Prafulla Rath
Quick Facts
Biography
ପ୍ରଫୁଲ୍ଲ କୁମାର ରଥ ( ଜନ୍ମ : ୧୭ ଫେବୃଆରୀ ୧୯୩୫) ଜଣେ ଓଡ଼ିଆ ନାଟ୍ୟକାର । ୧୯୮୪ ମସିହାରେ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଓ ୧୯୯୭ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ । କିଛି ଓଡ଼ିଆ ଚଳଚ୍ଚିତ୍ରରେ ସେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।
ପ୍ରାରମ୍ଭିକ ଜୀବନ
ପ୍ରଫୁଲ୍ଲ ୧୯୩୫ ମସିହାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସବଡିଭିଜନ ଅନ୍ତର୍ଗତ ଖୁଟୁଲୁଗୁଡାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗଙ୍ଗାଧର ରଥ ଓ ମାତାଙ୍କ ନାମ ଚଞ୍ଚଳା ଦେବୀ ଥିଲା । ବାଲ୍ୟ ଜୀବନରୁ ପ୍ରଫୁଲ୍ଲ ନିଜ ଗାଁ ମାଟି, ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ରାମନବମୀ ଓ ଚଇତି ପର୍ବର ଲାଳିକା, ନବରଙ୍ଗ ସହିତ ଗାଁ ସୁଆଙ୍ଗ ଆଉ ରାମଲୀଳା ଦେଖ୍ ଦେଖ୍ ଏବଂ ୧୯୪୪ ବେଳକୁ ମହାରାଜ ପ୍ରତାପ କେଶରୀ ଦେଓଙ୍କ ପୃଷ୍ଠପୋଷକତାରେ ଉଦୟ ନାଟ୍ୟସଂଘର ମଞ୍ଚସ୍ଥ ଅନେକ ନାଟକ ଓ ୧୯୫୫ରେ ଭବାନୀପାଟଣା ଗସ୍ତରେ ଆସିଥିବା ଅନ୍ନପୂର୍ଣ୍ଣା ‘ଏ’ ଗୁପର ନାଟକ ସମୂହ ଦେଖି ପ୍ରଭାବିତ ହୋଇଥିଲେ ।
ନାଟ୍ୟକାର ଜୀବନ
ପ୍ରଫୁଲ୍ଲ ରଥ ପ୍ରାୟ ୭୦ଟି ନାଟକ ରଚନା କରିଛନ୍ତି। ଦୁଃଖିନୀ ନାଟକ ତାଙ୍କର ପ୍ରଥମ ଲିଖିତ ନାଟକ କିନ୍ତୁ ପ୍ରଥମ ମଞ୍ଚସ୍ଥ ନାଟକ ଥିଲା ରାଜମାଳା, ଯାହା ୧୯୫୬ରେ ଭବାନୀପାଟଣାର ବିଜୟ କୁବଦ୍ୱାରା ମଞ୍ଚସ୍ଥ ହୋଇଥିଲା ।
ରଚିତ ନାଟକ
- ଦୁଃଖିନୀ
- ରାଜମାଳା
- ସ୍ୱର୍ଣ୍ଣ୍ଣଚମ୍ପା
- ଆଜି ଓ କାଲି
- କାହାର ଛାଇ
- ଦେବଯାନୀ
- ଶୂନ୍ୟ ଆକାଶ ଅମର ଆଖି
- ଶବ ପଡ଼ିଛି
- ପି.ଡବ୍ଲ୍ୟୁ.ଡ଼ି
- ସହରରେ ଅଜଗର
- ସ୍ୱର୍ଣ୍ଣ ମୟୁରୀ
- ସ୍ୱର୍ଗକୁ ଯାଅ ହେ ପାପୀମାନେ
- ମୁଁ ବାହା ହେବି
- ପଳାତକ
- ଯାହା କହିବି
- ସ୍ୱର୍ଗର କ୍ଷମତା ଲଢେଇ
- ସାତ ତାଳ ପାଣି
କଥାଚିତ୍ର ଜୀବନ
ସେ ଓଡ଼ିଆ ଚଳଚ୍ଚିତ୍ରରେ କାହାଣୀ, ଚିତ୍ରନାଟ୍ୟ ,ସଂଳାପ ଲେଖକ ଓ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।ପ୍ରଫୁଲ୍ଲଙ୍କ ନିର୍ଦ୍ଦେଶିତ କିଛି ଓଡ଼ିଆ ଚଳଚ୍ଚିତ୍ର :
- ନିର୍ମଳା (ପ୍ରାମାଣିକ ଚଳଚ୍ଚିତ୍ର)
- ପଳାତକ
- ସମର୍ପଣ
- ଜନ୍ମଦାତା
ସମ୍ମାନ ଓ ପୁରସ୍କାର
୧୯୯୧ ମସିହାରେ ଶ୍ରୀଯୁକ୍ତ ରଥଙ୍କ ରଚିତ ବେତାର ହାସ୍ୟ ରସାତ୍ମକ ନାଟକ ‘ସ୍ୱର୍ଗର କ୍ଷମତା ଲଢେଇ’ ଜାତୀୟ ସ୍ତରରେ ପୁରସ୍କୃତ ହେବା ସହିତ ଶବ ପଡ଼ିଛି', ଶୂନ୍ୟ ଆକାଶ ଅମର ଆଖି ଓ ଦି ପଟ ଚୁଡ଼ି ସର୍ବ ଭାରତୀୟ ପ୍ରତିଯୋଗିତରେ ପୁରସ୍କୃତ ଓ ସମ୍ମାନୀତ ହୋଇଥିଲା ।
- କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର - ୧୯୯୬ (ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରଦତ୍ତ)
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୩
- ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୨୦୦୩
- ନାଟ୍ୟରଶ୍ମୀ - ୧୯୭୨ (ବ୍ରଜ ମୋହନ ସାହିତ୍ୟ ସମିତି)
ଆଧାର
- ↑ Indian Literature. Sahitya Akademi. 1963.
- ↑ Orissa Review. Home Department, Government of Orissa. 1987.
- ↑ N. C. Behuria (1990). Orissa State Gazetteer. Gazetteers Unit, Department of Revenue, Government of Orissa.
- ↑ Sailen Routray (16 October 2017). Everyday State and Politics in India: Government in the Backyard in Kalahandi. Taylor & Francis. pp. 54–. ISBN 978-1-351-69210-6.
- ↑ "Regional language theatre festival raises key issues, enthra ..Read more at: timesofindia.indiatimes.com/articleshow/50791134.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 3 July 2021. Retrieved 3 July 2021.
- ↑ Orissa (India) (1966). Orissa District Gazetteers: Kalahandi. Superintendent, Orissa Government Press.
- ↑ Cultural Heritage of Orissa: Justice Sri Harihar Mahapatra Felicitation Volume. Institute of Oriental and Orissan Studies. 1993.
- ↑ "COMMUNICATION THROUGH FOLK ELEMENTS: A STUDY IN MODERN ODIA DRAMA" (PDF). www.caluniv.ac.in. Global Media Journal-Indian Edition/ISSN 2249-5835. Archived from the original (PDF) on 3 July 2021. Retrieved 3 July 2021.
- ↑ "ODISHA SANGEET NATAKA ACADEMY AWARD WINNERS" (PDF). www.magazines.odisha.gov.in/. Odisha Reference Annual 2011. Archived from the original (PDF) on 8 December 2020. Retrieved 3 July 2021.
{{cite web}}
:|archive-date=
/|archive-url=
timestamp mismatch (help)