peoplepill id: rabi-narayan-rath
RNR
1 views today
1 views this week
Rabi Narayan Rath

Rabi Narayan Rath

The basics

Quick Facts

The details (from wikipedia)

Biography

ରବି ନାରାୟଣ ରଥ, ପୁରୀ ତିଆଡିସାହିରେ ଜନ୍ମିତ, ଜଣେ ଜଣାଶୁଣା ଭାସ୍କର୍ଯ୍ୟ ଶିଳ୍ପୀ । ପ୍ରତିମୂର୍ତ୍ତୀ ଓ ପ୍ରତିକୃତି ନିର୍ମାଣଶିଳ୍ପୀ ଭାବରେ ସେ ତାଙ୍କର ବିଶେଷ ପରିଚୟ ରହିଛି । ଛୋଟବେଳୁ ଚିତ୍ର ଆଙ୍କିବା ଓ ମୂର୍ତ୍ତୀ ଗଢିବାରେ ତାଙ୍କର ଆଗ୍ରହ ରହିଥିଲା ଓ ପୁରୀର ବିଭିନ୍ନ ପର୍ବପର୍ବାଣିରେ ପ୍ରସ୍ତୁତ ଚିତ୍ରକଳା ତାଙ୍କୁ ବିଶେଷ ପ୍ରଭାବିତ କରିଥିଲା ।

ଶାନ୍ତି ନିକେତନରୁ ଲଳିତ କଳାରେ ସ୍ନାତକ ଓ ବରୋଦାର ଏମ୍.ଏସ୍. ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିବା, ରବି ନାରାୟଣ, "ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ"ରେ ଅଧ୍ୟାପନା ସହିତ, ଭୁବନେଶ୍ଵରଠାରେ ଅବସ୍ଥିତ, ସୁଭଦ୍ରା ଆର୍ଟ ଗ୍ୟାଲେରୀରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ସେ, ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଏଯାବତ, ସେ ୫୦୦ରୁ ଉର୍ଦ୍ଧ ପ୍ରତିମୂର୍ତ୍ତୀ ଓ ପ୍ରତିକୃତି ନିର୍ମାଣ କରିସାରିଛନ୍ତି । ବିଭିନ୍ନ ପ୍ରଦର୍ଶନୀ ଓ ଆର୍ଟ କ୍ୟାମ୍ପ୍ ମାଧ୍ୟମରେ, ସେ ଭାସ୍କର୍ଯ୍ୟ କଳାକୁ ଲୋକପ୍ରିୟ କରିବାକୁ ଚେଷ୍ଟା କଚିଛନ୍ତି ।

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ଲଳିତ କଳା ଏକାଡେମୀ ସମ୍ମାନ - ୧୯୮୫
  • ଶ୍ରୀକ୍ଷେତ୍ରଶ୍ରୀ ସମ୍ମାନ - ୨୦୦୨
  • ଉତ୍କଳଶ୍ରୀ ସମ୍ମାନ - ୨୦୦୨
  • ଥିଙ୍କ୍ ଓଡ଼ିଶା ଲିଡ଼ରସିପ ସମ୍ମାନ - ୨୦୧୪

    ଆଧାର

    The contents of this page are sourced from Wikipedia article. The contents are available under the CC BY-SA 4.0 license.
    Lists
    Rabi Narayan Rath is in following lists
    comments so far.
    Comments
    From our partners
    Sponsored
    Rabi Narayan Rath
    arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes