Quick Facts
Intro | Odia singer |
Is | Singer |
From | India |
Type | Music |
Gender | male |
Birth | 11 November 1948, Puri |
Age | 72 years |
Peoplepill ID | shekhar-ghosh |
Biography
ଶେଖର ଘୋଷ (ଜନ୍ମ ୧୧ ନଭେମ୍ବର ୧୯୪୮) ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଛଦପଟ ଗାୟକ । ଚଳଚିତ୍ର ବ୍ୟତୀତ, ସେ ଜଣେ ଭଜନ ଓ ଜଣାଣ ଗାୟକ ଭାବରେ ମଧ୍ୟ ଖୁବ ଲୋକପ୍ରିୟ ।
ଶେଖର ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ ଓ ଗୁରୁ କ୍ଷିତିଶ ଚନ୍ଦ୍ର ମୈତ୍ରଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ୧୯୭୦ ମସିହାରେ ତାଙ୍କୁ ଆକାଶବାଣୀ କଟକରେ ଜଣେ ସ୍ଵୀକୃତିପ୍ରାପ୍ତ କଳାକାର ଭାବରେ ସ୍ଵୀକାର କରାଯାଇଥିଲା । ୧୯୭୭ ମସିହାରେ ଆହୁତି ଚଳଚିତ୍ରରେ ତାଙ୍କୁ ପ୍ରଥମ ଥର ପାଇଁ ପ୍ରଛଦପଟ ଗାୟକ ହିସାବରେ ସୁଯୋଗ ମିଳିଥିଲା । ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଚଳଚିତ୍ରରେ ସେ ଗାଇଥିବା ଗୀତ 'ସୂର୍ଯ୍ୟ ହେ ତୁମ ଉଦୟ ରଙ୍ଗ', ତାଙ୍କୁ ଲୋକଲୋଚନକୁ ଆଣିଥିଲା । ୧୯୭୯ ମସିହାର ଚଳଚିତ୍ର ସମର ସଲିମ ସାଇମନର ଗୀତ 'ହୃଦୟର ଏହି ଶୂନ୍ୟତା' ତାଙ୍କୁ ଅପାର ସଫଳତା ଆଣିଦେଇଥିଲା । ‘ଆହୂତି’, ‘ସମର ସଲିମ ସାଇମନ’ ବ୍ୟତୀତ ‘ଶଙ୍ଖମହୁରୀ’, ‘ବିଲ୍ୱମଙ୍ଗଳ’, ‘ମଥୁରାବିଜୟ’, ‘ଜୟଦେବ’, ‘କାହ୍ନା’, ‘କାଚଘର’ ପ୍ରଭୃତି ୪୩ଟି କଥାଚିତ୍ରରେ କଣ୍ଠଦାନ କରି ଜନପ୍ରିୟ ଗାୟକ ଭାବେ ବେଶ ସ୍ୱୀକୃତ ।
ଏଚଏମଭି କମ୍ପାନୀର କଣ୍ଠଶିଳ୍ପୀ ଭାବେ ଗ୍ରାମଫୋନ ରେକର୍ଡରେ ବହୁ ଆଧୁନିକ ଓ ଭଜନ ଯଥା: ‘ନୂଆ ବୋଉ ମୋର ନୂଆ ବୋଉ’ ହେଉ ବା ‘କୁନିଲୋ ଘାଘରା ପିନ୍ଧି’, ‘ଲଗନ ପରେ ମଙ୍ଗନ’, ‘ପାଦ ଯୋଡିକ ଥାଇ ବୋଇଲେ’, ‘ ଏ ତ ଦଶରା ବଜାର ଭିଡ଼’, ‘କୈବଲ୍ୟ ପାଇଁ ମନ ଝୁରିଲା’ କିମ୍ବା ‘କାଳିଆରେ ଏଇ ଭାଗ୍ୟ ମୋର ସତେ ହେବ’ ସହ ସେ ବିଭିନ୍ନ କ୍ୟାସେଟ ମାଧ୍ୟମରେ ଶହଶହ ଗୀତ ଗାଇଛନ୍ତି । 'ବଡ ଦାଣ୍ଡେ ମୁ ବସିଛି ବାହୁ ମେଲେଇ', 'ହସୁଥାରେ ଚକାଡୋଳା ତୋର ଆଜି ରଥଯାତ୍ରା','ଜଗାରେ ତୋ କୈବଲ୍ୟ ପାଇଁ ମନ ଝୁରିଲା' ଇତ୍ୟାଦି ତାଙ୍କର ଲୋକପ୍ରିୟ ଭଜନ ମଧ୍ୟରୁ ଅନ୍ୟତମ ।
ଓଡ଼ିଆ କଥାଚିତ୍ରକୁ ଅବଦାନ
କଥାଚିତ୍ର | ଭୂମିକା | ନିର୍ଦ୍ଦେଶକ | ବର୍ଷ |
---|---|---|---|
ବଡ଼ ଭାଉଜ | ପ୍ରଚ୍ଛଦପଟ୍ଟ ଗାୟକ | ରଜନୀକାନ୍ତ | ୧୯୮୮ |
କାଚଘର | ପ୍ରଚ୍ଛଦପଟ୍ଟ ଗାୟକ | ବ୍ୟୋମକେଶ ତ୍ରିପାଠୀ | ୧୯୮୧ |
ମଥୁରା ବିଜୟ | ପ୍ରଚ୍ଛଦପଟ୍ଟ ଗାୟକ | ଏ. ସଞୀବି | ୧୯୭୯ |
ସମର ସଲିମ ସାଇମନ | ପ୍ରଚ୍ଛଦପଟ୍ଟ ଗାୟକ | ଶୈଳଜା ନନ୍ଦ | ୧୯୭୯ |
ଶଙ୍ଖ ମହୂରୀ | ପ୍ରଚ୍ଛଦପଟ୍ଟ ଗାୟକ | ଅକ୍ଷୟ ମହାନ୍ତି କାଶ୍ୟପ, ଆର୍. ଜି. ଗୋପ | ୧୯୭୮ |
ଆହୁତି | ପ୍ରଚ୍ଛଦପଟ୍ଟ ଗାୟକ | ଦେବି ଦାସ | ୧୯୭୭ |
ପୁରସ୍କାର ଓ ସମ୍ମାନ
- ନିତାଇ ପାଲିତ ପୁରସ୍କାର, ୨୦୧୬
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୭-୦୮
- ସଙ୍ଗୀତ ସରସ୍ୱତୀ ସମ୍ମାନ
- ସଙ୍ଗୀତ ସରୋଜ ସମ୍ମାନ
ଆଧାର
ବାହାର ଆଧାର
- ଶେଖର ଘୋଷ (ଇଣ୍ଟରନେଟ ମୁଭି ଡାଟାବେସରେ)
- ଓଡ଼ିଶା ପୋର୍ଟାଲ ବ୍ଳଗ