Mehmood Husain
Quick Facts
Biography
ମେହମୁଦ ହୁସେନ, ଜଣେ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ଦ୍ଦେଶକ ଥିଲେ । ୧୯୮୬ ମସିହାରେ ଅନୱାଣ୍ଟେଡ଼ ଚଳଚ୍ଚିତ୍ର ପାଇଁ, କ୍ୟାନ୍ସ୍ ଚଳଚ୍ଚିତ୍ର ଉତ୍ସବରେ ତାଙ୍କୁ ଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପୁରସ୍କାର ମିଳିଥିଲା । ଚଳଚ୍ଚିତ୍ର ନିର୍ଦ୍ଦେଶନା ବ୍ୟତିତ ଲେଖାଲେଖି ଓ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।
ହୁସେନ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ । ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନାରୁ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଡିପ୍ଲୋମା କରି, ଚଳଚ୍ଚିତ୍ର ନିର୍ଦ୍ଦେଶନାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ସେ ପ୍ରାୟ ୭୬ଟି ବୃତ୍ତଚିତ୍ର ନିର୍ମାଣ କରିଥିଲେ । ଏତଦ ବ୍ୟତିତ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଓ ଧାରାବାହିକରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଜର୍ମାନ ରେଡ଼ିଓ ପାଇଁ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ଦେଶ ବିଦେଶର ବହୁ ପତ୍ରପତ୍ରିକାରେ ସାମ୍ବାଦିକ ବା ସ୍ତମ୍ଭକାର ଭାବରେ କାର୍ଯ୍ୟ କରୁଥିଲେ । ସେ କିଛି ପୁସ୍ତକ ମଧ୍ୟ ରଚନା କରିଥିଲେ ।
ଚଳଚ୍ଚିତ୍ର
- ଅନୱାଣ୍ଟେଡ଼(ଇଂରାଜୀ) - ୧୯୮୫
- ରଶ୍ମୀରେଖା(ଓଡ଼ିଆ) - ୧୯୯୮
- ଉଲଗୁଲାନ(ସମ୍ବଲପୁରୀ ଭାଷାର ଚଳଚ୍ଚିତ୍ର) - ୨୦୦୯
ସାମ୍ବାଦିକତା ଓ ସ୍ତମ୍ଭଲିଖନ
- ନେସନାଲ ହେରାଲଡ଼
- ବ୍ଲିଜ
- ଟାଇମ୍ସ ଅଫ ଇଣ୍ଡିଆ
- ହିନ୍ଦୁସ୍ଥାନ ଟାଇମ୍ସ
- ପାଟ୍ରିୟଟ
- ଇକୋନୋମିକ ଆଣ୍ଡ ପଲିଟିକାଲ ଉଇକ୍ଲି
- ଫ୍ରଣ୍ଟିୟର
- ସଣ୍ଡେ
- ଅନଲୁକର
- ଫିଲ୍ମଫେୟାର
- ମିଡିଲ ଇଷ୍ଟ ଇଣ୍ଟରନେସନାଲ
- ଡେମୋକ୍ରେଟିକ ବାର୍ଲ୍ଡ
- ଥାର୍ଡ କନ୍ସେପ୍ଟ
- ଥାର୍ଡ ବାର୍ଲ୍ଡ ଇମ୍ପାକ୍ଟ
- ଇଣ୍ଡିଆନ ଏରା
- ରେଜିଷ୍ଟାନ୍ସ(ଦମାସକସ)
ପୁସ୍ତକ
- The PLO: A study in Ideology, Strategy and Tactics
- The Revolutionary Arabs: The Unfinished Agenda
ପୁରସ୍କାର ଓ ସମ୍ମାନ
- ଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ନିର୍ଦ୍ଦେଶକ(କ୍ୟାନ୍ସ୍ ଚଳଚ୍ଚିତ୍ର ଉତ୍ସବ) - ୧୯୮୬(ଅନୱାଣ୍ଟେଡ଼ ପାଇଁ)
- ପାଲେଷ୍ଟାଇନ ନାଗରିକ ସମ୍ମାନ
୨୦୧୫ ନଭେମ୍ବର ୧୧ତାରିଖରେ ହୁସେନଙ୍କ ପରଲୋକ ଘଟିଥିଲା ।
ଆଧାର
ବାହାର ଆଧାର
- ମେହମୁଦ ହୁସେନ ଇଣ୍ଟରନେଟ ମୁଭି ଡାଟାବେସରେ