peoplepill id: rajashri-praharaj
RP
India
2 views today
5 views this week
Rajashri Praharaj
Odissi Dancer from India

Rajashri Praharaj

The basics

Quick Facts

Intro
Odissi Dancer from India
Places
Work field
Gender
Female
Place of birth
Cuttack, Cuttack district, Central division, India
Age
41 years
The details (from wikipedia)

Biography

ରାଜଶ୍ରୀ ପ୍ରହରାଜ, (ଜନ୍ମ: ୦୨ ନଭେମ୍ବର ୧୯୮୩) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ । ସେ ଗୁରୁ କେଳୁଚରଣ ମହାପାତ୍ର ଓ ରତିକାନ୍ତ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି । ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀଦ୍ୱାରା ପ୍ରଦତ୍ତ ଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର ଲାଭ କରିଛନ୍ତି ।

ବ୍ୟକ୍ତିଗତ ଜୀବନ ଓ ଶିକ୍ଷା

ରାଜଶ୍ରୀ, ୧୯୮୩ ମସିହାରେ କଟକଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପୁଲିସ ସେବାରେ ଥିଲେ । ତାଙ୍କ ଭାଇ ଜଣେ ଇଞ୍ଜିନିୟର । କାକଟପୁରରେ ସେ ନିଜ ପିଉସୀଙ୍କ ପାଖରେ ବଢ଼ିଥିଲେ । ସେଠାରେ ସେ ପ୍ରଥମେ ସଙ୍ଗୀତ ଶିକ୍ଷାରମ୍ଭ କରିଥିଲେ ଓ ସପ୍ତମ ଶ୍ରେଣୀରେ ପଢ଼ିବା ବେଳରୁ ସେ ନାଚ ଶିଖିବା ଆରମ୍ଭ କରିଥିଲେ । ଦଶମ ଶ୍ରେଣୀ ସରିବା ପରେ, ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରୁ ସେ ସ୍ନାତକ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସ୍ନାତକୋତ୍ତର ପରୀକ୍ଷାରେ ସେ ପ୍ରଥମ ହୋଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ମର୍ଦ୍ଦଳ ବାଦନରେ ମଧ୍ୟ ତାଙ୍କର ଇଚ୍ଚା ଥିଲା ଓ ଏଥି ନିମନ୍ତେ ସେ ଗୁରୁ ବନମାଳି ମହାରଣାଙ୍କଠାରୁ ତାଲିମ ଗ୍ରହଣ କରିଛନ୍ତି ।

ନର୍ତ୍ତକୀ ଜୀବନ

ଗୁରୁ କେଳୁଚରଣ, ରାଜଶ୍ରୀଙ୍କ ନୃତ୍ୟ ପ୍ରତିଭାରେ ଖୁସି ହୋଇ, ତାଙ୍କୁ ବ୍ୟକ୍ତିଗତ ଭାବେ ଶିଖାଇବା ଆରମ୍ଭ କରିଥିଲେ । କେଳୁଚରଣଙ୍କ ଶେଷ ସମୟ ପର୍ଯ୍ୟନ୍ତ ସେ କେଳୁଚରଣଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ସୃଜନ ନୃତ୍ୟାନୁଷ୍ଠାନରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରନ୍ତି ଓ ଏହ୍ ନୃତ୍ୟାନୁଷ୍ଠାନ ତରଫରୁ ସେ ଏକକ ଓ ଗୋଷ୍ଠୀ ନୃତ୍ୟ ପରିବେଷଣ କରିଥାନ୍ତି । ସେ କୋଣାର୍କ ନୃତ୍ୟ ଉତ୍ସବ, ନାଳନ୍ଦା ନୃତ୍ୟ ଉତ୍ସବ, ସଙ୍ଗୀତ ନାଟକ ଏକାଡ଼େମୀରେ ନୃତ୍ୟ ପ୍ରତିଭା ଓ ନୃତ୍ୟ ଉତ୍ସବ, ନମନ ଉତ୍ସବ, ସଙ୍କଟମୋଚନ ନୃତ୍ୟ ଓ ସଙ୍ଗୀତ ଉତ୍ସବ, ସଂସ୍ମରଣ ଉତ୍ସବ ଆଦିରେ ନୃତ୍ୟ ପରିବେଷଣ କରିଛନ୍ତି । ସେ ତାଇୱାନ, ମାଲେସିଆ, ଆମେରିକା ଓ ଥାଇଲାଣ୍ଡ ଆଦି ଦେଶରେ ନୃତ୍ୟ ପରିବେଷଣ କରିଛନ୍ତି ।

ସମ୍ମାନ ଓ ପୁରସ୍କାର

  • ଗୁରୁ କେଳୁଚରଣ ମହାପାତ୍ର ଯୁବପ୍ରତିଭା ସମ୍ମାନ - (ନାଲକୋଦ୍ୱାରା ପ୍ରଦତ୍ତ)
  • ଶୃଙ୍ଗାରମଣି - (ସୁର ଶୃଙ୍ଗାର ସଂସଦ, ମୁମ୍ବାଇ)
  • ନାଳନ୍ଦା ନୃତ୍ୟ ନିପୁଣା - (ନାଳନ୍ଦା ନୃତ୍ୟ ଅନୁସନ୍ଧାନ ସଂସ୍ଥାନ)
  • ଜାତୀୟ ନୃତ୍ୟମଣି ସମ୍ମାନ - ୨୦୧୦ (ଉତ୍କଳ ଯୁବ ସାଂସ୍କୃତିକ ସଂଘ, କଟକ)
  • କେନ୍ଦ୍ର ସଙ୍ଗୀତ ଏକାଡ଼େମୀ ଉସ୍ତାଦ ବିସମିହ୍ଲା ଖାନ ଯୁବ ପୁରସ୍କାର - ୨୦୧୩-୧୪

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Rajashri Praharaj is in following lists
comments so far.
Comments
From our partners
Sponsored
Credits
References and sources
Rajashri Praharaj
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes