Prasanna Kumar Paul
Quick Facts
Biography
ପ୍ରସନ୍ନ କୁମାର ପାଳ (୪ ମଇ ୧୯୨୨ - ୨୫ ଡିସେମ୍ବର ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ପ୍ରଜା ସ୍ୱତନ୍ତ୍ର ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ୪ ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପ୍ରଜା ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୪ର୍ଥ ଓ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ଶିକ୍ଷା ଓ ପରିବାର
ପ୍ରସନ୍ନ କୁମାର ପାଳ ୧୯୨୨ ମସିହାର ମଇ ମାସ ୪ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପିନାଥ ପାଳ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ । ସେ ୧୯୫୦ ମସିହାରେ ଶିକ୍ଷକତା ଆରମ୍ଭ କରିଥିଲେ ଏବଂ ପରେ ୧୯୫୨ ମସିହାରେ ଶିକ୍ଷକତାରୁ ବାହାରି ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ । ତାଙ୍କ ପତ୍ନୀଙ୍କ ନାମ ହେମାଙ୍ଗିନୀ ପାଳ । ପ୍ରସନ୍ନଙ୍କର ୩ ପୁଅ ଓ ୪ ଝିଅଙ୍କ ସମେତ ୭ ଜଣେ ସନ୍ତାନସନ୍ତତି ।
ରାଜନୈତିକ ଜୀବନ
ପ୍ରସନ୍ନ ୧୯୫୨ ମସିହାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ଏବଂ ପ୍ରଜା ସ୍ୱତନ୍ତ୍ର ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ସେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ୪ ଥର ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।
୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପ୍ରଜା ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୫୨ ମସିହାରୁ ୧୯୫୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଏହାପରେ ସେ ୧୯୬୧, ୧୯୬୭ ଓ ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପୁଣିଥରେ ପ୍ରଜା ସ୍ୱତନ୍ତ ପାର୍ଟିର ପ୍ରାର୍ଥୀ ଭାବରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁନିର୍ବାଚନ ଲଢ଼ିଥିଲେ ଏବଂ ନିର୍ବାଚନରେ ବିଜୟୀ ହୋଇ ଯଥାକ୍ରମେ ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।