Saudamini Mishra
Quick Facts
Biography
ସୌଦାମିନୀ ମିଶ୍ର, ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ । ଓଡ଼ିଆ ଚଳଚ୍ଚିତ୍ର ବ୍ୟତିତ ସେ ହିନ୍ଦୀ ଚଳଚ୍ଚିତ୍ର, ବୃତ୍ତଚିତ୍ର ତଥା ଟେଲିଭିଜନ ଶିଳ୍ପ ସହିତ ମଧ୍ୟ ଜଡିତ ।
ବାଲ୍ୟଜୀବନ ଓ ଶିକ୍ଷା
ସୌଦାମିନୀ କଟକର ପ୍ରଫେସରପଡ଼ାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜେଜେ, ରେଭେନ୍ସା ମହାବିଦ୍ୟାଳୟର ରସାୟନ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଥିଲେ । ତାଙ୍କରି ନାମ ଅନୁସାରେ, ସେ ରହୁଥିବା ଅଞ୍ଚଳର ନାମ ପ୍ରଫେସରପଡ଼ା ପଡିଥିଲା । ଯୌଥ ପରିବାରରେ ବଢିଥିବା ସୌଦାମିନୀ ୪ବର୍ଷ ବୟସରେ କଟକର କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ନୃତ୍ୟ ଶିକ୍ଷାରମ୍ଭ କରିଥିଲେ । ସେଠାରେ ଗୁରୁ କେଳୁଚରଣ ମହାପାତ୍ର ଓ ମାୟାଧର ରାଉତଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ ଓ ସେ ଓଡ଼ିଶୀ ନୃତ୍ୟରେ ଏମ.ଏ କରିଥିଲେ । ସେବୋର୍ଡ଼ ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।
ଅଭିନୟ ଜୀବନ
ଧୀର ବିଶ୍ୱାଳ, ସୌଦାମିନୀଙ୍କ ନୃତ୍ୟରେ ବିଭୋର ହୋଇ ସୌଦାମିନୀଙ୍କୁ କିଏ କାହାର ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେତେବେଳକୁ ସୌଦାମିନୀ ଦଶମ ଶ୍ରେଣୀରେ ପଢୁଥିଲେ ଓ ବିବାହ କରିନଥିଲେ । ଜେଜେମା ଅରାଜି ହେବାରୁ ସୌଦାମିନୀ ସେ ପ୍ରସ୍ତାବକୁ ଅଗ୍ରାହ କରିଥିଲେ । ବିବାହ ପରେ, ପୁନର୍ବାର ସେହି ପ୍ରସ୍ତାବ ମିଳିବାରୁ, ସୌଦାମିନୀ ରାଜି ହୋଇଥିଲେ । ଏହି ଚଳଚ୍ଚିତ୍ରଟି ୧୯୬୮ମସିହାରେ ପ୍ରେକ୍ଷାଳୟକୁ ଆସିଥିଲା । ଏହାପରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ନିଶାନା ନାମକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କଳାହାଣ୍ଡି ନାମକ ବୃତ୍ତଚିତ୍ର ନିର୍ମାଣ କରିଥିଲେ, ଯାହା ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲା । ଦୂରଦର୍ଶନରେ, ସେ ତୁଳସୀ ନାମକ ଧାରାବାହିକରେ ଅଭିନୟ କରିଥିଲେ । କଳିଙ୍ଗ ଷ୍ଟୁଡିଓର ସ୍କ୍ରିପ୍ଟ କମିଟିର ସଦସ୍ୟ ମଧ୍ୟ ରହିଥିଲେ ।
ଅଭିନୀତ ଓଡ଼ିଆ କଥାଚିତ୍ର
- କିଏ କାହାର
- ଅନୁତାପ
- ଗପ ହେଲେ ବି ସତ
- ମାନସୀ
- ରାମାୟଣ
- ଏଇ ଆଖି ଆମ ସାକ୍ଷୀ
- କୁଳ ଚନ୍ଦ୍ରମା
ଆଧାର
ଅଧିକ ତଥ୍ୟ
- ସୌଦାମିନୀ ମିଶ୍ର (ଇଣ୍ଟରନେଟ ମୁଭି ଡାଟାବେସରେ)