peoplepill id: geeta-pattnaik
GP
India
1 views today
6 views this week
The basics

Quick Facts

Intro
Odia singer
From
Work field
Gender
Female
Star sign
Place of birth
Cuttack, Cuttack District, Central division, India
Age
69 years
Instruments:
The details (from wikipedia)

Biography

ଗୀତା ପଟ୍ଟନାୟକ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା ।

ବ୍ୟକ୍ତିଗତ ଜୀବନ

ଗୀତା ପଟ୍ଟନାୟକ ଜଣେ ପ୍ରଚ୍ଛଦପଟ ଓଡ଼ିଆ ଗାୟିକା । ସେ ଡିସେମ୍ବର ୧୦ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କବାପାଙ୍କ ନାମ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ମାଆଙ୍କ ନାମ ହେମଲତା ପଟ୍ଟନାୟକ । ଗୀତାଙ୍କ ବାପା ଜଣେ ଏଗ୍ରିକଲଚର ଇଞ୍ଜିନିୟର ଥିଲେ । ତାଙ୍କ ଜେଜେ ବାପା ପ୍ରଥମେ ଓଡ଼ିଶାରେ ଫୁଟବଲ ମ୍ୟାଚ ଆରମ୍ଭ କରିଥିଲେ । କଟକସ୍ଥିତ ସତ୍ୟବ୍ରତ ଷ୍ଟାଡ଼ିୟମ ମଧ୍ୟ ତାଙ୍କ ଜେଜେ ବାପାଙ୍କ ନାମରେ ନାମିତ । ତାଙ୍କ ମାଆ ଏବଂ ମାଉସୀ ମଧ୍ୟ ଗୀତ ଶିଖିଥିଲେ । ଗୀତାଙ୍କ ବାପାଙ୍କର ମଧ୍ୟ ଗୀତ ପ୍ରତି ସଉକ ଥିଲା । ତେଣୁ ଗୀତ ପ୍ରତି ତାଙ୍କର ପିଲାଦିନୁ ଆଗ୍ରହ ସୃଷ୍ଟି ହୋଇଥିଲା ।

ସଂଗୀତ ଜୀବନ

ଗୀତା ପ୍ରଥମେ ରେଡ଼ିଓରୁ ଲତାମଙ୍ଗେସକରଙ୍କ ଗୀତ ଶୁଣି ନିଜେ ନିଜେ ଗାୟିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଗୀତ ଶିଖୁଥିଲେ । ଦିନେ ସେତା ସାଙ୍ଗରେ ଯାଇ ଗୁରୁଙ୍କ ନିକଟରେ ଗୀତ ଗାଇଲେ । ତାଙ୍କୁ ଗୁରୁ କହିଲେ ତୁ ଭଲ ଗାଉଛୁ ଅଭ୍ୟାସ କଲେ ନିଶ୍ଚିତ ଭଲ ହେବ । ସେବେଠାରୁ ଗୀତାଙ୍କର ବଢ଼ିଯାଇଥିଲା ସଙ୍ଗୀତ ଆଗ୍ରହ ।ଆଉ ତାପରେ ତାଙ୍କର ପାଦ ଅଟକି ନଥିଲା । ସେ ୧୯୭୫ କଟକ କଳା ବିକାଶ କେନ୍ଦ୍ରରେ ଆଡ଼ମିଟ ହୋଇଥିଲେ । ତାଙ୍କର ପ୍ରଥମ ଗୁରୁ ଥିଲେରଘୁନନ୍ଦ ତା ପରେ ରାଖାଲ ଚନ୍ଦ୍ର ମହାନ୍ତି ଓ ବାଳକୃଷ୍ଣ ଦାସଙ୍କ ଠାରୁ ଗୀତ ଶିଖିଥିଲେ । କଳା ବିକାଶ କେନ୍ଦ୍ରରେ ଛଅବର୍ଷ ଗୀତ ଶିଖିଥିଲେ । ଆଉ ସେଠାରୁ ସଙ୍ଗୀତ ଭୂଷଣ ପାଶ୍‌ କରିଥିଲେ । ତାପରେ ଶିଶୁ ସଂସାର ଓ କିଶୋର ଚକ୍ରରେ ନିୟମିତ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ୧୯୭୧ ମସିହାରେ ଆକାଶବାଣୀର ଜଣେସ୍ୱିକୃତୀ ପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିଲେ । ଆକାଶବାଣୀରେ ତାଙ୍କର ପ୍ରଥମ ଗୀତ ଥିଲା ଜଗବନ୍ଧୁ ପରି ଜଣେ ସାମନ୍ତ । ତା ପରେ ଅକ୍ଷୟ ମହାନ୍ତିଙ୍କପ୍ରଥମ ଗୀତ ଗାଇଥିଲେ ବଜେନ ବଜାଏ ବେଣୁ । ତା ପରେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ବହୁତ ଗୀତ ଗାଇଥିଲେ । ସେ ମାତ୍ର ପନ୍ଦର ବର୍ଷ ବୟଷରେ 'ଅଦିନ ମେଘ' ଚଳଚ୍ଚିତ୍ରରେ ପ୍ରଥମ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଗୀତ ଗାଇଥିଲେ । ସେମଧ୍ୟ ଦିଲ୍ଲୀ ପିସିସି ଆକାଶବାଣୀରେ କଣ୍ଠଦାନ କରିଛନ୍ତି । ସେ କେବଳ ଓଡ଼ିଆ ଭାଷା ନୁହେଁ ବରଂ ହିନ୍ଦି ,ଗୁଜରାଟି, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି । ସେ ଭଜନ, ଜଣାଣ, ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ ଓ ବିଭନ୍ନ ଚଳଚ୍ଚିତ୍ରରେ କଣ୍ଠଦାନ କରି ଓଡ଼ିଶାରେ ନୁହେଁ ଭାରତ ବାହାରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି । ତାଙ୍କ ସଙ୍ଗୀତ ଜୀବନରେ ତାଙ୍କ ବଡ଼ ଭଉଣୀ ଇନ୍ଦିରା ପଟ୍ଟନାୟକଙ୍କୁ ତାଙ୍କର ପ୍ରେରଣା ବୋଲି କୁହନ୍ତି ।

ଗୀତାଙ୍କ ଲୋକପ୍ରିୟ ଗୀତ

'ଯାଯାବର' ଚଳଚ୍ଚିତ୍ରର ଫୁର କିନା ଉଡ଼ିଗଲା ବଣି, ମନ ମୋର

'ନାଗଫାଶ' ଚଳଚ୍ଚିତ୍ରର ନଦୀ ଫେରେ ସାଗରକୁ

'ତଅପୋଇ'ଚଳଚ୍ଚିତ୍ରର ଭିେଣଇବାବୁ ଭିେଣଇବାବୁ ପଇଡ଼ରେ ପାଣି ଡାବୁ ଡାବୁ

'ଆହୁତି' ଚଳଚ୍ଚିତ୍ରର ହୃଦୟକୁ କରିଦିଅ ପାନ୍ଥଶାଳା

'ଅଦିନ ମେଘ ' ଚଳଚ୍ଚିତ୍ରର ଏଇ ଆମରି ଗାଆଁ

'ସଂସାର' ଚଳଚ୍ଚିତ୍ରରଆଲୋ କଳାଶାରୀ କିଏ ତୋ ଶୁଆ ,ଜୋଗ ଜୀବନ ହେ ..., ଜାଇଫୁଲରେ .....

'ଅକ୍ଷୟତୃତୀୟା' ଚଳଚ୍ଚିତ୍ରରଦୈତ କଣ୍ଠେର ଗାଇଥିବା 'ଏଇ ତାର ଭରା ଜହ୍ନ ରାତି .... ଗୀତଟି ବେଶ୍‌ ଲୋକପ୍ରିୟ ହୋଇଥିଲା ।

'ଅଶାନ୍ତ ଗ୍ରହ' ଚଳଚ୍ଚିତ୍ରର ବିଶ୍ୱ ଦେଖ ମଧୁମୟରେ ଜୀବନ......

'ଅକ୍ଷୟ ତୃତୀୟା' ଆ ବଉଳ ବହୂ ବହୂକା ଖେଳ ଖେଳିବା

ମାନସମ୍ମାନ ଓ ପୁରସ୍କାର

'ଅଶାନ୍ତ ଗ୍ରହ' ଚଳଚ୍ଚିତ୍ରର ବିଶ୍ୱ ଦେଖ ମଧୁମୟରେ ଜୀବନ ....ଗୀତ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭୋବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।

ଅକ୍ଷୟ ସାହିତ୍ୟ ସମ୍ମାନ ଏବଂ ଅକ୍ଷୟ ସଙ୍ଗୀତ ସମ୍ମାନରେ ମଧ୍ୟ ସେ ପୁରସ୍କୃତ ।


ଆଧାର

ବାହାର ଆଧାର

The contents of this page are sourced from Wikipedia article on 28 Aug 2020. The contents are available under the CC BY-SA 4.0 license.
Lists
Geeta Pattnaik is in following lists
comments so far.
Comments
From our partners
Sponsored
Reference sources
References
Geeta Pattnaik
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes