peoplepill id: jugal-kishore-dutta
JKD
India
1 views today
2 views this week
Jugal Kishore Dutta
Literary Translator from Odisha

Jugal Kishore Dutta

The basics

Quick Facts

Intro
Literary Translator from Odisha
From
Work field
Gender
Male
Star sign
CapricornCapricorn
Birth
24 December 1928, Puri, India
Death
21 February 2020 (aged 91 years)
Age
91 years
Awards
Sahitya Akademi Translation Prize
(1997)
Odisha Sahitya Akademi Award
(1997)
The details (from wikipedia)

Biography

ଯୁଗଳ କିଶୋର ଦତ୍ତ(୨୪ ଡିସେମ୍ବର ୧୯୨୮ - ୨୧ ଫେବୃଆରୀ ୨୦୨୦) ଜଣେ କେଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଅନୁବାଦକ ଥିଲେ । ସେ ପ୍ରାୟ ୧୫୦ଟି ବଙ୍ଗଳା ଉପନ୍ୟାସକୁ ଓଡ଼ିଆରେ ଅନୁବାଦ କରିଥିଲେ । ଅନୁବାଦ ବ୍ୟତିତ ସେ ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ । ଗୋଟିଏ ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇବାରେ ସେ ଏକମାତ୍ର ବ୍ୟକ୍ତି । ଭୁବନେଶ୍ୱରରେ ପୁସ୍ତକମେଳା ଆୟୋଜନରେ ସେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ ।

ଯୁଗଲ କିଶୋର ୧୯୨୮ ମସିହାରେ ଯାଜପୁର ଜିଲ୍ଲାର ମହେଶ୍ୱରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ନଦୀଆ ଚାନ୍ଦ ଓ ମାତାଙ୍କ ନାମ କିରଣବାଳା ଥିଲା । ସେ ୧୯୪୮ମସିହାରୁ ଲେଖାଲେଖି ଆରମ୍ଭ କରିଥିଲେ । କଲେଜରେ ପଢିବା ସମୟରେ ସେ "ଦିଗନ୍ତ" ପତ୍ରିକା ସମ୍ପାଦକ ମଣ୍ଡଳୀରେ ରହିଥିଲେ । ୧୯୫୦ ମସିହାରେ ତାଙ୍କର ପ୍ରଥମ ପୁସ୍ତକ "ଶତାବ୍ଦୀର ପ୍ରେମ" ପ୍ରକାଶ ପାଇଥିଲା । ୧୯୫୧ରେ ପ୍ରକାଶ ପାଇଥିଲା ମାନସୀ । "ଡଗର" ଆଦି ପତ୍ରିକାରେ ତାଙ୍କର ଲେଖା ନିୟମିତ ପ୍ରକାଶ ପାଉଥିଲା । ଭଦ୍ରକରେ ରହିବା ସମୟରେ ସେ "ସାହିତ୍ୟ ଆସର" ନାମରେ ଏକ ସାହିତ୍ୟ ଚର୍ଚ୍ଚା ଗୋଷ୍ଠୀ ଆରମ୍ଭ କରିଥିଲେ । ବଙ୍ଗଳା ଡିଟେକ୍ଟିଭ ଉପନ୍ୟାସ ପଢିବାରେ ତାଙ୍କର ସଉକ ଥିଲା । ଅନୁବାଦକ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କଠାରୁ ପ୍ରୋତ୍ସାହନ ପାଇ, ସେ ବଙ୍ଗଳା ଉପନ୍ୟାସର ଓଡ଼ିଆ ଅନୁବାଦ କରିବା ଆରମ୍ଭ କରିଥିଲେ । ବିମଲ ମିତ୍ରଙ୍କର "ଆମେରିକା" ଥିଲା ତାଙ୍କଦ୍ୱାରା ଅନୁବାଦିତ ପ୍ରଥମ ପୁସ୍ତକ । ବିମଲ ମିତ୍ରଙ୍କର ପ୍ରାୟ ସବୁ ପୁସ୍ତକ ସେ ଓଡ଼ିଆରେ ଅନୁବାଦ କରିଛନ୍ତି । ବିମଳଙ୍କ ବ୍ୟତିତ ରବୀନ୍ଦ୍ରନାଥ ଠାକୁର, ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ,ସମରେଶ ମଜୁମଦାର, ଶଙ୍କର, ସୁନୀଲ ଗଙ୍ଗୋପାଧ୍ୟାୟ ଓ ତସଲିମା ନସରିନ ଆଦିଙ୍କ ବଙ୍ଗଳା ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି ।ସେ ସରକାରୀ ଚାକିରି କରିଥିଲେ ଓ ଅବସରପରେ ପୂର୍ଣ୍ଣ ଭାବରେ ସାହିତ୍ୟ ସର୍ଜନାରେ ନିମଗ୍ନ ଥିଲେ ।

ସାହିତ୍ୟ କୃତି

  • ଗଳ୍ପ ସଂକଳନ
  • ଜନ ଗଣ ମନ
  • ସେଇ ସମୟ - ୧
  • ଶତାବ୍ଦୀର ପ୍ରେମ
  • ମାନସୀ
  • ଗାଁ ହସେ
  • ନିଶି ବିହଙ୍ଗୀ
  • ଏକାନ୍ତ ସତ୍ୟ
  • ଏଗାରଟି ଅନୁବାଦ ଗଳ୍ପ

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୧୯୯୭(ଆସାମୀ ହାଜିର)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୧୯୯୭(ଜନ ଗଣ ମନ)

ଆଧାର

The contents of this page are sourced from Wikipedia article on 10 Apr 2020. The contents are available under the CC BY-SA 4.0 license.
Lists
Jugal Kishore Dutta is in following lists
comments so far.
Comments
From our partners
Sponsored
Reference sources
References
Jugal Kishore Dutta
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes