Samrat Kar
Quick Facts
Biography
ସମ୍ରାଟ କର (ଜନ୍ମ ୫ ଜୁଲାଇ ୧୯୭୬) ଜଣେ ମାନସିକ ରୋଗ ବିଶେଷଜ୍ଞ । ସେ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଗୋପାଳ ଚନ୍ଦ୍ର କର ଓ ଡକ୍ଟର ଗାୟତ୍ରୀ ଦେବୀଙ୍କ ପୁତ୍ର । ତାଙ୍କର ଡାକ୍ତରୀ ଶିକ୍ଷା ପରେ ଅନୁଭବ କରିଥିଲେ ଯେ ଲୋକମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଛି , ମାନସିକ ଡାକ୍ତର ହେଉଛନ୍ତି କେବଳ ପାଗଳଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ଅନେକ ଲୋକ ମାନସିକ ରୋଗର ଲକ୍ଷଣକୁ ଭୂତ, ପ୍ରେତଙ୍କ ପ୍ରାଦୁର୍ଭାବ ଭାବି ଗୁଣିଆର ଆଶ୍ରୟ ନେଉଛନ୍ତି । ଲୋକମାନଙ୍କର ଏହି ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ଓଡ଼ିଆ ଭାଷାରେ ‘ମନକଥା ଜାଣନ୍ତୁ’, ‘ମନରେ ଅଛି କଅଣ ?’ ଓ ହିନ୍ଦୀଭାଷାରେ ମଧ୍ୟ 'ମନ୍ କି ବାତ୍ ଜାନିଏ' ପୁସ୍ତକରେ ବିଭିନ୍ନ ପ୍ରକାର ମାନସିକ ରୋଗଗୁଡିକର କାରଣ ଓ ଚିକିତ୍ସା ବିଷୟରେ ବର୍ଣ୍ଣନା କରିଛନ୍ତି । ମାନସିକ ରୋଗୀକୁ ପାଗଳ କହି ଅଛୁଆଁ ବୋଲି ଭାବିବା ଓ ସେମାନଙ୍କଠାରୁ ଦୂରେଇ ରହିବା ଅଦ୍ୟାବଧି ପରିଲକ୍ଷିତ ହେଉଛି । କିପରି ସେହି ମାନସିକ ରୋଗୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ପାରିବ, ସେଥିପାଇଁ ସେ ରେଡ଼ିଓ, ଟେଲିଭିଜନ ଓ ସମ୍ବାଦପତ୍ର ମାଧ୍ୟମରେ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି ।
ବାଲ୍ୟ ଜୀବନ ଓ ଶିକ୍ଷା
ସମ୍ରାଟ ରେଭେନ୍ସା ବିଶ୍ଵବିଦ୍ୟାଳୟରୁ କଲେଜ ଶିକ୍ଷା ଓ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ଏମ.ବି.ବି.ଏସ. ଶିକ୍ଷାଗ୍ରହଣ କରିଛନ୍ତି । ଏନ୍.ଟି.ଆର୍ ବିଶ୍ୱବିଦ୍ୟାଳୟରୁ ଏମ୍.ଡି ସାଇକାଅଟ୍ରି ଓ ଡକ୍ଟର ହରିସିଂହ ଗୌର ବିଶ୍ୱବିଦ୍ୟାଳୟ, ସାଗରରୁ ପୋଷ୍ଟ ଗ୍ରାଜୁଏଟ୍ ସାଇକୋଲୋଜିକାଲ୍ କାଉନ୍ସେଲିଙ୍ଗ ଶିକ୍ଷାଲାଭ କରିଛନ୍ତି ।
ପରିବାର
ସମ୍ରାଟ କର ଶୁଭଶ୍ରୀ ମିଶ୍ରଙ୍କୁ ବିବାହ କରିଛନ୍ତି ଏବଂ ଏକମାତ୍ର ପୁତ୍ର ସ୍ନେହାଂଶ ।
ପୁରସ୍କାର ଓ ସମ୍ମାନ
ଉଚ୍ଚକୋଟୀର ସନ୍ଦର୍ଭ ପାଇଁ ସେ ଶିକ୍ଷାକ୍ଷେତ୍ରରେ ଓ ସମାଜସେବାରେ ଅନେକ ପୁରସ୍କାର ପାଇଛନ୍ତି ।
- ପ୍ରଫେସର ଜି. ସି. ବରାଳ ସମ୍ମାନ
- ପ୍ରଫେସର ବି.ଦାଶ ସମ୍ମାନ
- ସ୍କାର୍ଟ ସମ୍ମାନ
- ସିଦ୍ଧାର୍ଥ ମେମୋରିଆଲ ସମ୍ମାନ