Kumar Shree Chiranjibi
Quick Facts
Biography
କୁମାର ଶ୍ରୀ ଚିରଞ୍ଜୀବି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ । ୧୯୯୮ ମସିହାରେ ସେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଚିରଞ୍ଜୀବି ଓଡ଼ିଆ ରାଜନେତା ଅନନ୍ତ ସେଠୀଙ୍କର ପୁଅ ।
ରାଜନୈତିକ ଜୀବନ
କୁମାର ଶ୍ରୀ ଚିରଞ୍ଜୀବି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
୧୯୯୮ ମସିହାରେ ହୋଇଥିବା ଭାରତୀୟ ସାଧାରଣ ନିର୍ବାଚନରେ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାରେ ବିଧାୟକ ଥିବା ଅର୍ଜୁନ ଚରଣ ସେଠୀ ନିର୍ବାଚନ ଲଢ଼ିଥିଲେ । ସେ ବିଜୟୀ ହୋଇ ୧୨ଶ ଲୋକ ସଭାକୁ ଚାଲିଯିବାପରେ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ପଦଟି ଖାଲି ପଡ଼ିଥିଲା । ଫଳରେ ୩ ଜୁନ ୧୯୯୮ରେ ଖୋର୍ଦ୍ଧା, ଜୁନାଗଡ଼, ବରଗଡ଼ ଓ ବଣାଇ ବିଧାନ ସଭା ଆସନ ସହ ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ଏହି ଉପ-ନିର୍ବାଚନରେ ଶ୍ରୀ ଚିରଞ୍ଜୀବି ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୮ ଜୁନ ୧୯୯୮ରେ ସେ ଶପଥ ପାଠ କରିଥିଲେ ଏବଂ ୨୦୦୦ ମସିହାରେ ଏହି ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ ସେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।