peoplepill id: daitari-panda
DP
India
1 views today
25 views this week
Daitari Panda
Odia actor

Daitari Panda

The basics

Quick Facts

Intro
Odia actor
A.K.A.
Daityari Panda
From
Gender
Male
Birth
Age
68 years
The details (from wikipedia)

Biography

ଦୈତ୍ୟାରି ପଣ୍ଡା (ଦୈତାରି ପଣ୍ଡା ଭାବେ ମଧ୍ୟ ଜଣା) (*୧୯୫୬) ଜଣେ ଯାତ୍ରା କଳାକାର । ସେ ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରନ୍ତି ।

ପ୍ରାରମ୍ଭିକ ଜୀବନ

ଦୈତ୍ୟାରି ବାଲେଶ୍ଵର ଜିଲ୍ଲା ଔପଦା ବ୍ଳକ ଅନ୍ତର୍ଗତ ଦୁଖଣ୍ଡ ଗାଆଁରେ ୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ କେବଳ ସପ୍ତମ ଶ୍ରେଣୀଯାଏଁ ପାଠ ପଢିଥିଲେ । ଘରର ଆର୍ଥିକ ଅବସ୍ଥା ସୁଧାରିବା ନିମନ୍ତେ ବାପାଙ୍କ ପରି କର୍ମକର୍ମାଣି ଓ ଚାଷ କାମ କରିଥିଲେ । କିଛି ଦିନ ନିମନ୍ତେ ସେ କଲିକତାରେ ମଧ୍ୟ କାମ କରିଥିଲେ । ପରେ ନୀଳଚକ୍ର ଅପେରାର ନିତ୍ୟାନନ୍ଦ ପାଢୀଙ୍କ ପରାମର୍ଶରେ ରଘୁନାଥ ପଣ୍ଡାଙ୍କ 'ନୀଳଚକ୍ର' ଅପେରାରେ ପ୍ରଥମେ ଯୋଗଦେଇଥିଲେ । ନୀଳଚକ୍ରରେ ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା 'ରୋହିଲା ନବାବ', ଏଥିରେ ସେ ସେନାପତି ଭୂମିକାରେ ଅଭିନୟ କରିଥିଲେ । ସେହିପରି 'ରାମ ରହିମ' ନାଟକରେ ସେ ଆଲି ହୋସେନ ଚରିତ୍ରରେ ଅଭିନୟ କରିଥିଲେ । ଏହା ପରେ ଖଇରାରେ ଜନ୍ମ ନେଇଥିବା ହରଗୌରୀ କଳାନିକେତନରେ ଯୋଗଦେଇ 'କାହ୍ନୁ', 'କଳାପାହାଡ଼' ଓ 'ତଅପୋଈ' ପ୍ରଭୃତି ନାଟକରେ ଅଭିନୟ କରିଥିଲେ । କଳାନିକେତନ ପରେ ସେ ଡୁଙ୍ଗୁରାର 'ଶ୍ରୀଦୁର୍ଗା ଗଣନାଟ୍ୟ', ଚାନ୍ଦୋଳର 'ଅନ୍ନପୂର୍ଣ୍ଣା ଗଣନାଟ୍ୟ', ଶ୍ରୀଦୁର୍ଗା ଅପେରା ତଥା ବିଜୟ କେତନ ମଙ୍ଗରାଜଙ୍କ ଯାତ୍ରାଦଳରେ ଯୋଗଦେଇଥିଲେ ।

ଭିନ୍ନ ଅଭିନୟ ଛାପ

ଦୈତ୍ୟାରି ନିଖୁଣ ଖଳନାୟକ ଭୂମିକା ତୁଲାଇବା ବେଳେ ଅନେକ ସ୍ଥାନରେ ଦର୍ଶକମାନଙ୍କ ଠାରୁ ଗାଳି ଶୁଣନ୍ତି। ଦର୍ଶକ ଦୃଶ୍ୟ ଚାଲୁଥିବା ସମୟରେ ମଞ୍ଚ ଉପରକୁ ଟେକାପଥର ମାଡ଼ କରିଥାନ୍ତି । ମଞ୍ଚ ଉପରେ ଜୀବନ୍ତ କୁକୁଡ଼ାକୁ ମାରି ରକ୍ତ ପିଇବା ଦୃଶ୍ୟ ଦର୍ଶକଙ୍କୁ ତାଟକା କରିଦିଏ । ତାଙ୍କ ଅଭିନୀତ ବଳାତ୍କାର ଦୃଶ୍ୟ ଦେଖିବା ଲାଗି ଯୁବକମାନେ ବ୍ୟାକୁଳ ହୁଅନ୍ତି । ନବେ ଦଶକରେ ତାଙ୍କ ଅତି ପରିଚିତ ସଂଳାପ "ଶାଗୁଣା ଖୁମ୍ପିଦେବ" ପ୍ରତିଟି ଓଡ଼ିଆଙ୍କ ମନକୁ ଛୁଇଁ ଯାଇଥିଲା ।

ଚର୍ଚ୍ଚାରେ

ତାଙ୍କ ଅଭିନୀତ ,ଶାଗୁଣା ବସିଛି ଡେଣା ମେଲାଇ ଓ 'କଉଡ଼ି ଖେଳ'କୁ ଅଧିକ ଚର୍ଚ୍ଚିତ ଯାତ୍ରା ଏବଂ ଶେଷ୍ଠ ଅଭିନୟ ଭାବେ ଧରାଯାଏ । 'ହରି ଓଁ ମୁଁ କେନ୍ଦ୍ରାପଡ଼ା ବାବା' ଖଣ୍ଡଗିରି ଯାତ୍ରା ମହାସମର-୨୦୧୬ରେ ୧୬ଲକ୍ଷ ଟଙ୍କାର ବ୍ୟବସାୟ କରି ରେକର୍ଡ଼ କରିଥିଲା । ୨୦୧୫ ବର୍ଷର ଚର୍ଚ୍ଚିତ ଖବର ଉପରେ ଆଧାରିତ ଯାତ୍ରା ତଥା ସାରଥୀ ବାବାଙ୍କ ଭଣ୍ଡ କାରନାମା ଉପରେ ପର୍ଯ୍ୟବେସିତ ଏହି ଯାତ୍ରାରେ ସେ ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଯାତ୍ରାର ଗୋଳକୁଣ୍ଡା ଦୃଶ୍ୟ ଆକର୍ଷଣୀୟ ଥିଲା । ୨୦୧୬ ମସିହାରେ ଦୈତାରି ମାଇଚିଆ ଗୋଖେଇ ସାହୁ ନାଟକରେ ଜଣେ କିନ୍ନର ଭୂମିକାରେ ଅଭିନୟ କରି ସବୁଶ୍ରେଣୀର ଦର୍ଶକ ମାନଙ୍କଦ୍ୱାରା ଆଦୃତ ହୋଇଥିଲେ ।

ଆଧାର

ଅଧିକ ତଥ୍ୟ

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Daitari Panda is in following lists
comments so far.
Comments
From our partners
Sponsored
Daitari Panda
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes