peoplepill id: sudhansumalini-ray
SR
India
1 views today
1 views this week
Sudhansumalini Ray
Politician from Odisha, India

Sudhansumalini Ray

The basics

Quick Facts

The details (from wikipedia)

Biography

ସୁଧାଂଶୁମାଳିନୀ ରାୟ (୧୫ ଜୁନ ୧୯୨୫ - ୧୯ ମାର୍ଚ୍ଚ ୨୦୦୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସୁଧାଂଶୁମାଳିନୀ ଓଡ଼ିଶା ବିଧାନ ସଭାର ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ନିର୍ବାଚିତ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସୁଧାଂଶୁ ମାଳିନୀ ଦେବୀ ରାଜନୀତି ଛଡ଼ା ସାହିତ୍ୟରେ ମଧ୍ୟ ରୁଚି ରଖିଥିଲେ । ସେ କିଛି କବିତାର ରଚନା କରିଥିଲେ ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ କିଛି ନିବନ୍ଧ ରଚନା କରିଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ସୁଧାଂଶୁ ମାଳିନୀ ରାୟ ୧୯୨୫ ମସିହାର ଜୁନ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଲାଲ ମୋହନ ପଟ୍ଟନାୟକ । ସେ କଳାରେ ସ୍ନାତକ କରିଥିଲେ । ସୁଧାଂଶୁମାଳିନୀ ଏସ୍. କେ. ରାୟଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ । ତାଙ୍କ ପତି ଶ୍ରୀଯୁକ୍ତ ରାୟ ଜଣେ ବ୍ରିଗେଡିଅର୍ ଥିଲେ ।

ରାଜନୈତିକ ଜୀବନ

ସୁଧାଂଶୁ ମାଳିନୀ ରାୟ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ ।

୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସୁଧାଂଶୁ ମାଳିନୀ ଏହି ବିଧାନ ସଭାରେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଧାୟିକା ଭାବରେ ୧୯୭୪ ମସିହାରୁ ୧୯୯୭୭ ମସିହାରେ ବିଧାନ ସଭା ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।

୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଭିନ୍ନ ଦଳରୁ ସମୁଦାୟ ୧୫ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିଲେ । ସେମାନଙ୍କ ମଧ୍ୟରୁ କିନ୍ତୁ ମାତ୍ର ୪ ଜଣ ବିଜୟୀ ହୋଇଥିଲେ । ଏହି ଚାରି ଜଣ ବିଜୟୀ ପ୍ରାର୍ଥୀ ମାନଙ୍କ ମଧ୍ୟରେ ସୁଧାଂଶୁ ମାଳିନୀ ରାୟ ଥିଲେ ଏବଂ ବିଜୟୀ ଅନ୍ୟ ପ୍ରାର୍ଥୀମାନେ ହେଲେ ନନ୍ଦିନୀ ଶତପଥୀ, ଶୈରିନ୍ଦ୍ରୀ ନାୟକ ଓ ଭି.ସୁଜ୍ଞାନୀ କୁମାରୀ ଦେଓ ।

ଅନ୍ୟାନ୍ୟ କାର୍ଯ୍ୟ

ସୁଧାଂଶୁ ମାଳିନୀ ରାୟ କିଛି କବିତା ରଚନା କରିଥିଲେ । ଏଥି ସହ ବିଭିନ୍ନ ପ୍ରସଙ୍ଗ ଉପରେ ସେ କିଛି ନିବନ୍ଧ ତଥା ସ୍ତମ୍ଭମାନ ରଚନା କରିଥିଲେ । ସେ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ର ଚେୟାରମେନ୍ ଭାବରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

ସୁଧାଂଶୁ ମାଳିନୀ ରାୟ ୨୦୦୮ ମସିହାର ମାର୍ଚ୍ଚ ମାସ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ୨୦୦୮ ମସିହାର ମାର୍ଚ୍ଚ ମାସ ୨୪ ତାରିଖ ଦିନ ବିଧାନ ସଭା ଗୃହରେ ଶୋକ ସଭାର ଆୟୋଜନ କରାଯାଇଥିଲା ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Sudhansumalini Ray is in following lists
comments so far.
Comments
From our partners
Sponsored
Credits
References and sources
Sudhansumalini Ray
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes