Kanduri Charan Das
Quick Facts
Biography
କଣ୍ଡୁରୀ ଚରଣ ଦାସ (୧୨ ଡିସେମ୍ବର ୧୯୨୯ - ୨୬ ମଇ ୨୦୧୪) ଜଣେ ରହସ୍ୟ ରୋମାଞ୍ଚ ଭରା ଉପନ୍ୟାସ ଲେଖକ ଥିଲେ । ତାଙ୍କର ପ୍ରାୟ ୫୦ଟିରୁ ଅଧିକ ଉପନ୍ୟାସ ପ୍ରକାଶିତ ହୋଇସାରିଛି । ନିଜର ପ୍ରଥମ ଉପନ୍ୟାସ ଧୂଳିର ଧରଣୀରୁ ହିଁ ସେ ଖୁବ ଲୋକପ୍ରିୟତା ହାସଲ କରିପାରିଥିଲେ । ସାରସ୍ୱତ ସୃଷ୍ଟି ପାଇଁ ୨୦୦୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ତାଙ୍କୁ ପୁରସ୍କୃତ କରାଯାଇଥିଲା ।
ଜୀବନୀ
କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଖଣ୍ଡିଅନ୍ତା ଗ୍ରାମରେ ଜନ୍ମିତ କଣ୍ଡୁରୀ ଚରଣ ମାତ୍ର ୧୨ବର୍ଷ ବୟସରେ ଘର ଛାଡି କଲିକତା ପଳାଇ ଆସିଥିଲେ । ନିଜର ଅଦମ୍ୟ ପ୍ରଚେଷ୍ଟା ବଳରେ, ସେ ନିଜକୁ ପ୍ରତିଷ୍ଠା କରିପାରିଥିଲେ । ରାଜ୍ୟବାହରେ ରହିଥିଲେ ମଧ୍ୟ ସେ ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି ପାଇଁ ସର୍ବଦା ଚେଷ୍ଟିତ ଥିଲେ । 'ରାଜଶ୍ରୀ ପକେଟ ବୁକ' ନାମରେ ତାଙ୍କଦ୍ୱାରା ପ୍ରକାଶିତ ପକେଟ ବୁକ ମାଧ୍ୟମରେ, ସେ ୧୦୦ରୁ ଉର୍ଦ୍ଧ ଓଡ଼ିଆ ସାହିତ୍ୟିକଙ୍କର ଉପନ୍ୟାସ ଛାପିଥିଲେ ।ବିଭୂତି ପଟ୍ଟନାୟକ ଓ ଜଗନ୍ନାଥ ପ୍ରସାଦ ଦାସଙ୍କ ସହ ମିଶି, ସେ 'ନବରବି' ଓ 'ଆସନ୍ତାକାଲି' ପତ୍ରିକାର ପରିଚାଳନା ମଧ୍ୟ କରିଆସୁଥିଲେ । 'ନବରବି'କୁ ଏକ ପୂଜାପତ୍ରିକା ଭାବରେ ପ୍ରକାଶକରି, ସେ ଏକ ନୂତନଧାରାର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ବହୁ ପତ୍ରିକା ଏହି ଧାରାରେ ପୂଜାପତ୍ରିକା ପ୍ରକାଶ କରୁଛନ୍ତି ।
ସାହିତ୍ୟ କୃତି
- ଧୂଳିର ଧରଣୀ
- ରାତି କଥା କୁହେ
- ଚକ୍ରବ୍ୟୁହ
- ସ୍ପନ୍ଦନ
- ଲାଲଚକ୍ର
- ରକ୍ତ ଗୋଲାପ
- ମିସ୍ ଅଳକାନନ୍ଦା
- ବାଲିଝଡ଼
- ରଙ୍ଗନଟୀ (ବିଭୂତି ପଟ୍ଟନାୟକ ସହ ଲେଖକ)
- ଗାଁ ମାଟି
- କୁଆଁରୀ କନ୍ୟା
- ସୁନ୍ଦର ବନର ଦସ୍ୟୁ
- ରାତିଟିଏ କଥାଟିଏ
- ରୋମାଞ୍ଚ
- ଛାୟା କୁହେଳୀ
- ରକ୍ତ ଗୋଲାପ ଓ ରଙ୍ଗୀନ ସୂର
- ସର୍ପ ଉର୍ବଶୀ ରାତ୍ରୀ
- ଚିତ୍ରାଙ୍ଗଦାର ଆତ୍ମହତ୍ୟା
ଆଧାର
- ↑ http://www.orissadiary.com/CurrentNews.asp?id=50256
- ↑ http://odishasuntimes.com/57020/popular-odisha-writer-kanduri-charan-das-dies/
- ↑ American Libraries Book Procurement Center, New Delhi (1972). Accessions List, India. American Libraries Book Procurement Center.
- ↑ "Kanduri charan". www.sambadepaper.com. Retrieved 12 December 2018.
- ↑ http://www.telegraphindia.com/1140527/jsp/odisha/story_18385055.jsp#.U4QtnnbRNeE
- ↑ ସମ୍ବାଦ ୨୭/୫/୨୦୧୪ ପୃଷ୍ଠା ୨
- ↑ "ପରଲୋକରେ ଲେଖକ କଣ୍ଡୁରୀ ଚରଣ ଦାସ". ଧରିତ୍ରୀ. Retrieved 30 November 2016.
- ↑ http://www.dailypioneer.com/state-editions/bhubaneswar/writer-kanduri-das-passes-away-at-85.html
- ↑ ପ୍ରମେୟ ୨୭/୫/୨୦୧୪ ପୃଷ୍ଠା ୩
- ↑ Kanduri Charan Das (1962). Chāẏa kuheḷī: ḍiṭekṭibh upanyāsa. Rājaśrī prakāśanī.
- ↑ Kanduri Charan Das (1963). Rakta golāpa o raṅgin surā: rahasya upanyāsa. Rājaśrī prakāśanī.
- ↑ Kanduri Charan Das (1963). Sarpa Urbasī rātri: rahasya upanyāsa. Rājaśrī prakāśanī.
- ↑ Kanduri Charan Das (1963). Citrāṅgadāra ātmahatyā: rahasya upanyāsa. Rājaśrī prakāśanī.