peoplepill id: ratna-manjari-devi
RMD
India
1 views today
2 views this week
Ratna Manjari Devi
Politician from Odisha, India

Ratna Manjari Devi

The basics

Quick Facts

Intro
Politician from Odisha, India
From
Work field
Gender
Female
Age
84 years
The details (from wikipedia)

Biography

ରତ୍ନ ମଞ୍ଜରୀ ଦେବୀ (୧ ଜାନୁଆରୀ ୧୯୩୫ - ୨୧ ଜାନୁଆରୀ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ତଥା ଗଞ୍ଜାମ ଜିଲ୍ଲାର ମହୁରୀ ରାଜବାଟୀର ରାଣୀ ଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ରତ୍ନ ମଞ୍ଜରୀ ଦେବୀ ସ୍ୱାଧୀନ ପ୍ରାର୍ଥୀ ଭାବରେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟକୁ ପରାସ୍ତ କରି ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ ଓ ପରିବାର

ରତ୍ନ ମଞ୍ଜରୀ ଦେବୀ ୧୯୩୫ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ନାଗେଶ୍ୱର ବକ୍ସି ରାୟ । ସେ ଗଞ୍ଜାମର ମହୁରୀ ରାଜବାଟୀର ରାଜା ଶିଶିର କୁମାର ନରେନ୍ଦ୍ର ଦେବଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ୨ଟି ପୁତ୍ର ଓ ୩ଟି କନ୍ୟା ସନ୍ତାନ ଅଛନ୍ତି । ତାଙ୍କ ପତି ଶିଶିର କୁମାର ନରେନ୍ଦ୍ର ଦେବ ଓଡ଼ିଶାର ଜଣେ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ନରେନ୍ଦ୍ର ଦେବ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଜଣେ ବିଧାୟକ ଭାବରେ ୧୯୬୧ ମସିହାରୁ ୧୯୬୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ରାଜନୈତିକ ଜୀବନ

ରତ୍ନ ମଞ୍ଜରୀ ଦେବୀ ତାଙ୍କ ପତି ରାଜା ଶିଶିର କୁମାର ନରେନ୍ଦ୍ର ଦେବଙ୍କର ମୃତ୍ୟୁ ପରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ସେ ରାଜନୀତିରେ ଯୋଗ ଦେବା ଆଗରୁ ବିଭିନ୍ନ ଆଞ୍ଚଳିକ ମହିଳା ସଂଗଠନ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜଡ଼ିତ ଥିଲେ । ସେ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ତାଙ୍କ ବିରୁଦ୍ଧରେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିଲେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲଗାତାର ତିନିଥର ବିଜୟୀ ହୋଇଥିବା ସେଠାକାର ସ୍ଥାନୀୟ ବିଧାୟକ ବିନାୟକ ଆଚାର୍ଯ୍ୟ । ଏହି ନିର୍ବାଚନରେ ସେ ବିନାୟକ ଆଚାର୍ଯ୍ୟକୁ ପରାସ୍ତ କରି ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୬ ଜୁନ ୧୯୭୭ରୁ ୧୭ ଫେବୃଆରୀ ୧୯୮୦ରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ରତ୍ନ ମଞ୍ଜରୀ ଦେବୀଙ୍କର ୨୦୧୯ ମସିହାର ଜାନୁଆରୀ ମାସ ୨୧ ତାରିଖରେ ମୃତ୍ୟୁ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଫେବୃଆରୀ ୪, ୨୦୧୯ରେ ତାଙ୍କ ପାଇଁ ବିଧାନ ସଭା ଗୃହରେ ଶୋକ ସଭାର ଆୟୋଜନ କରାଯାଇଥିଲା । ତାଙ୍କ ସହ ପୂର୍ବତନ ସଦସ୍ୟ ଚୈତନ୍ୟ ପ୍ରସାଦ ମାଝି, ପୂର୍ବତନ ବିଧାୟକ ନିତ୍ୟାନନ୍ଦ ଗନ୍ତାୟତ, ରାଜକିଶୋର ପ୍ରଧାନ, ପର୍ଶୁରାମ ପନ୍ଦା, ଭାରତୀୟ ସେନାର ସହିଦ ହେମନ୍ତ କୁମାରଙ୍କ ଶୋକ ସଭା କରାଯାଇଥିଲା ।

ଆଧାର

The contents of this page are sourced from Wikipedia article on 04 Jan 2020. The contents are available under the CC BY-SA 4.0 license.
Lists
Ratna Manjari Devi is in following lists
comments so far.
Comments
From our partners
Sponsored
Reference sources
References
Ratna Manjari Devi
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes