peoplepill id: kunja-ray
KR
India
1 views today
1 views this week
Kunja Ray
Playwright from Odisha, India

Kunja Ray

The basics

Quick Facts

Intro
Playwright from Odisha, India
Places
Gender
Male
Age
76 years
Awards
Odisha Sahitya Akademi Award
(1992)
The details (from wikipedia)

Biography

କୁଞ୍ଜ ରାୟ ( ୧୬ ମଇ ୧୯୪୫ - ୧୨ ଫେବୃଆରୀ ୨୦୨୧ ) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ନାଟ୍ୟକାର ଭାବରେ ତାଙ୍କର ଅଧିକ ପରିଚିତ ଥିଲେ ମଧ୍ୟ ଗଳ୍ପ, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟରେ ତାଙ୍କର ପ୍ରବେଶ ରହିଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ସମେତ ଅନେକ ପୁରସ୍କାର ଲାଭ କରିଥିଲେ ।

ବ୍ୟକ୍ତିଗତ ଜୀବନ

କୁଞ୍ଜ ରାୟ, ୧୯୪୫ ମସିହାରେ ବାଲେଶ୍ୱର ଜିଲ୍ଲାର ପଦାଗାଁଠାରେ ଜନ୍ମଗ୍ରହଣ କରିଥିଲେ । ବାଲେଶ୍ୱର ଜିଲ୍ଲାସ୍କୁଲରୁ ସେ ମାଟ୍ରିକ ଓ ଭଦ୍ରକ ମହାବିଦ୍ୟାଳୟରୁ ସ୍ନାତକ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ଅଧା ଛାଡ଼ି, ସେ ଶିକ୍ଷକତା ଆରମ୍ଭ କରିଥିଲେ । ୧୯୭୦ ମସିହାରେ ସେ ଏ ଜି କାର୍ଯ୍ୟାଳୟରେ ଯୋଗଦାନ କରି, ୨୦୦୪ ମସିହାରେ ଉଚ୍ଚ ପଦବୀରେ ଥାଇ ସେଠାରୁ ଅବସର ଗ୍ରହଣ କରିଥିଲେ ।

ସାହିତ୍ୟ ସର୍ଜନା

୧୯୬୭ ମସିହାରେ କୁଞ୍ଜ ନିଜ ପ୍ରଥମ ନାଟକ ଅଶାନ୍ତ ଝଡ଼ ରଚନା କରିଥିଲେ । ୧୯୭୪ ମସିହାରେ ରବୀନ୍ଦ୍ର ମଣ୍ଡପରେ ତାଙ୍କ ନାଟକ ବିଦାୟ ବଜ୍ରାଦିତ୍ୟ ମଞ୍ଚସ୍ଥ ହୋଇଥିଲା ଓ ଜଣେ ନାଟ୍ୟକାର ଭାବରେ ତାଙ୍କର ଲୋକପ୍ରିୟତାରେ ବୃଦ୍ଧି ଘଟିଥିଲା । ଏହି ନାଟକ ଫରାସୀ ନାଟ୍ୟକାର ଇଉଜିନି ଆଇଓନେସ୍କୋଙ୍କର ନାଟକ ଏକ୍ସିଟ ଦ କିଙ୍ଗର ଓଡ଼ିଆ ଅନୁବାଦ । ସେ ଅନ୍ୟ ବହୁ ଦେଶୀୟ ଓ ବିଦେଶୀ ନାଟ୍ୟକାରଙ୍କ ରଚନାକୁ ଓଡ଼ିଆକୁ ଅନୁବାଦ କରିଥିଲେ । ସାରଳା ମହାଭାରତ ଆଧାରରେ ସେ କାଳାନ୍ତର ନାଟକ ରଚନା କରିଥିଲେ । ଅନ୍ୟ ବହୁ ଐତିହାସିକ, ପୌରାଣିକ ଓ ସାମାଜିକ ବିଷୟବସ୍ତୁକୁ ନେଇ ସେ ନାଟକ ରଚନା କରିଥିଲେ ।

ସାହିତ୍ୟ ସର୍ଜନା

ନାଟକ

  • ଅଶାନ୍ତ ଝଡ଼
  • ବିଦାୟ ବଜ୍ରାଦିତ୍ୟ
  • ଅପ୍ରତିହତ ଖାରବେଳ
  • କର୍ମଯୋଗୀ ଚନ୍ଦ୍ରଶେଣ
  • କାଳାନ୍ତର
  • କେଉଁ ନଈ ମୁହାଣରେ
  • ଧନଂ ଦେହି ଜୟଂ ଦେହି
  • ଅଗ୍ନିସ୍ନାନ
  • ଅନାମ ଉବାଚ

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୨୦୦୮-୦୯
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ - ୨୦୧୪
  • ଉତ୍କଳ ସାହିତ୍ୟ ସମାଜ ସମ୍ମାନ - ୨୦୧୪
  • ହରିହର ମହାପାତ୍ର ସମ୍ମାନ

ଆଧାର

  1. "Famous Odisha Playwright Kunja Ray No More". www.odishabytes.com. odisha bytes. Archived from the original on 1 April 2021. Retrieved 1 April 2021.
  2. ସୀମନ୍ତ ମହାନ୍ତି. "ପ୍ରଦକ୍ଷିଣ". No. ଧରିତ୍ରୀ ୦୧/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ସାହିତ୍ୟାୟନ ପୃଷ୍ଠା ୧୦. ଧରିତ୍ରୀ. Retrieved 1 April 2021.
  3. "Odisha Sangeet Nataka Academy Award Winners" (PDF). Odisha Reference (Annual 2011). Retrieved 1 April 2021.
  4. "Eminent Odisha Poet Jayant Mohapatra To Get Utkal Ratna Samman". www.sambadenglish.com. Eastern Media. Archived from the original on 1 April 2021. Retrieved 1 April 2021.
  5. "ପରଲୋକରେ ନାଟ୍ୟକାର କୁଞ୍ଜ ରାୟ". www.odishasambad.in. odisha sambad. Archived from the original on 1 April 2021. Retrieved 1 April 2021.
The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Kunja Ray is in following lists
comments so far.
Comments
From our partners
Sponsored
Credits
References and sources
Kunja Ray
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes