peoplepill id: rakhee-dash
RD
India
1 views today
1 views this week
Rakhee Dash
Indian dubbing artist

Rakhee Dash

The basics

Quick Facts

Intro
Indian dubbing artist
A.K.A.
Rakhi Dash Rakhee Das
Places
Gender
Female
Family
Spouse:
Bibhu Kishore
The details (from wikipedia)

Biography

ରାକ୍ଷୀ ଦାଶ ଚଳଚ୍ଚିତ୍ର, ଧାରାବାହିକ, ବିଜ୍ଞାପନ ତଥା କାର୍ଟୁନ ଫିଲ୍ମ୍‌ରେ ସ୍ବର ଦେବା ସହିତ ଅଭିନୟ କରନ୍ତି। ରେଡିଓ ଜକି ଭାବେ ସେ ପ୍ରସିଦ୍ଧି ଲାଭ କରିଛନ୍ତି। ଏହା ଛଡ଼ା ସେ ବିଭିନ୍ନ ଟିଭି ତଥା ମଞ୍ଚ କାର୍ଯ୍ୟକ୍ରମରେ ସଞ୍ଚାଳନ କରିଛନ୍ତି। ଓଡ଼ିଶୀ ଓ ଛଉ ନୃତ୍ୟରେ ମଧ୍ୟ ସେ ପାରଙ୍ଗମ। ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବିଭୂକିଶୋରଙ୍କୁ ସେ ବିବାହ କରିଛନ୍ତି। "ବିଭୂକିଶୋର ଚାରିଟେବୁଲ୍ ଟ୍ରଷ୍ଟ"ର ମ୍ୟାନେଜିଂ ଟ୍ରଷ୍ଟି ଦାୟିତ୍ୱ ନେଇଛନ୍ତି ରାକ୍ଷୀ।

ବିବାହ ଓ ପରିବାର:

ରାକ୍ଷୀ ବିବାହ କରିଛନ୍ତି ଗାୟକ ବିଭୂକିଶୋରଙ୍କୁ। ତାଙ୍କର ଗୋଟିଏ ଝିଅ ଈଶିତା (ବିଭା)। ରାକ୍ଷୀ ପାଞ୍ଚ ଭାଇ ଓ ଭଉଣୀ। ରାକ୍ଷୀ ହେଉଛନ୍ତି ଚତୁର୍ଥ। ସେ ସ୍ବାମୀ ବିଭୂକିଶୋର ଓ ଝିଅ ବିଭାଙ୍କ ସହିତ ଭୁବନେଶ୍ୱରରେ ରହୁଛନ୍ତି। ରାକ୍ଷୀଙ୍କ ବାପା ରାଧାକୃଷ୍ଣ ଦାଶ ଏବଂ ମାଅା ହେଉଛନ୍ତି ମନୋରମା ଦାଶ।

ଅଭିନୟ ଜୀବନ:

ଶିଶୁକଳାକାର ଭାବେ ରାକ୍ଷୀଙ୍କର ଅଭିନୟ ଜୀବନ ଅାରମ୍ଭ ହୋଇଛି। ପ୍ରଫୁଲ୍ଲ ମହାନ୍ତିଙ୍କ ନିର୍ଦ୍ଦେଶିତ "ଭଙ୍ଗାସିଲଟ" ଚଳଚ୍ଚିତ୍ରରେ ରାକ୍ଷୀ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି। ଦୂରଦର୍ଶନ ଓଡ଼ିଆେର ରାକ୍ଷୀ ମେଗାଧାରାବାହିକ "ଅାହୁତି"ରେ ଅଭିନୟ କରିଛନ୍ତି। "ମାଗୁଣିର ଶଗଡ଼" ଏବଂ "ବର୍ଷାବିନ୍ଦୁ" ପରି କ୍ଷୁଦ୍ର କଥାଚିତ୍ରରେ ଶିଶୁକଳାକାର ଭାବରେ ମଧ୍ୟ ସେ ଅଭିନୟ କରିଛନ୍ତି। ରାକ୍ଷୀ ଯେତେବେଳେ ଅଭିନୟ କରିବାକୁ ଚାହିଁଲେ ସେତେବେଳେ ତାଙ୍କୁ କମ୍ ଉଚ୍ଚତା ପାଇଁ କାମ ମିଳି ନ ଥିଲା। ରାକ୍ଷୀ ଓଡ଼ିଶୀ ଓ ଛଉ ନୃତ୍ୟ ମଧ୍ୟ ଶିଖିଛନ୍ତି। ଗୋଡଭାଙ୍ଗିଯିବା ପରେ ରାକ୍ଷୀ ନାଚ ଛାଡିଦେଲେ। ରାକ୍ଷୀଙ୍କୁ ରେଖା ଓ ଅମିତାଭ ବଚ୍ଚନଙ୍କ ଅଭିନୟ ବହୁତ ଭଲ ଲାଗେ। "ଦୁହିତା" (ଇଟିଭି)ରେ ପ୍ରଥମେ ଅଭିନୟ କରିଥିଲେ। ପରେ ପରେ "ସଂସ୍କାର" ଓ "ପରିଚୟ" ପରି ମେଗାଧାରାବାହିକରେ ଅଭିନୟ କଲେ। ଅଶୋକ ପତିଙ୍କ ବହୁ ଚଳଚ୍ଚିତ୍ରରେ ରାକ୍ଷୀ ଅଭିନୟ କରିଛନ୍ତି। ଅଶୋକପତିଙ୍କ ନିର୍ଦ୍ଦେଶିତ "ଦିଓ୍ବାନା ଦିଓ୍ବାନୀ", "ପ୍ରେମ ରୋଗୀ", "ଡ୍ରିମ୍ ଗାର୍ଲ" ଓ "ସଞ୍ଜୁସଞ୍ଜନା" ଅାଦି ଚଳଚ୍ଚିତ୍ରରେ ରାକ୍ଷୀଙ୍କୁ ଅଭିନୟ କରିବାର ସୁଯୋଗ ମିଳିଛି।

ଭଏସ୍ ଡବିଂ:

ଭଏସ ଡବିଂ କାମ ସେ ବିବାହ ପରେ ଅାରମ୍ଭ କରିଥିଲେ। ପ୍ରଥମେ ସେ ଅନ୍ୟ ପାର୍ଶ୍ୱ କଳାକାରଙ୍କ ପାଇଁ ଭଏସ୍ ଦେଇଥିଲେ। ସେହି ଠାରୁ ହିଁ ତାଙ୍କ ଭଏସ୍ ଡବିଂ କ୍ୟାରିୟର୍ ଅାରମ୍ଭ ହୋଇଥିଲା। ପାର୍ଶ୍ୱ ଅଭିନେତ୍ରୀଙ୍କ ପାଇଁ କଣ୍ଠସ୍ବର ଦେବା ପରେ ସେ ନାୟିକାମାନଙ୍କ ପାଇଁ ଭଏସ୍ ଦେଇଥିଲେ। ଅାଉ ସେଥିରେ ସେ ସଫଳ ହୋଇଛନ୍ତି। "ପୁଅ ମୋର ଭୋଳାଶଙ୍କର" ହେଉଛି ରାକ୍ଷୀଙ୍କର ପ୍ରଥମ ଫିଲ୍ମ ଯେଉଁଥିରେ ରାକ୍ଷୀ ବଙ୍ଗୀୟ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ନିମେନ୍ତ ଭଏସ୍ ଦେଇଥିଲେ। ରାକ୍ଷୀ ୧୯ କିମ୍ବା ୨୦ ବର୍ଷ ବୟସରେ ସବ୍ୟସାଚୀ ମହାପାତ୍ରଙ୍କର "ଜଙ୍ଗଲର ସାଥୀ" ସିରିଏଲ୍‌ରେ ୬୦ ବର୍ଷ ବୁଢ଼ୀ ଚରିତ୍ରର ଭଏସ୍ ଦେଇଥିଲେ। ଡବିଂ ପରେ ତାଙ୍କୁ କିଛିଟା ଫିଲ୍ମ ତଥା ସିରିଏଲ୍‌ରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଅନେକ ଅଭିନେତ୍ରୀଙ୍କ ପାଇଁ କଣ୍ଠସ୍ବର ଦେଇଥିଲେ ବି ସେ ରଚନା ବାନାର୍ଜୀ ଏବଂ ବର୍ଷା ପ୍ରିୟଦର୍ଶନୀଙ୍କ ଭଏସ୍ ଦେଲାବେଳେ ତାଙ୍କୁ ବହୁତ ଖୁସି ଲାଗେ। ରେଖା ଓ ଝରଣା ଦାସଙ୍କ ଭଏସ୍ ତାଙ୍କୁ ବିଶେଷ ଭାବେ ଅନୁପ୍ରାଣିତ କରିଛି।

ରେଡିଓ ଜକି:

ରେଡିଓ ଜକିରେ ମଧ୍ୟ ରାକ୍ଷୀ ନିଜ ଲାଗି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିିଛନ୍ତି। ୯୩.୫ ଏସ୍ଏଫ୍ଏମ୍‌ରେ ରେଡିଓ ଜକି ଭାବରେ ପ୍ରଥମେ କାମ ଅାରମ୍ଭ କରିଥିଲେ। ବିଗ୍ ଏଫ୍.ଏମ୍ ୯୨.୭ରେ କାମ କରିଛନ୍ତି। ରେଡିଓ ଚକଲେଟ୍ ୧୦୪ ଏଫ୍.ଏଫ୍‌ଏମ୍‌ରେ ଫ୍ରିଲାନ୍‌ସର୍‌ ଭାବେ ମଧ୍ୟ କାମ କରୁଛନ୍ତି। SOA Community ରେଡିଓରେ କାମ କରିଛନ୍ତି।

ଅଭିନୀତ ଫିଲ୍ମ୍:

  • ଭଙ୍ଗା ସିଲଟ (ଶିଶୁ କଳାକାର)
  • ମାଗୁଣିର ଶଗଡ଼ (ଶିଶୁ କଳାକାର)
  • ରାଜକୁମାର
  • ଡ୍ରିମ୍ ଗାର୍ଲ
  • ପ୍ରେମରୋଗୀ
  • ସଞ୍ଜୁ ଓ ସଞ୍ଜନା
  • ଦିଓ୍ବାନା ଦିଓ୍ବାନୀ
  • ଇସ୍କ୍ ତୁ ହି ତୁ
  • ଅାଶିକ୍

ମେଗାଧାରାବାହିକ:

  • ପଡୋଶୀ
  • ଅାହୁତି
  • ଚିତ୍ରବିଚିତ୍ର
  • ମୁଁ ତୁମକୁ ଭଲପାଏ
  • ନାରୀ
  • ମହୁଖା
  • ସଂସ୍କାର
  • ଭାଗ୍ୟବିଧାତା
  • ପୂଣ୍ୟତୋୟା
  • ପରିଚୟ
  • ସାହାନାଇ
  • ଇଲୋ ବୋପାଲୋ (କମେଡ଼ି ସୋ)
  • ପରୀ (ଚନ୍ଦ୍ରବଦନୀ ଭୂମିକା)
  • ନିର୍ଭୟ (ହିନ୍ଦୀ)
  • ଚଉଶଦ କଳାୟେଁ (ହିନ୍ଦୀ)
  • ନାଟକ:
  • ବିଦ୍ରୋହ ନିଜ ବିରୁଦ୍ଧରେ
  • ଟିଙ୍ଗାବୁଢ଼ା
  • ବଞ୍ଚିବାକୁ ହେଲେ

    ଭଏସ୍ ଡବିଂ

    ଚଳଚ୍ଚିତ୍ର:

    • ସେଇ ଝିଅଟି (ବୀଣା ମହାରଣାଙ୍କ ପାଇଁ)
    • ପୁଅ ମୋର ଭୋଳାଶଙ୍କର (ରଚନା ବାନାର୍ଜୀଙ୍କ ପାଇଁ)
    • ଲକ୍ଷ୍ମଣରେଖା (ରଚନା ବାନାର୍ଜୀଙ୍କ ପାଇଁ)
    • ଶାଶୂ ହାତକଡ଼ି ଭାଉଜବେଡି (ଶ୍ରୀଲେଖାଙ୍କ ପାଇଁ)
    • ଗଙ୍ଗାଯମୁନା (ରଚନା ବାନାର୍ଜୀଙ୍କ ପାଇଁ ଦ୍ୱେତ ସ୍ବର)
    • କଣ୍ଢେଇ ଅାଖିରେ ଲୁହ (ରଚନା ବାନାର୍ଜୀଙ୍କ ପାଇଁ)
    • ସ୍ତ୍ରୀ (ଅର୍ଚ୍ଚନା ଜୋଗଲେକରଙ୍କ ପାଇଁ)
    • ଲକ୍ଷ୍ମୀ ପ୍ରତିମା (ରଚନା ବାନାର୍ଜୀଙ୍କ ପାଇଁ)
    • ପରଦେଶୀ ବାବୁ
    • ଗଙ୍ଗଶିଉଳି
    • ମନ ରହିଗଲା ତୁମରିଠାରେ
    • ବାବୁ ପର୍ଶୁରାମ (ସ୍ମିତା ମହାନ୍ତିଙ୍କ ପାଇଁ)
    • ଧର୍ମ ସହିଲେ ହେଲା ( ରଚନା ବାନାର୍ଜୀଙ୍କ ପାଇଁ)
    • ମୋ କୋଳ ତୋ ଝୁଲଣା (ରଚନା ବାନାର୍ଜୀଙ୍କ ପାଇଁ)
    • ସିନ୍ଦୂର ନୁହେଁ ଖେଳଘର (ରଚନା ବାନାର୍ଜୀଙ୍କ ପାଇଁ)
    • ପବିତ୍ର ବନ୍ଧନ (ରଚନା ବାନାର୍ଜୀଙ୍କ ପାଇଁ)
    • କିଏ ପୋଛିବ ମାଅା ଅାଖିର ଲୁହ (ଲିଜା ଦାସଙ୍କ ପାଇଁ)
    • ରାମ ଲକ୍ଷ୍ମଣ
    • ଧର୍ମଦେବତା
    • ସତମିଛ
    • ସିଂହବାହିନୀ
    • ରାଜାରାଣୀ
    • ସନ୍ତାନ(ରଚନା ବାନାର୍ଜୀଙ୍କ ପାଇଁ)
    • ପୁଅ ଭାଙ୍ଗିଦେଲା ସୁନା ସଂସାର
    • ବିଶ୍ୱ ପ୍ରକାଶ (ନନ୍ଦିତା ଦାସଙ୍କ ପାଇଁ)
    • ସଞ୍ଜୁ ଓ ସଞ୍ଜନା
    • ପ୍ରେମରୋଗୀ
    • ପ୍ରେମ ଅଢ଼େଇ ଅକ୍ଷର
    • ସୁପରଷ୍ଟାର୍
    • ତୋ ଅାଖିରେ ମୁଁ
    • ଅାରେ ସାଥୀ ଅା
    • ଡ୍ରିମ୍‌ଗାର୍ଲ
    • କଥା ଦେଇଥିଲି ମାଅାକୁ
    • ଭଉଁରୀ ଏବଂ ଅାହୁରି ଅନେକ

    ଧାରାବାହିକ:

    • ଅନ୍ତାକ୍ଷରୀ
    • ଜଗନ୍ନାଥ
    • ବିଧାତାର ଖେଳ
    • ଅନ୍ବେଷିତା
    • ଶିବଲୀଳା
    • ଅନନ୍ୟା

    ହିନ୍ଦୀ ଧାରାବାହିକ:

    • ପଡୋଶୀ
    • ପଲାଶା
    • ସିନ୍ଦୂର୍ପା
    • ଜୀବନଧାରା
    • ସମ୍ରାଟଖାରବେଳ

    ରେଡିଓ ଜକି:

    • ଏ ଡାଏରୀ ଅଫ୍ ଏ ହାଉସ୍ ଓ୍ବାଇଫ୍ (୧୦୪ ଏଫ୍.ଏଫ୍)
    • ଅାପଣଙ୍କ ସଖୀ ଅାପଣଙ୍କ ସାକ୍ଷୀ ରାକ୍ଷୀ (୯୨.୭ ଏଫ୍.ଏମ୍)

      ପୁରସ୍କାର:

      • ବେଷ୍ଟ୍ ଡବିଂ ଅାର୍ଟିଷ୍ଟ୍ (ଓଡ଼ିଆ ଫିଲ୍ମ୍ ଫେୟାର୍ ୨୦୧୩)
      The contents of this page are sourced from Wikipedia article. The contents are available under the CC BY-SA 4.0 license.
      Lists
      Rakhee Dash is in following lists
      comments so far.
      Comments
      From our partners
      Sponsored
      Rakhee Dash
      arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes