Kartik Chandra Rout
Quick Facts
Biography
କାର୍ତ୍ତିକ ଚନ୍ଦ୍ର ରାଉତ (୧ ଜାନୁଆରୀ୧୯୨୮ - ୫ ସେପ୍ଟେମ୍ବର ୧୯୮୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ ପରିବାର ଓ ଶିକ୍ଷା
କାର୍ତ୍ତିକ ଚନ୍ଦ୍ର ରାଉତ ୧୯୨୮ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ୍ ଥିଲା । ତାଙ୍କ ପତ୍ନୀଙ୍କ ନାମ ଲକ୍ଷ୍ମୀପ୍ରିୟା ରାଉତ । ତାଙ୍କର ୨ ପୁଅ ଓ ୪ ଝିଅ ଥିଲେ ।
ରାଜନୈତିକ ଜୀବନ
କାର୍ତ୍ତିକ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
କାର୍ତ୍ତିକ ୧୯୮୫ ମସିହାର ଅକ୍ଟୋବର ମାସ ୫ ତାରିଖଦିନ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ।