Purnananda Samal
Quick Facts
Biography
ପୂର୍ଣ୍ଣାନନ୍ଦ ସାମଲ (୧ ଜାନୁଆରୀ ୧୯୧୬ - ୧୯ ଫେବୃଆରୀ ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ପୂର୍ଣ୍ଣାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୪୬ ମସିହାରେ ଭାରତ ସ୍ୱାଧୀନ ହେବା ପୂର୍ବରୁ ଓଡ଼ିଶାରେ ହୋଇଥିବା ୨ୟ ବିଧାନ ସଭା ନିର୍ବାଚନରେ ସେ ଉତ୍ତର ପୁରୀ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହାପରେ ଦେଶ ସ୍ୱାଧୀନ ହେବାପରେ ସେ ୧୯୫୨ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସାଲେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଏବଂ ୧୯୫୭ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ସେ ୧ମ ଓ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ପୂର୍ଣ୍ଣାନନ୍ଦ ସାମଲ ୧୯୨୯ ମସିହା ନଭେମ୍ବର ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବନମାଳୀ ସାମଲ ଏବଂ ପତ୍ନୀଙ୍କ ନାମ ହେମନ୍ତ କୁମାରୀ ସାମଲ । ପୂର୍ଣ୍ଣାନନ୍ଦଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ ଥିଲା ।
ରାଜନୈତିକ ଜୀବନ
ପୂର୍ଣ୍ଣାନନ୍ଦ ସାମଲ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ତିନିଥର କାର୍ଯ୍ୟ କରିଥିଲେ ।
ମୃତ୍ୟୁ
ପୂର୍ଣ୍ଣାନନ୍ଦ ସାମଲ ୧୯୮୭ ମସିହାର ଫେବୃଆରୀ ମାସ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।