Sunita Garbadu
Quick Facts
Biography
ସୁନୀତା ଗରାବଡ଼ୁ ଓଡ଼ିଶାର ପ୍ରଥମ ଓଡ଼ିଆ ମହିଳା ଭାବରେ କ୍ରିକେଟ୍ ମ୍ୟାଚ୍ରେ କମେଣ୍ଟ୍ରି କରିଛନ୍ତି। ସେ ଭାରତ ପକ୍ଷରୁ ନାଗପୁରରେ ଅନୁଷ୍ଠିତ ହୋଇଥିବା "୨୦୧୬ ଅାଇସିସି ଟି-୨୦ ବିଶ୍ୱକପ୍"ରେ କମେଣ୍ଟ୍ରି କରିଛନ୍ତି। ଏହା ଛଡ଼ା ସେ ଜଣେ ଅଭିନେତ୍ରୀ ତଥା ମଡେଲ୍। କିଛି ଓଡ଼ିଆ ଚଳଚ୍ଚିତ୍ର ଓ ମେଗା ଧାରାବାହିକରେ ଅଭିନୟ କରିଛନ୍ତି।
ଜନ୍ମ ଓ ପରିବାର:
ସୁନୀତା ୨୫ ଜାନୁଅାରି ୧୯୯୦ ମସିହାରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଛନ୍ତି। ସୁନୀତାଙ୍କ ବାପା ଶ୍ରୀପତି ଗରାବଡ଼ୁ ଜଣେ ବ୍ୟବସାୟୀ ଏବଂ ମାଅା ଲଳିତା ଗରାବଡ଼ୁ ସୁଗୃହିଣୀ। ଦୁଇ ଭାଇ ଭଉଣୀରେ ସୁନୀତା ହେଉଛନ୍ତି ସାନ।
ଶିକ୍ଷା:
ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରୁ ଗ୍ରାଜୁଏସନ୍ କରିଛନ୍ତି। ଗ୍ରାଜୁଏସନ୍ ପରେ ସେ ଏୟାର୍ ହୋଷ୍ଟେସ୍ ଟ୍ରେନିଂ ନେଇଛନ୍ତି।
ଅାଙ୍କରିଂ କ୍ୟାରିୟର୍:
ଉପସ୍ଥାପିକା ଭାବେ ସୁନୀତା ବିଧିବଦ୍ଧ ଭାବେ କୌଣସି ପ୍ରଶିକ୍ଷଣ ଲାଭ କରି ନାହାନ୍ତି। ୨୦୦୮ ମସିହାରେ ସେ ଅାଙ୍କରିଂ କରିବାର ସୁଯୋଗ ଲାଭ କରିଥିଲେ। ସାଧାରଣତଃ ସେ ଭିଡ଼ିଓ ଜକି ଭାବେ ପରିଚିତ। ଓଡ଼ିଶାରେ ଅାୟୋଜିତ ହୋଇଥିବା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଜଣେ ସଫଳ ଉପସ୍ଥାପିକା ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। "ଖେଳ", "ଟିଭି ସୋ", "ଷ୍ଟେଜ୍ ସୋ", "ରିୟଲିଟି ସୋ" ଏବଂ "କମେଡ଼ି ସୋ" ପରି ବିଭିନ୍ନ ସୋରେ ସେ ଅାଙ୍କରିଂ କରିଛନ୍ତି। "ଗୁଡ଼୍ ବଏ" ଫିଲ୍ମ୍ ହେଉଛି ସୁନୀତାଙ୍କ ଅଭିନୀତ ପ୍ରଥମ ଫିଲ୍ମ। ଇଂରାଜି ଭାଷାର ଦକ୍ଷତା ଏବଂ କମେଣ୍ଟ୍ରି କରିବାର ନିଅାରା ଶୈଳୀ ସୁନୀତାଙ୍କୁ ଏକ ନୂତନ ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଛି। ଅାର୍ନ୍ତର୍ଜାତୀୟ ସ୍ତରରେ ତାଙ୍କର ସୁନାମକୁ ନେଇ ତାଙ୍କ ପାଇଁ ଓଡ଼ିଶା ଆଜି ଗର୍ବିତ।
ଉପସ୍ଥାପିକା
ଖେଳ:
- ଅାଇପିଏଲ ବିଶାଖାପାଟଣା
- ଅାଇପିଏଲ୍ କଟକ
- ହକି ଚାମ୍ପିଅନ୍ସ ଟ୍ରଫି
- ହକି ଇଣ୍ଡିଅାନ୍ ଲିଗ୍ (ଭୁବେନଶ୍ୱର)
- ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟ୍
ଟିଭି ସୋ
- କମେଡି ଦରବାର (ତରଙ୍ଗ)
- କିଛି କଥା କିଛି ଗୀତ (ତରଙ୍ଗ)
- ବୁମ୍ ସାକା ଲାକା (ଈ-ଟିଭି)
- ଇ-ନିୟୁଜ୍ (ଓଟିଭି)
ବ୍ରାଣ୍ଡ୍ / କର୍ପୋରେଟ୍
- ସ୍ୟାମ୍ସଙ୍ଗ୍
- ସୋନି
- ଏମ୍.ଅାର୍.ଏଫ୍
- ଅାଇଟିସି
- ରିଲ୍ୟାନ୍ସ
- ଟାଟା ମୋଟର୍ସ
- କୋଲ୍ଗେଟ୍
- କ୍ୟାଟର୍ପିଲାର
- ସିଗ୍ରାମସ୍
- ଅଲଟ୍ରାଟେକ୍ ସିମେଣ୍ଟ୍
- ୟୁନିନର୍
- ହିରୋ ମୋଟରସାଇକେଲସ୍
- ହୋଣ୍ଡା
- ପିରାମଲ୍
- ହେଲଥ୍କେୟାର୍
- ଭୋଡାଫୋନ୍
- ଅାଇସି.ଅାଇସି.ଅାଇ ବ୍ୟାଙ୍କ୍
କାର୍ଯ୍ୟକ୍ରମ
- ଇଣ୍ଡିଅାନ୍ ପ୍ରିମିୟର୍ ଲିଗ୍
- ଏଣ୍ଟରଟେନ୍ମେଣ୍ଟ୍ ଇଭେଣ୍ଟ୍ ଓ୍ବିଥ୍ ଲିଡ଼ିଙ୍ଗ୍ ବଲିଉଡ଼୍ ସିଙ୍ଗର୍
- ଫ୍ୟାଶନ୍ ସୋ ଏବଂ ବିୟୁଟି
- ପ୍ରଡଗ୍ଟ ଲଞ୍ଚ୍
- ମଲ୍ ପ୍ରମୋଶନ୍