peoplepill id: tripura-mishra
TM
India
2 views today
25 views this week
Tripura Mishra
Odia film actress

Tripura Mishra

The basics

Quick Facts

Intro
Odia film actress
From
Gender
Female
Place of birth
Ganjam district, Odisha, India
Family
Spouse:
Sriram Panda
The details (from wikipedia)

Biography

ତ୍ରିପୁରା ମିଶ୍ର ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅଭିନେତା ଶ୍ରୀରାମ ପଣ୍ଡାଙ୍କର ପତ୍ନୀ । ୧୯୯୨ ମସିହାରେ ଶ୍ରୀରାମ ସାଂସାରିକ ଜୀବନରୁ ସନ୍ୟାସ ନେବା ପରେ ତ୍ରିପୁରା ଅଭିନୟକୁ ଛାଡ଼ି ମହାବିଦ୍ୟାଳୟରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି । ତ୍ରିପୁରା ଯାଯାବର, ସମୟ , ସିନ୍ଦୂର ବିନ୍ଦୁ, କୃଷ୍ଣ ସୁଦାମା ଆଦି ଚଳଚ୍ଚିତ୍ରରେ ଅଭିନୟ କରଛନ୍ତି ।

୨୬ତମ ରାଜ୍ୟ ଓଡ଼ିଆ ଚଳଚିତ୍ର ପୁରସ୍କାର ବିତରଣ ଉତ୍ସବରେ ତ୍ରିପୁରାଙ୍କୁ ଜୁରି ଭାବରେ ସମ୍ମାନୀତ କରାଯାଇଥିଲା ।

ପ୍ରାରମ୍ଭିକ ଜୀବନ

ତ୍ରିପୁରା ଗଞ୍ଜାମ ଜିଲ୍ଲାର ଖଲିକୋଟ ଅଞ୍ଚଳର ଶ୍ୟାମସୁନ୍ଦରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଇତିହାସ ବିଭାଗରେ ସ୍ନାତକୋତ୍ତର ହାସଲ କରିଥିଲେ । ସେ ଇତିହାସର ପର୍ବପର୍ବାଣୀ ଉପରେ ଗବେଷଣା କରି ଡକ୍ଟରେଟ ଉପାଧି ହାସଲ କରିଛନ୍ତି ।

ଅଭିନୟ ଜୀବନ

ତ୍ରିପୁରା ୧୯୭୫ ମସିହାରେ ଯାଯାବର କଥାଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ସେ ସେହି ବର୍ଷ ସମୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୭୬ରେ ସିନ୍ଦୂର ବିନ୍ଦୁ ଏବଂ କୃଷ୍ଣ ସୁଦାମାରେ ଅଭିନୟ କରିଥିଲେ । ୧୯୮୦ ମସିହାରେ ତପସ୍ୟା, ୧୯୮୧ରେ ମାନସୀ, ୧୯୮୩ରେ ସୁବର୍ଣ୍ଣ ସୀତା, ୧୯୮୮ରେ କୁରୁକ୍ଷେତ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୭୫ଯାଯାବରସୁଜାତା
ସମୟସୁଲେଖା
୧୯୭୬ସିନ୍ଦୂର ବିନ୍ଦୁ
କୃଷ୍ଣ ସୁଦାମାସୁମତୀ
୧୯୮୦ତପସ୍ୟା
୧୯୮୧ମାନସୀ
୧୯୮୩ସୁବର୍ଣ୍ଣ ସୀତା
୧୯୮୮କୁରୁକ୍ଷେତ୍ର

ବୈବାହିକ ଜୀବନ ଏବଂ ପରିବାର

୧୯୭୮ ମସିହାରେ ତ୍ରିପୁରା ମିଶ୍ର ଅଭିନେତା ଶ୍ରୀରାମ ପଣ୍ଡାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଶ୍ରୀରାମ ପଣ୍ଡା ୧୯୯୨ ମସିହାରେ ଗୃହସ୍ଥ ଜୀବନରୁ ସନ୍ୟାସ ନେବା ପରେ ତ୍ରିପୁରା ଏକୁଟିଆ ତାଙ୍କର ସନ୍ତାନ‌ଦ୍ୱୟଙ୍କୁ ବଡ଼ କରିଛନ୍ତି । ସେତେବେଳେ ଶ୍ରୀରାମଙ୍କ କଥାଚିତ୍ରର ଚରିତ୍ରରେ କ୍ୟାଭେଣ୍ଡର ସିଗାରେଟର ମଡ଼େଲ ଭାବରେ ସିଗାରେଟ ଟାଣିବା ଅନେକଙ୍କୁ ସିଗାରେଟ ଟାଣିବା ପାଇଁ ଅନୁପ୍ରାଣିତ କରିଥିଲା । ଏହି କଥାରେ ମର୍ମାହତ ହୋଇ ଶ୍ରୀରାମ ସନ୍ୟାସ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ତ୍ରିପୁରା ଅଭିନୟ ଛାଡ଼ି ପରେ ମହାବିଦ୍ୟାଳୟର ଅଧ୍ୟାପିକା ଭାବରେ ଯୋଗଦେଇଥିଲେ ।

ଆଧାର

ଅଧିକ ତ‌ଥ୍ୟ

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Tripura Mishra is in following lists
comments so far.
Comments
From our partners
Sponsored
Tripura Mishra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes