Mishra Satyanarayan
Quick Facts
Biography
ମିଶ୍ର ସତ୍ୟନାରାୟଣ ଜଣେ ଓଡ଼ିଆ ଗୀତିକବି, ଅଧ୍ୟାପକ, ଶିଶୁ ସାହିତ୍ୟିକ ଓ ଗୀତିକାର । ସେ ଆକାଶବାଣୀ ଓ ଦୂରଦର୍ଶନ ସମେତ ଅନେକ ଆଲବମ୍ କ୍ୟାସେଟ୍, ୟୁଟ୍ୟୁବ୍ ଚେନାଲ୍ ପାଇଁ ଏକ ହଜରାରୁ ଉଦ୍ଦ୍ୱ ଗୀତ ରଚନା କରିଛନ୍ତି । ସେ ଓଡ଼ିଆ ଭାଷାରେ ଅନେକ ଗୀତିକବିତା ପୁସ୍ତକ ରଚନା କରିଛନ୍ତି । ୨୦୧୬ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ମିଶ୍ରରାଗ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ପ୍ରାରମ୍ଭିକ ଜୀବନ
ସେ କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମୂଳ ଘର ହେଉଛି ପୁରୀ ଜିଲ୍ଲାରେ, ମାତ୍ର ତାଙ୍କ ବାପାଙ୍କ ଚାକିରୀ ହେତୁ ତାଙ୍କ ପିଲାଦିନ ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାରେ କଟିଥିଲା ।
ସାହିତ୍ୟିକ ଜୀବନ
୧୯୮୫ ମସିହାରୁ ଆକାଶବାଣୀ କଟକର ଯୁବବାଣୀ ଓ ଶିଶୁ ସଂସାର କାର୍ଯ୍ୟକ୍ରମ ପାଇଁ ସେ ଗୀତ ରଚନା କରୁଛନ୍ତି । ୧୯୯୩ ମସିହାରେ ସେ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଗୀତିକାର ଭାବରେ ସୀକୃତି ପାଇଥିଲେ । ଜୟପୁର କେନ୍ଦ୍ର ପାଇଁ ଗୀତ ଲେଖିବାବେଳେ ସେ ତାଙ୍କ ନାମ ସତ୍ୟ ନାରାୟଣ ମିଶ୍ରରୁ ମିଶ୍ର ସତ୍ୟନାରାୟଣକୁ ପରିବର୍ତ୍ତନ କରିଥିଲେ ।
ତାଙ୍କ ପ୍ରଥମ ବହି ଥିଲା ମିଶ୍ରରାଗ, ଯେଉଁଥିରେ ୭୦ଟି ଗୀତ କବିତା ପ୍ରକାଶ ପାଇଥିଲା । ଏହି ବହିଟିକୁ ୨୦୧୬ ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ କିଛି ଶିଶୁ ସାହିତ୍ୟ ରଚନା କରିଛନ୍ତି । କିଛିବର୍ଷ ସାମ୍ବାଦିକତା କରିବା ପରେ ସେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଗୀତିକବିତା ଉପରେ ମଧ୍ୟ ଗବେଷଣା କରୁଛନ୍ତି ।
ରଚନାବଳୀ
- ମିଶ୍ରରାଗ (ଗୀତିକବିତା)
ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬
ଆଧାର
ବାହାର ଆଧାର
- ଫେସବୁକରେ ମିଶ୍ର ସତ୍ୟନାରାୟଣ