peoplepill id: narendranath-mishra
NM
India
1 views today
1 views this week
Narendranath Mishra
Odia writer

Narendranath Mishra

The basics

Quick Facts

The details (from wikipedia)

Biography

ନରେନ୍ଦ୍ର ନାଥ ମିଶ୍ର, ଜଣେ ଓଡ଼ିଆ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ଥିଲେ ।

ନରେନ୍ଦ୍ର ନାଥ ୧୯୨୯ ମସିହାରେ ବାଲେଶ୍ଵର ଜିଲ୍ଲାର ଗିଲିଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ଲାଭ କରିଥିଲେ । ସେ ଶାନ୍ତିନିକେତନ ଓ ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟରେ ଗବେଷଣା କରିବା ପରେ ଜଣେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୬୦ ମସିହାରେ ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟରେ ଜଣେ ସ୍ଥାୟୀ ଅଧ୍ୟାପକ ଭାବରେ ଯୋଗଦେଇ ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ । ଅଧ୍ୟାପନା ଭିନ୍ନ, ସେ ଭାରତୀୟ ଜ୍ଞାନପୀଠ ଓଡ଼ିଆ ସମିତିର ଆବାହକ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଆ ଭାଷା ବିଶାରଦ ଭାବରେ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗରେ ମଧ୍ୟ କାର୍ଯ୍ୟ କରିଥିଲେ ।

ରଚନାବଳୀ

  • ବଳରାମ ଦାସ ଓ ଓଡ଼ିଆ ରାମାୟଣ
  • ଆଧୁନିକ ଓଡ଼ିଆ କାବ୍ୟଧାରା
  • ସମକାଳିନ ରଚନା ଓ ସାହିତ୍ୟ ଗବେଷଣା
  • ଆଧୁନିକତା ଓ ଆଧୁନିକ ସାହିତ୍ୟ
  • ଆଧୁନିକ କଥା ସାହିତ୍ୟ (ଉପନ୍ୟାସ)
  • ଓଡ଼ିଆ ସାହିତ୍ୟ ଓ ଭାଷା-ଏକ ଅଧ୍ୟୟନ
  • କଳାପାଣି(ଭ୍ରମଣ କାହାଣୀ)
  • 'ଭାରତୀୟ ସାହିତ୍ୟ ନିର୍ମାତା'ଶୃଂଖଳାରେ ନୀଳକଣ୍ଠ ଦାସ ଓ କୁଞ୍ଜବିହାରୀ ଦାସଙ୍କ ଜୀବନୀ ଓ କୃତି

୨୦୧୬ ଜୁଲାଇ ୧୩ ତାରିଖରେ ବାଲେଶ୍ଵରଠାରେ ନରେନ୍ଦ୍ର ନାଥଙ୍କର ପରଲୋକ ଘଟିଥିଲା ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Narendranath Mishra is in following lists
comments so far.
Comments
From our partners
Sponsored
Narendranath Mishra
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes