Ulaka Rama Chandra
Quick Facts
Biography
ରାମଚନ୍ଦ୍ର ଉଲାକା ୧୯୩୪ ମସିହା ଜୁଲାଇ ପହିଲାରେ ବାଙ୍କିଲି, ରାୟଗଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।ବିଜ୍ଞାନରେ ସ୍ନାତକ ଉପାଧି ହାସଲ କରିଥିବା ରାମଚନ୍ଦ୍ର ୧୯୬୨ ମସିହାରେ ରାଜନୀତି କ୍ଷେତ୍ରରେ ପାଦ ଥାପି କଂଗ୍ରେସ ପ୍ରାର୍ଥୀଭାବେ ବିଧାନ ସଭାକୁ ୭ଥର ଓ ଲୋକ ସଭାକୁ ୨ଥର ନିର୍ବାଚିତ ହୋଇଥିଲେ । ୧୯୬୨ ଓ ୧୯୬୭ରେ ସେ ଦୁଇଥର କୋରାପୁଟ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାରୁ ୨୦୦୦ ପର୍ଯ୍ୟନ୍ତ ସେ ରାୟଗଡ଼ା ବିଧାନ ସଭା ଆସନରୁ ଲଗାତାର ଭାବେ ବିଜୟୀ ଲାଭ କରିଥିଲେ । ନିଜ ରାଜନୈତିକ କାର୍ଯ୍ୟକାଳ ମଧ୍ୟରେ ସେ ୭ଥର ବିଧାୟକ ହୋଇଥିବା ବେଳେ ଦୁଇଥର ପରାଜୟର ସାମ୍ନା କରିଛନ୍ତି । ୧୯୭୫ ମସିହାରେ ସେ ପ୍ରଥମଥର ପାଇଁ ଆଦିବାସୀ ଓ ଗ୍ରାମ୍ୟବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ସେ ଖାଦ୍ୟ ଓ ଯୋଗାଣ ବିଭାଗ, ହରିଜନ ଓ ଆଦିବାସୀ ବ୍ୟାପାର, ଜଳସେଚନ ଏବଂ ଶକ୍ତି, ଜଙ୍ଗଲ, ଗଣଶିକ୍ଷା ଆଦି ବିଭାଗର ମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ । ୨୦୦୯ ମସିହରେ ସେ ବିଧାନ ସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇଥିଲେ । ୨୪ ଡିସେମ୍ବର ୨୦୧୧ ମସିହାରେ ସେ ଦେହତ୍ୟାଗ କରିଥିଲେ ।