Omprakash Mohanty
Quick Facts
Biography
ଓମପ୍ରକାଶ ମହାନ୍ତି, ଓଡ଼ିଶାର କଟକଠାରେ ଜନ୍ମିତ ଜଣେ ଓଡ଼ିଆ ସଙ୍ଗୀତକାର ତଥା ଗାୟକ ।ଓମପ୍ରକାଶଙ୍କୁ ସଙ୍ଗୀତ ସାଧନା ଦିଗରେ ଗୁରୁ ନବୀନ ପଟ୍ଟନାୟକଙ୍କଠାରୁ ମାର୍ଗଦର୍ଶନ ମିଳିଥିଲା । ସେ ନିଜର ସଙ୍ଗୀତଜ୍ଞ ଜୀବନ ଆକାଶବାଣୀ କଟକର ଶିଶୁ ସଂସାର କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣଦ୍ୱାରା ଆରମ୍ଭ କରିଥିଲେ ।ପରବର୍ତ୍ତୀ ସମୟରେ ସେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସହ ସଙ୍ଗୀତ ପରିବେଷଣ କରିଥିଲେ । ଯୁବ ବୟସରେ ସେ ପାଶ୍ଚାତ୍ୟ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ ଓ ଗିଟାର ବଜାଇବାରେ ପାରଙ୍ଗମ ହୋଇପାରିଥିଲେ । ତାଙ୍କର ଗିଟାର ବଜାଇବାର ଦକ୍ଷତା ଦେଖିଅକ୍ଷୟ ମହାନ୍ତି ତାଙ୍କୁ ନିଜ ସହ କାମକରିବାର ସୁଯୋଗ ଦେଇଥିଲେ ।
ସଙ୍ଗୀତକୁ ପେଷା କରିବା ପାଇଁ, ଭାରତୀୟ ବାୟୁସେନାର ଚାକିରିକୁ ପ୍ରତ୍ୟାଖ୍ୟାନ କରିଥିବା ଓମପ୍ରକାଶ , ବର୍ତ୍ତମାନ ଆକାଶବାଣୀ କଟକରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ । 'କାଳିଆ' ନାମକ ଭଜନ କ୍ୟାସେଟରେସେ ପ୍ରଥମକରି ସଙ୍ଗୀତ ନିର୍ଦ୍ଦେଶନ ଦେଇଥିଲେ । ୨୦୦୫ ମସିହାର ଚଳଚ୍ଚିତ୍ର ଭାଗ୍ୟ ଚକ୍ର ମାଧ୍ୟମରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ ଓ ଏହି ଚଳଚ୍ଚିତ୍ରର ସଙ୍ଗୀତ ତାଙ୍କୁ ଖୁବ ସଫଳତା ଆଣିଦେଇଥିଲା । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ୨୦୦୫ ମସିହାର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓ ରତିକାନ୍ତ ଶତପଥୀଙ୍କୁଶ୍ରେଷ୍ଠ ଗାୟକ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଥିଲା ।
ଚଳଚ୍ଚିତ୍ର ବ୍ୟତୀତ, ସଙ୍ଗୀତର ଅନ୍ୟାନ୍ୟ ମାଧ୍ୟମରେ ମଧ୍ୟ ସେ ଖୁବ ଚଳଚଞ୍ଚଳ ଅଛନ୍ତି । ଦେବଦାସ ଛୋଟରାୟଙ୍କ କବିତାକୁ ନେଇ ହାତୀ ସଜ କର ନାମରେ ଦୁଇଟି ଆଲବମରେ ଓମପ୍ରକାଶ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି । ଦେବଦାସ ଛୋଟରାୟଙ୍କର ଅନ୍ୟ ଲେଖାକୁ ନେଇ ନୂଆ ଲୁହ ପୁରୁଣା ଲୁହ ନାମରେ ଏକ ଆଲବମରେ ମଧ୍ୟସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ।ସେହିପରି ଓମାର ଖୟାମଙ୍କର 'ରୁବାୟତ'କୁ ସେ 'ରୁବାଇ' ନାମର ଆଲବମଦ୍ୱାରା ସଙ୍ଗୀତ ରୂପ ଦେଇଛନ୍ତି । ରୁବାୟତର ଓଡି଼ଆ ଅନୂବାଦ କରିଛନ୍ତି ଦେବଦାସ ଛୋଟରାୟ । ମାୟାଧର ମାନସିଂହଙ୍କର କବିତାକୁ ନେଇ ମାୟା ଦର୍ପଣ ନାମରେ ଏକ ଆଲବମରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି । ଅକ୍ଷୟ ମହାନ୍ତିଙ୍କର ଅବ୍ୟବହୃତ କବିତା ଗୁଡିକୁ ସେ ଦୀପ ଜଳେ ଦୀପ ଲିଭେ ନାମକ ଏକ ଆଲବମରେ ସଙ୍ଗୀତ ରୂପ ଦେଇଛନ୍ତି । ଓଡ଼ିଶାର ଲୋକଗୀତ, ପ୍ରାଚୀନ ଗୀତ, ସଙ୍ଗୀତ ଆଦିକୁ ଲୋକାଦୃତ କରିବା ପାଇଁ ଓମପ୍ରକାଶ ଚେଷ୍ଟିତ ।
ଆଧାର
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ଓମପ୍ରକାଶ ମହାନ୍ତି