peoplepill id: siddhartha-mishra-2
SM
India
2 views today
6 views this week
Siddhartha Mishra
Sports Journalist from India

Siddhartha Mishra

The basics

Quick Facts

Intro
Sports Journalist from India
Places
Work field
Gender
Male
Place of birth
Puri, Puri district, Central division, India
Place of death
Chennai, Chennai district, Tamil Nadu, India
Age
42 years
Family
Education
University of Delhi
The details (from wikipedia)

Biography

ସିଦ୍ଧାର୍ଥ ମିଶ୍ର, ଜଣେ ସାମ୍ବାଦିକ ଥିଲେ । ସେ 'ଟାଇମ୍ସ ଅଫ ଇଣ୍ଡିଆ', 'ନ୍ୟୁଜ-ଏକ୍ସ' ଓ 'ଇଣ୍ଡିଆନ ଏକ୍ସପ୍ରେସ' ଭଳି ଜାତୀୟ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ । ଇଣ୍ଡିଆନ ଏକ୍ସପ୍ରେସର ସେ ଜାତୀୟ କ୍ରୀଡ଼ା ସମ୍ପାଦକ ଥିଲେ ।

ବ୍ୟକ୍ତିଗତ ଜୀବନ

ସିଦ୍ଧାର୍ଥଙ୍କ ପିତା ଗଣେଶ୍ୱର ମିଶ୍ର ଜଣେ ଶିକ୍ଷାବିତ ଓ ସାହିତ୍ୟିକ ଥିଲେ । ତାଙ୍କ ମାତା ସୁରଙ୍ଗିଣୀ ମିଶ୍ର ମଧ୍ୟ ଜଣେ ଶିକ୍ଷାବିତ । ସେ ଥିଲେ ତାଙ୍କ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ । ଅନ୍ୟ ତିନି ଭାଇ ସୁବ୍ରତ, ସୁନନ୍ଦ ଓ ସନ୍ଦୀପ । ସେ ଭୁବନେଶ୍ୱରର ଷ୍ଟୁଆର୍ଟ ସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପରେ ସେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରୁ କଲେଜ ଶିକ୍ଷା ସମାପ୍ତ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମୃତ୍ତିକା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ଏହା ପରେ ସେ ନୂଆଦିଲ୍ଲୀର 'ଟାଇମ୍ସ ସ୍କୁଲ ଅଫ ଜର୍ଣ୍ଣାଲିଜିମ'ରୁ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ପ୍ରାଚୀ ତାରା ମିଶ୍ର ଓ ସେ ଜଣେ କଥକ । କାହାଣୀ ଶୁଣାଇବା ପ୍ରାଚୀଙ୍କର ବୃତ୍ତି । ତାଙ୍କର ସୁମିତ ଓ ମାମାଲୀ ନାମରେ ଦୁଇ ସନ୍ତାନ ଅଛନ୍ତି । କର୍କଟ ରୋଗରେ ପିଡ଼ୀତ ହୋଇ ୨୦୧୨ ଅକ୍ଟୋବର ମାସ ୩୦ତାରିଖରେ ତାଙ୍କର ପରଲୋକ ଘଟିଥିଲା । ସିଦ୍ଧାର୍ଥଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ପିତା ଗଣେଶ୍ୱର ମିଶ୍ର ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ନାମରେ ଏକ ପୁସ୍ତକ ରଚନା କରିଥିଲେ ।

ସିଦ୍ଧାର୍ଥଙ୍କ ପୁତ୍ର ସୁମିତ ଜଣେ କ୍ରିକେଟ ଖେଳାଳି, ୨୦୨୧ ମସିହାରେ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ସେ ଓଡ଼ିଶା ୧୬ ବର୍ଷରୁ କମ ଦଳରେ ସ୍ଥାନ ପାଇଥିଲେ ।

ବୃତ୍ତିଗତ ଜୀବନ

୧୯୯୬ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସେ ଟାଇମ୍ସ ଅଫ ଇଣ୍ଡିଆରେ ସାମ୍ବାଦିକତା କରିଥିଲେ । ୨୦୦୭ ମସିହାରେ କିଛି ସମୟ ପାଇଁ ନ୍ୟୁଜ-ଏକ୍ସ ଟେଲିଭିଜନ ଚ୍ୟାନେଲରେ କିଛି ଦିନ କାମ କରିବା ପରେ ଇଣ୍ଡିଆନ ଏକ୍ସପ୍ରେସରେ ଯୋଗଦେଇ ଚେନ୍ନାଇକୁ ନିଜର କର୍ମକ୍ଷେତ୍ର ରୂପେ ବାଛିଥିଲେ । ଇଣ୍ଡିଆନ ଏକ୍ସପ୍ରେସରେ ସେ ଜାତୀୟ କ୍ରୀଡ଼ା ସମ୍ପାଦକ ପଦକୁ ଉନ୍ନୀତ ହୋଇଥିଲେ । ସେ ୨୦୦୩ କ୍ରିକେଟ ବିଶ୍ୱକପ, ୨୦୦୬ ଆଇସିସି ଚମ୍ପିୟାନସିପ ଟ୍ରଫି, ୨୦୦୭ ଟି୨୦ ବିଶ୍ୱକପ, ୨୦୧୦ ହକି ବିଶ୍ୱକପ ଓ ରାଷ୍ଟ୍ରମଣ୍ଡଳ ଖେଳ ଆଦି କ୍ରୀଡ଼ା ପ୍ରତିଯୋଗିତାରେ ସାମ୍ବାଦିକତ କରିଥିଲେ । ସେ କ୍ରିକେଟ ସମେତ ବହୁ ଖେଳର ବିଶେଷଜ୍ଞ ଥିଲେ ଓ ଅନେକ କ୍ରୀଡ଼ାବ୍ୟକ୍ତିତ୍ୱଙ୍କର ସାକ୍ଷାତକାର ନେଇଥିଲେ ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Siddhartha Mishra is in following lists
comments so far.
Comments
From our partners
Sponsored
Credits
References and sources
Siddhartha Mishra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes