peoplepill id: prahlad-mallik
PM
India
1 views today
2 views this week
Prahlad Mallik
Politician from Odisha, India

Prahlad Mallik

The basics

Quick Facts

The details (from wikipedia)

Biography

ପ୍ରହଲ୍ଲାଦ ମଲ୍ଲିକ (୧୪ ଅକ୍ଟୋବର ୧୯୨୯ - ୧୫ ମାର୍ଚ୍ଚ ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳ, ଉତ୍କଳ କଂଗ୍ରେସ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପ୍ରହଲ୍ଲାଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କାର୍ଯ୍ୟ କରିଥିଲେ ଏବଂ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୭୧, ୧୯୭୪ ଓ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯଥାକ୍ରମେ ୨ୟ, ୩ୟ, ୫ମ, ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପରିବାର ଓ ଶିକ୍ଷା

ପ୍ରହଲ୍ଲାଦ ମଲ୍ଲିକ ୧୯୨୯ ମସିହାର ଅକ୍ଟୋବର ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରାଣକୃଷ୍ଣ ମଲ୍ଲିକ ଓ ପତ୍ନୀଙ୍କ ନାମ ଜେମାମଣି ଦେବୀ । ପ୍ରହଲ୍ଲାଦଙ୍କ ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।

ରାଜନୈତିକ ଜୀବନ

ପ୍ରହଲ୍ଲାଦ ମଲ୍ଲିକ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଉତ୍କଳ କଂଗ୍ରେସ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କାର୍ଯ୍ୟ କରିଥିଲେ ।


ମୃତ୍ୟୁ

ପ୍ରହଲ୍ଲାଦ ୧୯୯୦ ମସିହାର ମାର୍ଚ୍ଚ ମାସ ୧୫ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Prahlad Mallik is in following lists
comments so far.
Comments
From our partners
Sponsored
Credits
References and sources
Prahlad Mallik
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes