peoplepill id: manideepa-patnaik
MP
India
1 views today
1 views this week
Manideepa Patnaik
Indian Odia-language writer

Manideepa Patnaik

The basics

Quick Facts

Intro
Indian Odia-language writer
Places
Gender
Female
Birth
Age
69 years
Notable Works
A grammar of Oriya
 
The details (from wikipedia)

Biography

ମଣିଦୀପା ପଟ୍ଟନାୟକ (୧୯୫୦-୧୬ ମଇ ୨୦୧୯) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଶିକ୍ଷାବିଦ୍, ଭାଷାବିଦ୍ ଓ ଲେଖକ ଥିଲେ । ୨୦୨୩ ସୁଦ୍ଧା ଜୁଆଙ୍ଗ ଭାଷାର ବାକ୍ୟଗଠନ ଉପରେ ଗବେଷଣା କରିବାରେ ସେ ପ୍ରଥମ ଓ ଏକମାତ୍ର ଭାଷାବିଦ୍ ଥିଲେ । ସେ ଓଡ଼ିଆ ବ୍ୟାକରଣ ଉପରେ ତାଙ୍କ ରଚିତ ତାଙ୍କର ଇଂରାଜୀ ପୁସ୍ତକ ଏ ଗ୍ରାମାର ଅଫ ଓଡ଼ିଆ (ଇଂରାଜୀ: A grammar of Oriya) ପାଇଁ ଜଣାଶୁଣା । ଜୁଆଙ୍ଗ ଓ ଓଡ଼ିଆ ବ୍ୟତୀତ ସଉରା ଭାଷା ଉପରେ ମଧ୍ୟ ସେ ଗବେଷଣା କରିଥିଲେ । ୧୯୯୫ ମସିହାରେ ସେ ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟ ଅଫ ଲାଙ୍ଗୁଏଜ ଲିଟରେଚର ଆଣ୍ଡ କଲଚର ପ୍ରତିଷ୍ଠା କରି ଓଡ଼ିଆ ତଥା ଜୁଆଙ୍ଗଭାଷା ଉପରେ ଗବେଷଣା କରିଥିଲେ । ସେ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ବିଜନେସ ଡିରାଇଭେଟିଭସ୍ ନାମକ ବ୍ୟବସାୟ ସମ୍ବନ୍ଧିତ ଶିକ୍ଷାଭିତ୍ତିକ ଜର୍ଣ୍ଣାଲର ସମ୍ପାଦକ ଭୂମିକାରେ‌ ମଧ୍ୟ କାର୍ଯ୍ୟକରିଥିଲେ ।

୨୦୧୯ ମସିହା ମଇ ୧୬ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।

ଜୀବନୀ ଓ ଶିକ୍ଷା

ମଣିଦୀପା ପଟ୍ଟନାୟକ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ୧୯୯୯ ମସିହାରେ ଭାଷାବିଜ୍ଞାନରେ ଡକ୍ଟରେଟ ଲାଭକରିଥିଲେ । ତାଙ୍କର ଗବେଷଣା ଜୁଆଙ୍ଗ ଭାଷାର ବାକ୍ୟଗଠନ ସମ୍ବନ୍ଧରେ ଥିଲା । ଏହି ଗବେଷଣା କରିବାରେ ସେ ପ୍ରଥମ ଓ ଏକମାତ୍ର ଭାଷାବିଦ୍ ଥିଲେ । ତାଙ୍କ ଡକ୍ଟରେଟ ନିବନ୍ଧର ଶୀର୍ଷକ ଥିଲା "ଆସପେକ୍ଟସ ଅଫ ଜୁଆଙ୍ଗ ସିଣ୍ଟାକ୍ସ" (ଇଂରାଜୀ: ) ।

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Manideepa Patnaik is in following lists
comments so far.
Comments
From our partners
Sponsored
Credits
References and sources
Manideepa Patnaik
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes