peoplepill id: sura-sethi
SS
India
1 views today
1 views this week
Sura Sethi
Odia politician

Sura Sethi

The basics

Quick Facts

Intro
Odia politician
From
Work field
Gender
Male
Religion(s):
Star sign
ScorpioScorpio
Death
29 June 2017 (aged 74 years)
Age
74 years
The details (from wikipedia)

Biography

ସୁର ସେଠୀ (୧୪ ନଭେମ୍ବର ୧୯୪୨ - ୨୯ ଜୁନ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସୁର ଓଡ଼ିଶା ରାଜନୀତିରେ କଂଗ୍ରେସ (ଆର୍)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ସୁର ସେଠୀ ୧୯୪୨ ମସିହାର ନଭେମ୍ବର ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଦନ ସେଠୀ ଏବଂ ପତ୍ନୀଙ୍କ ନାମ ପ୍ରମିଳା କୁମାରୀ ଦେଇ । ସୁରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।

ରାଜନୈତିକ ଜୀବନ

ସୁର ସେଠୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ (ଆର୍)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ସୁର ସେଠୀ ୨୦୧୭ ମସିହାର ଜୁନ ମାସ ୨୯ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article on 17 Apr 2020. The contents are available under the CC BY-SA 4.0 license.
Lists
Sura Sethi is in following lists
comments so far.
Comments
From our partners
Sponsored
Reference sources
References
Sura Sethi
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes