peoplepill id: minati-kumari-das
MKD
India
1 views today
2 views this week
Minati Kumari Das
Weghtlifter

Minati Kumari Das

The basics

Quick Facts

Intro
Weghtlifter
Places
Gender
Female
Place of birth
Berhampur
Age
30 years
The details (from wikipedia)

Biography

ମିନତି ଦାଶ(ଜନ୍ମ: ୫ ମାର୍ଚ୍ଚ ୧୯୯୪) ଜଣେ ଭରତୀୟ ଭାର ଉତ୍ତୋଳକ । ଦକ୍ଷିଣ ଆଫ୍ରିକାର କେପ ଟାଉନଠାରେ ଅନୁଷ୍ଠିତ ୨୦୧୧ କମନ ୱେଲ୍‌ଥ ପ୍ରତିଯୋଗୀତାରେ ଭାର ଉତ୍ତୋଳନରେ ମିନତି ଦାଶ ଏକମାତ୍ର ଓଡ଼ିଆ ଭାବରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୧ ମସିହାରେ ହରିଆଣାରେ ଅନୁଷ୍ଠିତ ୬ଷ୍ଠ ଜାତୀୟ ଯୁବ ଭାର ଉତ୍ତୋଳନ‌ ପ୍ରତିଯୋଗୀତାରେ ସେ ୪୮ କିଲୋଗ୍ରାମ ବର୍ଗରେ ଦୁଇଟି ରୌପ୍ୟ ପଦକ ଜିତିଥିଲେ ।

ପ୍ରାରମ୍ଭିକ ଜୀବନ

ମିନତି ଦାଶ ୧୯୯୪ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୨୦୦୬ ମସିହାରେ ସେ ବ୍ରହ୍ମ‌ପୁରର ବୀର ହନୁମାନ କ୍ଲବରେ ଯୋଗଦାନ କରିଥିଲେ । ଏହା ପରେ ସେ ବ୍ରହ୍ମ‌ପୁରର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀତାରେ ଭାଗ ନେଇ ସଫଳ ହୋଇଥିଲେ ।

ପ୍ରତିଯୋଗୀତା

ମିନତି ୨୦୦୬ ମସିହାରେ ବ୍ରହ୍ମ‌ପୁରର ଏକ ବେସରକାରୀ ଭାର ଉତ୍ତୋଳନ ସଂସ୍ଥା ବୀର ହନୁମାନ ସର୍କସ ଏବଂ ଫିଜିକାଲ ଇନ୍‌ସ୍ଟିଚିଉଟ୍‌ରେ ଯୋଗ ଦେଇଥିଲେ । ଏହି ସଂସ୍ଥାଟି ବ୍ରହ୍ମ‌ପୁର ସ‌ହରରେ ୧୯୪୦ ମସିହାରୁ ଭାର ଉତ୍ତୋଳନର ପ୍ରଶିକ୍ଷଣ ଦେଇ ଆସୁଛି । ୨୦୧୦ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୬୯ କି.ଗ୍ରା. ବର୍ଗରେ ସ୍ୱର୍ଣ୍ଣ ଜିତିଥିବା କାଟୁଲୁ ରବି କୁମାର, ୧୯୮୨ ମସିହାରେ କମନ ୱେଲ୍‌ଥ ପ୍ରତିଯୋଗୀତାରେ ରୌପ୍ୟ ଜିତିଥିବା ଅର୍ଜୁନ ପୁରସ୍କାର ପ୍ରାପ୍ତ ବିଜୟ କୁମାର ଶତପଥୀ, ଚନ୍ଦ୍ର ଶେଖର ସାହୁ, ରାନୁ ମହାନ୍ତି, ଟିକିନା ଗୋପାଳ ପ୍ରମୁଖ ଏହି ସଂସ୍ଥାରୁ ପ୍ରଶିକ୍ଷଣ ନେଇ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳ ହୋଇଥିଲେ ।

୨୦୦୮ ମସିହାରେ ମିନତି ରାଜ୍ୟ ଚମ୍ପିଆନସିପ୍‌ରେ ଯୁବ ମହିଳା ବିଭାଗରେ ବିଜେତା ହୋଇଥିଲେ । ଏହାପରେ ୨୦୦୯ରେ ସେ ଜାତୀୟ ସ୍ତରର ପ୍ରତିଯୋଗୀତାରେ ଭାଗ ନେବା ପରେ ଜାତୀୟ ସ୍ତରର ପ୍ରଶିକ୍ଷକଙ୍କ ଦୃଷ୍ଟି ଆକର୍ଷିତ କରିଥିଲେ । ୨୦୧୧ ମସିହା ଜାନୁଆରୀ ୨ରୁ ୪ ଯାଏ ହରିଆଣାର ଯମୁନା ନ‌ଗରଠାରେ ଅନୁଷ୍ଠିତ ୬ଷ୍ଠ ଜାତୀୟ ଯୁବ ଭାର ଉତ୍ତୋଳନ ପ୍ରତିଯୋଗୀତାରେ ମିନତି ୪୮ କି.ଗ୍ରା. ବର୍ଗରେ ଭାଗ ନେଇ ଦୁଇଟି ରୌପ୍ୟ ପଦକ ପାଇଥିଲେ । ଏହା ପରେ ସେହି ବର୍ଷ ଅକ୍ଟୋବର ମାସରେ ଦକ୍ଷିଣ ଆଫ୍ରିକାର କେପ ଟାଉନଠାରେ ଅନୁଷ୍ଠିତ କମନ ୱେଲ୍‌ଥ ପ୍ରତିଯୋଗୀତାରେ ସେ ୪୪ କି.ଗ୍ରା. ବର୍ଗରେ ଭାଗ ନେଇଥିଲେ । ସେଥିରେ ସେ ୪୫ କି.ଗ୍ରା. ଏବଂ ୫୫ କି.ଗ୍ରା.ର ଭାର ଉଠାଇ ସେ ସମୁଦାୟ ୧୦୦ କି.ଗ୍ରା. ଭାର ଉଠାଇଥିଲେ ଏବଂ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ ।

ବିଜୟ

ଜାତୀୟ

  • ୨୦୧୧- ୬ଷ୍ଠ ଜାତୀୟ ଯୁବ ଭାର ଉତ୍ତୋଳନ ପ୍ରତିଯୋଗୀତା- ରୌପ୍ୟ ପଦକ ବିଜେତା

ଆନ୍ତର୍ଜାତୀୟ

  • ୨୦୧୧- କମନ ୱେଲ୍‌ଥ ପ୍ରତିଯୋଗୀତା- ସ୍ୱର୍ଣ୍ଣ ପଦକ ବିଜେତା

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Minati Kumari Das is in following lists
comments so far.
Comments
From our partners
Sponsored
Minati Kumari Das
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes