Manoj Patnaik
Quick Facts
Biography
ମନୋଜ ପଟ୍ଟନାୟକ (ଜନ୍ମ: ୨୪ ଜୁନ ୧୯୫୫, କଟକ) ଜଣେ ଓଡ଼ିଆ ଗୀତିକବି ତଥା ଗୀତିକାର । ସେ ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଆ ଓଡ଼ିଆ ଭାଷାରେ ଗୀତ ରଚନ କରୁଛନ୍ତି । ଆକାଶବାଣୀ, ଦୂରଦର୍ଶନ ସମେତ ବିଭିନ୍ନ ଆଲବମ୍ କ୍ୟାସେଟ୍, ୟୁଟ୍ୟୁବ୍ ଭିଡିଓ ପାଇଁ ସେ ଗୀତ ରଚନା କରିଛନ୍ତି । ୨୦୧୧ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ତୁମେ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଜନ୍ମ, ପରିବାର ଓ ଶିକ୍ଷା
ମନୋଜ ପଟ୍ଟନାୟକ ୧୯୫୫ ମସିହାର ଜୁନ ୨୪ ତାରିଖରେ କଟକ ଜିଲ୍ଲାର ଚୌଧୁରୀ ବଜାରସ୍ଥିତ ସନ୍ଦୀ ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋପୀନାଥ ପଟ୍ଟନାୟକ ଓ ମାତାଙ୍କ ନାମ ପ୍ରତିମା ପଟ୍ଟନାୟକ । ସେ କଟକସ୍ଥିତ ପ୍ୟାରୀମୋହନ ଏକାଡେମୀ ହାଇସ୍କୁଲରୁ ପାଠ ପଢ଼ା ଶେଷ କରି ଖ୍ରୀଷ୍ଟ ମହାବିଦ୍ୟାଳୟରେ ଦୁକ୍ତ ଦୁଇ ପଢ଼ିଥିଲେ । ପରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିବା ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ୍ରେ ମଧ୍ୟ ସ୍ନାତକ କରିଥିଲେ । ସେ କଟକ ବୋର୍ଡ଼ ଅଫ୍ ରେଭିନ୍ୟୁରେ ଚାକିରୀ କରିଥିଲେ ।
ଗୀତ ରଚନା ଏବଂ ସାହିତ୍ୟିକ ଜୀବନ
ଅତିଶ କୁମାର ମଜୁମଦାର ତାଙ୍କ ଗୀତର ପ୍ରସଂଶା କରିବା ସହିତ ତାଙ୍କୁ ଗୀତିକାର ନରସିଂହ ମହାପାତ୍ରଙ୍କ ସହିତ ସାକ୍ଷାତର ପରାମର୍ଶ ଦେଇଥିଲେ । ଶ୍ରୀଯୁକ୍ତ ମହାପାତ୍ର ତାଙ୍କୁ ବିଭିନ୍ନ କଣ୍ଠଶିଳ୍ପୀ ଓ ସଙ୍ଗୀତକାରଙ୍କ ସହିତ ଭେଟ କରାଇଥିଲେ । ସେତେବେଳକୁ ତାଙ୍କ ଗୀତ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିଲା, ଯାହାକି ତାଙ୍କୁ ଗୀତ ଲେଖିବାକୁ ପ୍ରେରଣା ଦେଇଥିଲା ।
ସେ ରାଜ୍ୟସ୍ତରୀୟ ଓଡ଼ିଆ ଗୀତିକବି ସମାଜର ମୂଳ ସଭ୍ୟ ଥିଲେ ଏବଂ ପରବର୍ତ୍ତୀ ସମୟରେ ସମ୍ପାଦକ ଓ ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ରଚନାବଳୀ
- ତୁମେ (ଗୀତିକବିତା)
- ହସର ରଙ୍ଗ ଲାଲ୍ (କ୍ଷୁଦ୍ରଗଳ୍ପ)
ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧