୁ ସ୍ୱୀକୃତି ଜଣାଇ, "ଗୋକର୍ଣ୍ଣିକା ସାହିତ୍ୟ ସମାଜ", ଜାରକା ପକ୍ଷରୁ ପ୍ରତିବର୍ଷ "ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର" ପ୍ରଦାନ କରାଯାଉଛି ।ଆତ୍ମଚରିତ ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ ପ୍ରକାଶନ ଅବସରରେ ମାୟାଧର ମାନସିଂହ ଉପେନ୍ଦ୍ର ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ

ଯଥାର୍ଥରେ ଆପଣ ଓଡ଼ିଆ ସାହିତ୍ୟର ଅନାବାଦି ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ ସାଇତି ରଖିପାରିଛନ୍ତି॥

ରଚନାବଳୀ

  • କୁହୁକୁହୁ
  • ରୁଣୁଝୁଣୁ
  • ଗୁଣୁଗୁଣୁ
  • କୁଳୁକୁଳୁ
  • ସୁଲୁସୁଲୁ
  • କଷିକାକୁଡି
  • ଘଣ୍ଟିଘାଗୁଡ଼ି
  • ହସ ଚାଙ୍ଗୁଡ଼ି
  • କଳା ବଉଦ
  • ଶିଶୁ ସଂଖାଳି
  • ଭାଇ ଭଉଣୀ
  • ବେଙ୍ଗ ବାହାଦୂର
  • ମୂଷି ମାଉସୀ
  • କହି ଜାଣିଲେ କଥା ସୁନ୍ଦର
  • ହଜିଲା ବଳଦ ଖୋଜିଲା ଠେଇଁ
  • ଅକଲମକଲ ଟକଲ ଟିଆଁ
  • ଡାଳରେ ମାଙ୍କଡ ମାରଇ ଡିଆଁ
  • ପିଲାଙ୍କ ପଶୁପକ୍ଷୀ ପୁରାଣ
  • ଉଦୟଭାନୁ
  • ଶିଶୁତୋଷ ରାମାୟଣ
  • ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ
  • ଗୋଟାଏ କଲମ ଟୋପାଏ କାଳି(ଆତ୍ମଚରିତ)

ସମ୍ମାନ ଓ ପୁରସ୍କାର

  • ରାଷ୍ଟ୍ରପତି ପୁରସ୍କାର ଶିଶୁ ସାହିତ୍ୟ ନିମନ୍ତେ - ୧୯୫୪(ଘଣ୍ଟିଘାଗୁଡ଼ି ପୁସ୍ତକ ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବେଙ୍ଗ ବାହାଦୂର ଓ ଚିତ୍ର ଏବଂ ନିଶାରାକ୍ଷସୀ ପୁସ୍ତକ ପାଇଁ)
  • ଶାରଳା ସମ୍ମାନ - ୧୯୮୮

ଆଧାର

The contents of this page are sourced from Wikipedia article on 08 Sep 2020. The contents are available under the CC BY-SA 4.0 license.
Lists
Upendra Tripathy is in following lists
comments so far.
Comments
From our partners
Sponsored
Reference sources
References
Upendra Tripathy
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes