peoplepill id: sabarmatee
S
India
1 views today
1 views this week
Sabarmatee
Indian environmentalist

Sabarmatee

The basics

Quick Facts

Intro
Indian environmentalist
Places
Work field
Gender
Female
Family
Father:
Awards
Padma Shri in other fields
(2020)
The details (from wikipedia)

Biography

ସାବରମତୀ (ଜନ୍ମ: ୧୯୬୮), ଜୈବିକ କୃଷି, ପରିବେଶ ଓ ମୂର୍ତ୍ତିକା ସଂରକ୍ଷଣ, ନୂତନ ବିହନ ଆବିଷ୍କାର ଆଦି ଦିଗରେ କାମ କରୁଥିବା ଜଣେ ପରିବେଶବିତ ଓ ସ୍ୱେଚ୍ଛାସେବୀ । ତାଙ୍କ ପିତା ପ୍ରଫେସର ରାଧାମୋହନଙ୍କ ସହ ମିଶି ସମ୍ଭବ ନାମରେ ଏକ ଏନଜିଓ ସଂସ୍ଥା ଗଠନ କରି ସେ ଏ ଦିଗରେ କାର୍ଯ୍ୟ କରନ୍ତି । ପରିବେଶ ସୁରକ୍ଷା ଓ ସଂରକ୍ଷଣ ଦିଗରେ କରୁଥିବା ଏହି ବାପ-ଝିଅ ଯୋଡ଼ିଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ସାବରମତୀ ଜୈବିକ କୃଷି ସହିତ ୧୯୮୯ ମସିହାରୁ ଜଡ଼ିତ । ସେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ଯୋଜନ ବିଭାଗ, ଜଳଛାୟା ମିଶନ ଆଦିରେ ଉପଦେଷ୍ଟା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ସମ୍ଭବ

ସାବରମତୀଙ୍କ ପିତା ରାଧାମୋହନ ୧୯୯୦ ମସିହାରେ ସମ୍ଭବ ନାମକ ଏକ ଏନଜିଓ ପ୍ରତିଷ୍ଠା କରିଥିଲେ । ଲକ୍ଷ ଥିଲା ପଡ଼ିଆ ଜମିକୁ ଜୈବିକ କୃଷି ମାଧ୍ୟମରେ ଉର୍ବର କରି ଚାଷ କରିବା । ଏଥିପାଇଁ ସେମାନେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ଏକ ଜମି ବାଛିଥିଲେ । କିଟନାଷକ ଓ ରାସାୟନିକ ସାର ପ୍ରୟୋଗ ବିନା କେବଳ ଜୈବିକ ସାର ପ୍ରୟୋଗ କରି ଏହି ଜମିକୁ ସେମାନେ ଚାଷ ଅନୁକୂଳ କରି ପାରିଥିଲେ । ଏକଦା ଚାଷ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ୩୬ ହେକ୍ଟର ପରିମିତ ସେ ଜମିରେ ବାପଝିଅ ମିଶି ଦୁର୍ଲଭ କିସମର କ୍ଲୋଭ ବିନ, ଜ୍ୟାକ ବିନ, ସୋର୍ଡ଼ ବିନ, କଳା ଚାଉଳ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରିବାରେ ସମର୍ଥ ହେଇଥିଲେ । ଓଡ଼ଗାଁରେ ସେମାନଙ୍କଦ୍ୱାରା ବିକଶିତ ଜଙ୍ଗଲରେ ୧୦୦୦ଟି ବିଭିନ୍ନ କିସମର ବୃକ୍ଷ ଓ ୫୦୦ କିସମର ଧାନ ଓ ୭୦୦ କିସମର ବିହନ ଉତ୍ପାଦ କରାଯାଏ । ସବୁ ଜଳବାୟୁରେ ବଞ୍ଚିପାରୁଥିବା ବିଭିନ୍ନ ବିହନର ସଂଗ୍ରହ ଓ ସଂରକ୍ଷଣ ସମ୍ଭବଦ୍ୱାରା କରାଯାଇଥାଏ । "ଆଡପ୍ଟ ଏ ସିଡ଼" କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ତାଙ୍କ ଅଞ୍ଚଳରେ ଉଧେଇ ପାରୁଥିବା ଉନ୍ନତ ବିହନ ମାଗେଣାରେ ଯୋଗେଇ ଦିଆଯାଇଥାଏ ଓ ସେହି ବିହନର ପୃଷ୍ଠପୋଷକ ହେବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଏ । ଏହାଦ୍ୱାରା ଚାଷୀମାନେ ସେହି ବିହନର ଉପଯୋଗ, ସଂରକ୍ଷଣ ଓ ବ୍ୟାପକ ପ୍ରଚାର ଦିଗରେ ସାହାଯ୍ୟ କରନ୍ତି ।

ଧାନ କ୍ଷେତରେ କାମ କରୁଥିବା ମହିଳାମାନଙ୍କ ଉପରେ ଶାରୀରିକ ଶ୍ରମର ପ୍ରଭାବକୁ ନେଇ ସାବରମତୀ ଅଧ୍ୟୟନ କରିଛନ୍ତି । ଏହି ଅଧ୍ୟୟନରୁ ସେ ଏସ.ଆର.ଆଇ(System of Rice Intensification) ନାମକ ଏକ ବ୍ୟବସ୍ଥାକୁ ବିକାଶ କରିଛନ୍ତି । ଏହି ବ୍ୟବସ୍ଥାରେ ମହିଳାମାନଙ୍କ ଉପରେ ଶାରୀରିକ ଶ୍ରମର କମ ପ୍ରଭାବ ପଡିଥାଏ । ସମ୍ଭବ ତରଫରୁ ଚାଷୀମାନଙ୍କୁ ସ୍ଥାୟୀ ଜୈବିକ ଚାଷ, ଜୈବବିବିଧତା ସଂରକ୍ଷଣ, ଏସ.ଆର.ଆଇ ବାବଦରେ ସମ୍ଭବ ତରଫରୁ ରାଜ୍ୟ, ଅନ୍ୟରାଜ୍ୟ ତଥା ଭାରତ ବାହାରୁ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ ।

ଜୀବନୀ

ସାବରମତୀ‌, ୧୯୬୮ ମସିହାରେ ପିତା ରାଧାମୋହନ ଓ ମାତା ବିଜୟଲକ୍ଷ୍ମୀଙ୍କ କୋଳରୁ ଜନ୍ମ ଗ୍ରହଣ କରିଥିଲେ । ୧୯୯୩ ମସିହାରୁ ସେ ସମ୍ଭବ ସହିତ ଜଡ଼ିତ ରହିଛନ୍ତି । ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମରୁ ଅନୁପ୍ରାଣିତ ହୋଇ, ରାଧାମୋହନ ଝିଅର ନାମ ସାବରମତୀ ରଖିଥିଲେ ।

ସମ୍ମାନ ଓ ପୁରସ୍କାର

  • ପଦ୍ମଶ୍ରୀ - ୨୦୨୦
  • ଉତ୍କଳ ସେବା ସମ୍ମାନ
  • ନାରୀ ଶକ୍ତି ପୁରସ୍କାର - ୨୦୧୭
  • ସମ୍ଭବୀ ପୁରସ୍କାର - ୨୦୧୬ (ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)
  • ଯୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ - ୨୦୨୨

ଆଧାର


The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Sabarmatee is in following lists
comments so far.
Comments
From our partners
Sponsored
Credits
References and sources
Sabarmatee
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes