peoplepill id: suman-maharana
SM
India
1 views today
6 views this week
Suman Maharana
Indian actor

Suman Maharana

The basics

Quick Facts

Intro
Indian actor
Places
Gender
Male
The details (from wikipedia)

Biography

ସୁମନ ମହାରଣା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ପରିଚିତ । ସେ ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର କଣ୍ଢେଇ ଆଖିରେ ଲୁହ ଜରିଆରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ସୁମନ ତାଙ୍କର ପ୍ରଥମ କଥାଚିତ୍ର ପାଇଁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇଥିଲେ ଏବଂ କଥାଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ ।

ପ୍ରାରମ୍ଭିକ ଜୀବନ

ସୁମନ ମହାରଣା ଏକ ଗରିବ ପରିବାରରୁ ଆସିଥିଲେ । ସେ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ହିଁ ବଡ଼ ହୋଇଥିଲେ । ସୁମନଙ୍କର ଉଚ୍ଚତ ୪ ଫୁଟ । ତେଣୁ ସେ ଅଧିକାଂଶ ଚଳଚ୍ଚିତ୍ରର ବାମନ ଭୂମିକା ପାଇଁ ମୁଖ୍ୟତଃ ବଛାଯାଇଥାନ୍ତି ।

ଅଭିନୟ ଜୀବନ

ସୁମନ ଓଡ଼ିଆ କଥାଚିତ୍ର କଣ୍ଢେଇ ଆଖିରେ ଲୁହ ଜରିଆରେ ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ତାଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ମିଳିଥିଲା । ଏହପରେ ସେ ବିଭିନ୍ନ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ତାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା ।

ସୁମନ ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ସ‌ହ ଓଡ଼ିଆ ଦୂରଦର୍ଶନ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି । ସେ ଧାରାବାହିକ ବ୍ୟତୀତ କିଛି ଦୂରଦର୍ଶନ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୮ ମସିହାରେ ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮ରେ ସୁମନଙ୍କୁ ତରଙ୍ଗ ଟିଭିରେ ପ୍ରସାରିତ ଦୂରଦର୍ଶନ ଧାରାବାହିକ "ତେଜସ୍ୱିନୀ" ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା ।

ଅଭିନୀତ କଥାଚିତ୍ର

  • କଣ୍ଢେଇ ଆଖିରେ ଲୁହ
  • ଲକ୍ଷ୍ମୀ ପ୍ରତିମା
  • ପ୍ରିୟା ମୋ ଆସିବ ଫେରି
  • ମାୟା
  • ତୁ ମୋ ଆଖିର ତାରା
  • ଜଗୁ ଅଟୋବାଲା
  • ଏ ମନ ମାନେନା
  • ହେଲା ମତେ ପ୍ରେମ ଜର
  • ଶୁଭ ବିବାହ
  • କିଛି ଖଟା କିଛି ମିଠା
  • ପ‌ହିଲି ରଜ
  • ଜବରଦସ୍ତ ପ୍ରେମିକ
  • ଆଇନ କାନୁନ
  • ମୁନ୍ନା- ଏ ଲଭ୍ ଷ୍ଟୋରୀ
  • ପ୍ରେମ ରୋଗୀ
  • ସ୍ମାଇଲ୍ ପ୍ଲିଜ୍
  • ମୁଁ ପ୍ରେମୀ ମୁଁ ପାଗଳ
  • ମୁଁ କ'ଣ ଏତେ ଖରାପ
  • ଧର୍ମ

ଅଭିନୀତ ଧାରାବାହିକ

  • ପରୀ (ସାର୍ଥକ ଟିଭି)
  • ତେଜସ୍ୱିନୀ (ତରଙ୍ଗ ଟିଭି)- ଯାଦୁ
  • ମୁଁ ବି ତେଜସ୍ୱିନୀ (ତରଙ୍ଗ ଟିଭି)- ଉପସ୍ଥାପକ

ଆଧାର

ବାହାର ଆଧାର

ସୁମନ ମହାରଣା (ଇଣ୍ଟରନେଟ ମୁଭି ଡାଟାବେସରେ)

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Suman Maharana is in following lists
comments so far.
Comments
From our partners
Sponsored
Credits
References and sources
Suman Maharana
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes