peoplepill id: bhagiratha-das
BD
India
1 views today
1 views this week
Bhagiratha Das
Indian politician

Bhagiratha Das

The basics

Quick Facts

Intro
Indian politician
From
Work field
Gender
Male
Star sign
AriesAries
Age
96 years
The details (from wikipedia)

Biography

ଭଗୀରଥ ଦାସ (ଜନ୍ମ: ୨୮ ସେପ୍ଟେମ୍ବର ୧୯୨୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର

ଭଗୀରଥ ଦାସ ୧୯୨୮ ମସିହାର ଅକ୍ଟୋବର ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଫକୀର ଦାସ । ଭଗୀରଥଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳାରେ ଇଣ୍ଟରମିଡିଏଟ୍ । ସେ ସବିତ୍ରୀ ଦେଇଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ୫ଟି ପୁଅ ଓ ୨ଟି ଝିଅ ଅଛନ୍ତି ।

ରାଜନୈତିକ ଜୀବନ

ଭଗୀରଥ ଦାସ ୧୯୬୧ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୬୧ ମସିହାରୁ ୧୯୬୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର

The contents of this page are sourced from Wikipedia article on 27 Feb 2020. The contents are available under the CC BY-SA 4.0 license.
Lists
Bhagiratha Das is in following lists
comments so far.
Comments
From our partners
Sponsored
Reference sources
References
Bhagiratha Das
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes