peoplepill id: pramila-giri
PG
India
1 views today
1 views this week
Pramila Giri
Politician from Odisha, India

Pramila Giri

The basics

Quick Facts

Intro
Politician from Odisha, India
Places
Work field
Gender
Female
Age
68 years
The details (from wikipedia)

Biography

ପ୍ରମିଳା ଗିରି (ଜନ୍ମ:୧ ଜାନୁଆରୀ ୧୯୫୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପ୍ରମିଳା ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ବୈସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର

ପ୍ରମିଳା ଗିରି ୧୯୫୭ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ସୁଦର୍ଶନ କୁଆଁର । ସେ କଳାରେ ସ୍ନାତକ କରିଥିଲେ । ପ୍ରମିଳା ରସିକ ଚନ୍ଦ୍ର ଗିରିଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଅଛନ୍ତି । ପ୍ରମିଳାଙ୍କ ପତି ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ । ସେ ସମାଜ ସେବା କରିବା ପାଇଁ ପସନ୍ଦ କରନ୍ତି । ପ୍ରମିଳା ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗଳା, ଆସାମୀ ଓ ଗୁଜରାଟି ଭାଷା ଜାଣିଛନ୍ତି ।

ରାଜନୈତିକ ଜୀବନ

ପ୍ରମିଳା ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ବୈସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ସହମତିରେ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚରେ ସେ ବିଜୟୀ ହୋଇ ସେ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାର ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ ସେ କାର୍ଯ୍ୟ କରିଥିଲେ ।

ଏହି ବିଧାନ ସଭାରେ ପ୍ରମିଳା ଗୃହ ଆଦାୟ କମିଟି, ଗୃହ ମହିଳା ଓ ଶିଶୁ ବିକାଶ କଲ୍ୟାଣ ବିଭାଗ, ଗୃହ ସଦସ୍ୟମାନଙ୍କର ସୁବିଧା ସୁଯୋଗ ପାଇଁ ଗଠିତ କମିଟି, ହସ୍ତକଳା ଓ ହସ୍ତତନ୍ତ ବିଭାଗ ପାଇଁ ଗଠିତ କାର୍ଯ୍ୟକାରୀ କମିଟି, ଓଡ଼ିଶାର ଉତ୍ପାଦ ଶୁଳ୍କ ବିଲ, ୨୦୦୫ ଆଦିରେ ସେ ଜଣେ ସଦସ୍ୟ ଭାବରେ ୨୦୦୪ ମସିହାରୁ ୨୦୦୮ ମସିହାଯାଏଁ ବିଭିନ୍ନ ସମୟରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ପ୍ରମିଳା ଗିରି ଭାରତୀୟ ଜନତା ପାର୍ଟି ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।

ବିବାଦ

ପ୍ରମିଳା ମିଥ୍ୟା ପ୍ରାମଣପତ୍ର ଦେଇ ସଂରକ୍ଷିତ ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା । ୨୦୦୮ ମସିହାରେ ତାଙ୍କ ବିଷୟରେ ଅଭିଯୋଗ ହୋଇଥିବାରୁ ସେ ୨୦୧୨ ଗିରଫ ହୋଇଥିଲେ । ଗିରଫ ହେଲାବେଳକୁ ପ୍ରମିଳା ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କୁ ଭାରତୀୟ ସମ୍ବିଧାନର ଧାରା ୪୬୭, ୪୬୮, ୪୭୧ ଏବଂ ୪୨୦ରେ ଗିରଫ ହୋଇଥିଲେ । ପ୍ରମିଳାଙ୍କ ବିରୋଧରେ ବେତନଟୀ ବ୍ଲକ କଂଗ୍ରେସ ସଭାପତି ପ୍ରବୋଧ କୁମାର ପଣ୍ଡା ଏହି ଅଭିଯୋଗ ଆଣିଥିଲେ । ପ୍ରମିଳା ଜନ୍ମରୁ ଗୋପାଳ ଥିଲେ, ମାତ୍ର ବିବାହ ପରେ ତାଙ୍କ ପତିଙ୍କ ଅନୁସାରେ ସେ ଆଦିବାସୀ ପ୍ରମାଣପତ୍ର ଦେଇ ନିର୍ବାଚନ ଲଢ଼ିଥିଲେ । ନ୍ୟାୟାଳୟର ବିଚାର ଅନୁସାରେ, "ଜଣେ ବ୍ୟକ୍ତି ଜନ୍ମରୁ ଆଦିବାସୀ ହୋଇଥାଏ, ବିବାହ ପରେ ନୁହେଁ" । ତେଣୁ ତାଙ୍କୁ ଗିରଫ କରାଯାଇଥିଲା ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Pramila Giri is in following lists
comments so far.
Comments
From our partners
Sponsored
Credits
References and sources
Pramila Giri
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes