Krushnaprasad Basu
Quick Facts
Biography
ଜୀବନୀ
ତାଙ୍କର ଜନ୍ମସ୍ଥାନ କୁଆଁସରପୁର, ଯାଜପୁର । ସେ କବିମଞ୍ଜୁଳ ଉପାଧିରେ ଭୂଷିତ ହୋଇଥିଲେ ।
ଅବଦାନ
ଯାତ୍ରା ନାଟକ, ଗୀତ, ପାଲା, ଉପଯୋଗୀ ଖଣ୍ଡକାବ୍ୟ,ଉପନ୍ୟାସ, ଗଳ୍ପ ଓ ଅନ୍ୟାନ୍ୟ ଗଦ୍ୟ ରଚନାରେ କବିମଞ୍ଜୁଳଙ୍କ ପାରଦର୍ଶିତା ରହିଥିଲା । ସେ ଥିଲେ ସଂଗୀତ ଶିଳ୍ପୀ, ନାଟ୍ୟ ଅଭିନେତା ତଥା ନିର୍ଦ୍ଦେଶକ ଏବଂ ନାଟ୍ୟ ସଂଗଠକ ମଧ୍ୟ । ଯାଜପୁରରେ 'ବିରଜା ଅପେରା’, ଭଦ୍ରକରେ ‘ ଶ୍ୟମସୁନ୍ଦର ଥିଏଟର', ବ୍ରହ୍ମପୁରରେ ' ନାଟ୍ୟମନ୍ଦିର’ ଓ ବସ୍ତାରେ ‘ ବାସନ୍ତୀ ଥିଏଟର’ର ପ୍ରତିଷ୍ଠାତା ଅଟନ୍ତି। ‘ସଂଗୀତ ଫୁଲହାର’, ‘ପ୍ରସାଦ ଗୀତାବଳୀ', 'ଅଳକାନନ୍ଦା’, ‘ପ୍ରସାଦ ପଦ୍ୟାବଳୀ’ ଓ ‘ପରିକଳ୍ପନା’ ଆଦି ଗୀତିଗ୍ରନୁର ରଚୟିତା । ସେ ପାଲା ଉପଯୋଗୀ ୩୭ଟି
ପୁସ୍ତକ ଲେଖିଛନ୍ତି । ନାଟକ ପାଇଁ ଗୀତ ରଚନା ସହିତ ଗ୍ରାମୋଫୋନ କମ୍ପାନି ପାଇଁ ମଧ୍ୟ ଗୀତରଚନା କରିଛନ୍ତି । ଗୀତିକବିତା ସଂଖ୍ୟା ପନ୍ଦରଶହରୁ ଉର୍ଦ୍ଧ । କବିମଞ୍ଜୁଳ ଏଚଏମଭି କମ୍ପାନିର ଓଡ଼ିଆ ବିଭାଗର ତାଲିମଦାତା ଥିଲେ । ଗୀତିକବିତା ରଚନା କ୍ଷେତ୍ରରେ କୃଷ୍ଣପ୍ରସାଦ ଅନେକ ପରୀକ୍ଷା ନିରୀକ୍ଷା କରିଛନ୍ତି । ‘କଲି’ ଶୈଳୀରେ ଓଡ଼ିଆ ଗୀତ ରଚନା କରିବାରେ ସେ ପ୍ରଥମ । ନିମାଇଁ ହରିଚନ୍ଦନଙ୍କ ଗୀତକୁ ରେକର୍ଡରେ ‘ଓଡ଼ିଶୀ’ ଲେଖି ପ୍ରଥମେ 'ଓଡ଼ିଶୀ’ ନାମର ପ୍ରବର୍ତ୍ତନ କରିଥିଲେ । ସେ କେବଳ ‘ଶ୍ରୀ ଜଗନ୍ନାଥ'(୧୯୫୦) ପାଇଁ ଚଳଚ୍ଚିତ୍ର ଗୀତ ରଚନା କରିଥିଲେ ।