Laxmikanta Tripathy
Quick Facts
Biography
ଲକ୍ଷ୍ମୀକାନ୍ତ ତ୍ରିପାଠୀ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ସେ ପ୍ରବନ୍ଧ, ରମ୍ୟରଚନା, ହାସ୍ୟରଚନା, ଗଳ୍ପ, କବିତା ଓ ଅନୁବାଦ ଆଦି ରଚନା କରିଛନ୍ତି । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ "ଦାଣ୍ଡି ପେଟେଣ୍ଟ ମେଡିସିନ", "ମିତା ପାଇଁ କବିତା", "ପ୍ୟାରୋଡ଼ି ପଞ୍ଚବିଂଶତି", "ନେତୃଚରିତମ୍", "ଗୋଲି କବିତା ଶତାଧିକ", "ବୈଦ୍ୟଶାସ୍ତ୍ର", "ରାମାୟଣ ହରିବଂଶ", "ଭୂତକେଳି", "ଅବିବାହିତର ଜୀବନସଂଗିନୀ", "ମୁଁ ଦିନେ ଛାତ୍ର ଥିଲି", "ଆଖି", "ପତ୍ନୀ ସହ ୨୫ବର୍ଷ", "ପତ୍ନୀ ଚର୍ଚ୍ଚା", "ଘୋଡ଼ାନାଚ", "ଓଡ଼ିଆ ବ୍ୟଙ୍ଗଗଳ୍ପ" ଆଦି ପ୍ରଧାନ । ସେ ଅଧୁନା ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଅଛନ୍ତି ।
ଜୀବନୀ
ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବିଷ୍ଣୁପୁରଠାରେ ୧୯୫୬ ଅକ୍ଟୋବର ୨୦ ତାରିଖରେ ଜନ୍ମନେଇଥିଲେ ।
ଶିକ୍ଷା
ସେ ଶାନ୍ତିନିକେତନରୁ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ । ତାହା ପରେ "ଫକୀରମୋହନଙ୍କ କଥା ସାହିତ୍ୟରେ ସାମସମୟିକ ସମାଜର ଚିତ୍ର" ଶୀର୍ଷକରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ୍ ଫିଲ ଓ ପରେ "ଓଡ଼ିଆ ସାହିତ୍ୟରେ କୈବର୍ତ୍ତ ସଂସ୍କୃତି" ବିଷୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ ଡି ଲାଭକରିଥିଲେ । ଏହାପରେ ସେ "ଆଦିବାସୀ ସଂସ୍କୃତି ଓ ଓଡ଼ିଆ ସାହିତ୍ୟରେ ତାର ପ୍ରଭାବ" ବିଷୟରେ ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଡି ଲିଟ୍ ଉପାଧି ଲାଭ କରିଥିଲେ ।
ରଚନାବଳୀ
- ଦାଣ୍ଡି ପେଟେଣ୍ଟ ମେଡିସିନ
- ମିତା ପାଇଁ କବିତା
- ପ୍ୟାରୋଡ଼ି ପଞ୍ଚବିଂଶତି
- ନେତୃଚରିତମ୍
- ଗୋଲି କବିତା ଶତାଧିକ
- ବୈଦ୍ୟଶାସ୍ତ୍ର
- ରାମାୟଣ ହରିବଂଶ
- ଭୂତକେଳି
- ଅବିବାହିତର ଜୀବନସଂଗିନୀ
- ମୁଁ ଦିନେ ଛାତ୍ର ଥିଲି
- ଆଖି
- ପତ୍ନୀ ସହ ୨୫ବର୍ଷ
- ପତ୍ନୀ ଚର୍ଚ୍ଚା
- ଘୋଡ଼ାନାଚ
- ଓଡ଼ିଆ ବ୍ୟଙ୍ଗଗଳ୍ପ ସଂକଳନ
- ଓଡ଼ିଆ ବ୍ୟଙ୍ଗ ଗଳ୍ପ
- କବିତାରେ କଥାବାର୍ତ୍ତା
ସମ୍ମାନ ଓ ପୁରସ୍କାର
- କାନ୍ତକବି ପୁରସ୍କାର ୨୦୧୦
ଆଧାର
ବାହାର ଲିଙ୍କ
- ବୈଦ୍ୟଶାସ୍ତ୍ର (ଇଣ୍ଟରନେଟ ଆର୍କାଇଭରେ)