Prasanna Kumar Dash
Quick Facts
Biography
ପ୍ରସନ୍ନ କୁମାର ଦାଶ (୨୭ ଅଗଷ୍ଟ ୧୯୧୯ - ୯ ଅକ୍ଟୋବର ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ପ୍ରସନ୍ନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୯ଥର କାର୍ଯ୍ୟ କରିଛନ୍ତି । ୧୯୫୨, ୧୯୫୭, ୧୯୬୧, ୧୯୬୭, ୧୯୭୧, ୧୯୭୭, ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ, ୫ମ, ୭ମ, ୮ମ ଓ ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
ପ୍ରସନ୍ନ କୁମାର ଦାଶ ୧୯୧୯ ମସିହାର ଅଗଷ୍ଟ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗମୋହନ ଦାଶ ଏବଂ ତାଙ୍କ ପତ୍ନୀଙ୍କ ନାମ କୃଷ୍ଣପ୍ରିୟା ଦାଶ । ବିମଳଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ ।
ରାଜନୈତିକ ଜୀବନ
ପ୍ରସନ୍ନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ସେ ସୋସିଆଲିଷ୍ଟ ପାର୍ଟି ଓ ପ୍ରଜା ସୋସିଆଲିଷ୍ଟ ପାର୍ଟି କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୯ଥର କାର୍ଯ୍ୟ କରିଛନ୍ତି ।
ମୃତ୍ୟୁ
ପ୍ରସନ୍ନ କୁମାର ଦାଶ ୨୦୦୫ ମସିହାର ଅକ୍ଟୋବର ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।