Nirmala Devi
Quick Facts
Biography
ନିର୍ମଳା ଦେବୀ (୧୯୦୭ - ୧୯୮୭) ଜଣେ ଓଡ଼ିଆ କବୟତ୍ରୀ ଥିଲେ । ସେ ଓଡ଼ିଆ ଭାଷାରେ ଅନେକ କାବ୍ୟ କବିତା ରଚନା କରିଥିଲେ । ୧୯୮୫ ମସିହାରେ ନିର୍ମଳା ଦେବୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କବ୍ୟ କବିତା ବର୍ଣ୍ଣରାଗ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।
୨୦୧୮ ମସିହାରେ ନିର୍ମଳା ଦେବୀଙ୍କ ବର୍ଣ୍ଣରାଗ ପୁସ୍ତକରୁ ୬ଟି କବିତାକୁ ଗୀତରେ ପରିଣତ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ରତିକାନ୍ତ ଶତପଥୀ । ଏହି ଆଲବମ୍ଟିର ନାମ ରଖାଯାଇଥିଲା ବର୍ଣ୍ଣରାଗ । ଏହି ଆଲବମ୍ର ପ୍ରଯୋଜନା କରିଥିଲେ ନିର୍ମଳା ଦେବୀଙ୍କ ନାତୁଣୀ ପଞ୍ଚମୀ ମାନୁ ଉକିଲ୍ ।
ସାହିତ୍ୟ କୃତି
ନିର୍ମଳା ଦେବୀଙ୍କ ରଚିତ କିଛି କବିତା ଗ୍ରନ୍ଥ ମଧ୍ୟରେ ଦିନାନ୍ତେ, ସୀମାନ୍ତେ, ୧୯୫୩ ଆଦି ଅନ୍ୟତମ । ୧୯୮୫ ମସିହାରେ ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ବର୍ଣ୍ଣରାଗ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।
ରଚନାବଳୀ
- ବର୍ଣ୍ଣରାଗ - ୧୯୮୫ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର)
- ଦିନାନ୍ତେ
- ସୀମାନ୍ତେ
- ୧୯୫୩
- ଏ ଜୀବନେ
ପୁରସ୍କାର ଓ ସମ୍ମାନ
୧୯୮୫ ମସିହାରେ ନିର୍ମଳା ଦେବୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବିତାବଳୀ ବର୍ଣ୍ଣରାଗ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।