peoplepill id: nrusingha-tripathy
NT
India
1 views today
5 views this week
Nrusingha Tripathy
Indian translator, writer

Nrusingha Tripathy

The basics

Quick Facts

Intro
Indian translator, writer
A.K.A.
Nursingha Tripathi
From
Work field
Gender
Male
Birth
Age
79 years
The details (from wikipedia)

Biography

ନୃସିଂହ ତ୍ରିପାଠୀ (ଜନ୍ମ: ୧୯୪୫) ଜଣେ ଓଡ଼ିଆ ଓଡ଼ିଆ କବି, କ୍ଷୁଦ୍ରଗଳ୍ପ ଲେଖକ, ସମ୍ପାଦକ, ଅନୁବାଦକ ଓ ସମାଜସେବୀ । ସେ ୨୦୦୨ ମସିହାରେ ତାଙ୍କର ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କ ରଚିତ କ୍ଷୁଦ୍ରଗଳ୍ପର ୪ଟି ସଂକଳନ ପ୍ରକାଶ ପାଇଥିଲା ।

ଜନ୍ମ, ଶିକ୍ଷା ଓ ପେଶା

ନୃସିଂହ ତ୍ରିପାଠୀ ୧୯୪୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଶା ବାଣୀବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ ।

ନୃସିଂହ ୧୯୬୯ ମସିହାରେ ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେଇଥିଲେ । ଏହାପୂର୍ବରୁ ସେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଅର୍ଥନୀତି ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ । ସେ ୨୦୦୪ ମସିହାରେ ଚାକିରୀରୁ ଅବସର ନେଇଥିଲେ । ଅବସର ନେବାବେଳକୁ ସେ ଆୟକର ବିଭାଗର ଜଣେ ପ୍ରମୁଖ କମିଶନର୍‌ ଭାବରେ କାର୍ଯ୍ୟ କରୁଥିଲେ । ୨୦୧୨ ମସିହାରେ ନୃସିଂହ କଲିକତା ବିଶ୍ୱବିଦ୍ୟାଳୟରୁ ତାଙ୍କର ପି.ଏଚ୍.ଡି. କରିଥିଲେ ।


ରଚନାବଳୀ

  • ୧୯୯୮ - ଚାରୁଚନ୍ଦ୍ର ଲେଖା (ଅନୁବାଦ)
  • ୧୯୯୨ - ପର୍ବ
  • ୧୯୯୮ - ଶୂନ୍ୟ ରମଣ
  • ୧୯୮୩ - ହେ ଇଶ୍ୱର ଉଠ
  • ୧୯୮୯ - ନିଦ୍ରିତ ସନ୍ୟାସ
  • ୨୦୦୫ - ସତ୍‌ସଙ୍ଗ ପଥ
  • ମନୋନିବେଶ
  • ପ୍ରଣୟ ପରମ ବେଦ
  • ପୁନର୍ଭବା
  • ଶବ୍ଦଯାତ୍ରା
  • ଶୂନ୍ୟ ରମଣ
  • ସ୍ୱପ୍ନ ସମାଧି

ପୁରସ୍କାର

ନୃସିଂହ ତ୍ରିପାଠୀଙ୍କୁ ୨୦୦୨ ମସିହାରେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଏଥିସହିତ ତାଙ୍କୁ ଝଙ୍କାର ପୁରସ୍କାର, ସାରଳା ପୁରସ୍କାର, ଇସ୍ତାହାର ପୁରସ୍କାର ଆଦି ମିଳିଥିଲା ।

ଆଧାର

The contents of this page are sourced from Wikipedia article on 07 Oct 2019. The contents are available under the CC BY-SA 4.0 license.
Lists
Nrusingha Tripathy is in following lists
comments so far.
Comments
From our partners
Sponsored
Reference sources
References
Nrusingha Tripathy
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes