Lalita Prasida Sripada Srisai
Quick Facts
Biography
ଲଳିତା ପ୍ରସିଦା ଶ୍ରୀପଦା ଶ୍ରୀସାଇ (ଇଂରାଜୀ: Lalita Prasida Sripada Srisai) ଜଣେ ଭାରତୀୟ ସ୍କୁଲ ଛାତ୍ରୀ । ସେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ ସ୍କୁଲର ଜଣେ ଛାତ୍ରୀ ।ମକାରେ ତିଆରି ଏକ ନିଆରା ଜଳ ବିଶୋଧନ ପ୍ରକ୍ରିୟା ନିର୍ମାଣ କରି ୨୦୧୫ ମସିହାରେ ଗୁଗୁଲ ପରିଚାଳିତ "ଗୁଗୁଲ ସାଇନ୍ସ ଫେଆର"ରେ ସାଇଣ୍ଟିଫିକ ଆମେରିକାନ ତରଫରୁ "କମୁନିଟି ଇମ୍ପାକ୍ଟ ଆୱାର୍ଡ଼" ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ
ଲଳିତା ମାତା କଲ୍ୟାଣୀ ଏସ ଓ ପିତା ସୁବ୍ରମଣ୍ୟ କେ ଏସଙ୍କ ଔରସ୍ୟରୁ ଆନ୍ଧ୍ର ପ୍ରଦେଶର ପାଲକୋଲଠାରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ପରିବାର ସହ ଦାମନଯୋଡ଼ିରେ ଆସି ବସବାସ କରୁଥିଲେ ।
ଗବେଷଣା
ଲଳିତାଙ୍କ ଗବେଷଣା ଫୋପଡ଼ା ଯାଉଥିବା ମକା ଭଳି ପ୍ରାକୃତିକ ଉପାଦାନ ବ୍ୟବହାର କରି ଜଳ ବିଶୋଧନ ଉପରେ । ସେ ଏଥି ପାଇଁ ଓଡ଼ିଶା, ପଶ୍ଚିମ ବଙ୍ଗଳା ଓ ନାଗାଲାଣ୍ଡର ଚାଷୀମାନଙ୍କ ସଙ୍ଗେ ମିଶି ମକାର ଜଳ ବିଶୋଧନ କ୍ଷମତା ଉପରେ ଗବେଷଣା କରିଥିଲେ ।ସେ ଦାମନଯୋଡ଼ିର ସ୍ଥାନୀୟ ଚାଷୀମାନଙ୍କ ପାଖରୁ ଖିଆଯାଇଥିବା ମକାଖଣ୍ଡ ସଂଗ୍ରହ କରି ସେସବୁକୁ ସଫା କରି ଖରାରେ ଶୁଖାଇବା ପରେ ସେହି ମକାଖଣ୍ଡଗୁଡ଼ିକ ନିଜେ ତିଆରି କରିଥିବା ଏକ ବିଶୋଧନ ଯନ୍ତ୍ରରେ ଲଗାଉଥିଲେ । ପରେ ଏଥିରେ ଅନ୍ୟାନ୍ୟ ଉପକରଣ ଖଞ୍ଜି ଅଧିକ ଜଟିଳ ପଦ୍ଧତିରେ ଜଳ ବିଶୋଧନ କରିବା ଆରମ୍ଭ କଲେ । ତାଙ୍କର ଏହି ଗବେଷଣା ପ୍ରକଳ୍ପର ଗାଇଡ଼ ଥିଲେ ପଲ୍ଲବୀ ମହାପାତ୍ର ।
ମାନସମ୍ମାନ
ତାଙ୍କ ମକାର ଜଳବିଶୋଧନ ଉପରେ ପର୍ଯ୍ୟବଶିତ ଗବେଷଣା ପାଇଁ ତାଙ୍କୁ ଗୁଗୁଲଦ୍ୱାରା ପରିଚାଳିତ ୨୦୧୫ ସାଇଣ୍ଟିଫିକ ଆମେରିକାନର କମୁନିଟି ଇମ୍ପାକ୍ଟ ଆୱାର୍ଡ଼ରେ ସମ୍ମାନୀତ କରାଯାଇଥିଲା ।ଏଥିରେ ତାଙ୍କୁ $୧୦୦୦୦ (ଆମେରିକୀୟ ଡଲାର) ସହିତ ସାଇଣ୍ଟିଫିକ ଆମେରିକାନର ବର୍ଷକ ପାଇଁ ସଭ୍ୟପଦ ମିଳିଥିଲା ।
ଆଧାର
ବାହାର ଆଧାର
- Low cost bio-adsorbent. (Google Science Fair)