peoplepill id: akhila-mohan-pattanaik
AMP
India
1 views today
13 views this week
Akhila Mohan Pattanaik
Indian writer

Akhila Mohan Pattanaik

The basics

Quick Facts

Intro
Indian writer
From
Work field
Gender
Male
Star sign
Age
59 years
The details (from wikipedia)

Biography

ଅଖିଳ ମୋହନ ପଟ୍ଟନାୟକ ଜଣେ ଜଣାଶୁଣା ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।

ଅଖିଳମୋହନଙ୍କ ସମସାମୟିକ ସାହିତ୍ୟିକମାନେ ଗ୍ରାମାଞ୍ଚଳର ଜୀବନ ଆଧାରରେ ସେମାନଙ୍କ ସାହିତ୍ୟ ସୃଷ୍ଟି କରୁଥିଲା ବେଳେ ତାଙ୍କ ସାହିତ୍ୟର ମୁଖ୍ୟ ଉପଜୀବ୍ୟ ଥିଲା ସହରୀ ଜୀବନ । ୧୯୪୮ ମସିହାରେ, ତାଙ୍କର ପ୍ରଥମ ଗଳ୍ପ "ସପନ" ଶଙ୍ଖ ପତ୍ରିକାରେ ପ୍ରକାଶିତ ହୋଇଥିଲା । ୧୯୮୧ ମସିହାରେ ଓ ଅନ୍ଧଗଳି ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ଲିଖିତ ପୁସ୍ତକ ଗୁଡ଼ିକ ଇଂରାଜୀ ଏବଂ ଅନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇସାରିଛି ।ଅଖିଳ ମୋହନ ଅଭିନୟରେ ମଧ୍ୟ ରୁଚି ରଖୁଥିଲେ । "ଜନତା ରଙ୍ଗମଞ୍ଚ"ର ପୁନରୁଦ୍ଧାର ଦିଗରେ, ସେ କାର୍ଯ୍ୟ କରିଥିଲେ ।

ଅଖିଳ ମୋହନଙ୍କ ସ୍ମୃତିରେ ପ୍ରତିବର୍ଷ ତାଙ୍କ ଜନ୍ମବାର୍ଷିକି ୧୮ଡିସେମ୍ବର ଦିନ "ଅଖିଳ ଉତ୍ସବ" ପାଳନ କରାଯାଏ ।

ସାହିତ୍ୟ ସର୍ଜନା

  • ଓ ଅନ୍ଧଗଳି (ଗଳ୍ପ ସଂକଳନ)
  • ଝଡ଼ର ଇଗଲ ଓ ଧରଣିର କୃଷ୍ଣସାର (ଗଳ୍ପ ସଂକଳନ)- ୧୯୬୪
  • ଓ ଅନ୍ଧଗଳି - ୧୯୭୯
  • ନଦୀର ନାମ ଗଣତନ୍ତ୍ର (ଗଳ୍ପ ସଂକଳନ) -୧୯୮୪
  • ପ୍ରଥମ ଓ ଶେଷ (ଗଳ୍ପ ସଂକଳନ) - ୧୯୯୦
  • ଅନ୍ୟ ଦେଶ (ଭ୍ରମଣ କାହାଣୀ)
  • ଅନାଗତ ଫାଲ୍‌ଗୁନ (ଚିଠି ସଂକଳନ)
  • ବାଘରାଣୀ ଖଇରୀ (ଜୀବନୀ ସଂକଳନ)

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୧(ଓ ଅନ୍ଧଗଳି ପାଇଁ)

ଆଧାର

  1. ସଂଚାର, ୧୮ ଡିସେମ୍ବର ୨୦୧୪, ପୃଷ୍ଠା:୮
  2. "Sahitya Academy Awards : Oriya Books & Authors". indiapicks.com. 2009. Retrieved 19 December 2014. SAHITYA ACADEMY AWARDEES - ORIYA
  3. Surendra Mahanty; Oḍiśā Sāhitya Ekāḍemī (1982). Souvenir, Orissa Sahitya Akademi Silver Jubilee, 1982. The Akademi.
  4. Akhiḷa Mohana Paṭṭanāẏaka (1 January 2006). O Andha Gali. Sahitya Akademi. pp. 176–. ISBN 978-81-260-1792-8.
  5. http://www.thehindu.com/todays-paper/tp-national/tp-otherstates/literary-awards-conferred-on-prusty-biyotprajna-tripathy/article119224.ece
  6. Akhil Mohan Patnaik (2009). Andhi gali. Sahitya Academy. ISBN 978-81-7201-676-0.
  7. http://orissa.gov.in/e-magazine/orissaannualreference/ORA-2011/pdf/90-91.pdf
The contents of this page are sourced from Wikipedia article on 10 Sep 2020. The contents are available under the CC BY-SA 4.0 license.
Lists
Akhila Mohan Pattanaik is in following lists
comments so far.
Comments
From our partners
Sponsored
Reference sources
References
Akhila Mohan Pattanaik
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes