Gargi Mohanty
Quick Facts
Biography
ଗାର୍ଗୀ ମହାନ୍ତି ଜଣେ ଓଡ଼ିଆ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଗାର୍ଗୀ ଜଣେ ଦକ୍ଷ ଏବଂ ପ୍ରଶିକ୍ଷିତ ଓଡ଼ିଶୀ ନର୍ତ୍ତକୀ । ସେ ଅଢ଼େଇ ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ସେ ପ୍ରଥମେ ଓଡ଼ିଆ ଆଲବମରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗାର୍ଗୀଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଅର୍ଜୁନ । ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ପ୍ରଥମେ ସେ ଡିଡି ଓଡ଼ିଆର ଧାରାବାହିକ କହିଲେ ତୋ କୁଳ କୁଟୁମ୍ବକୁ ଲାଜରେ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
ଅଭିନୟ ଜୀବନ
ଗାର୍ଗୀ ମହାନ୍ତି ଅତ୍ୟନ୍ତ ଛୋଟବେଳୁ ଓଡ଼ିଶୀ ନୃତ୍ୟ ଶିଖିଥିଲେ । ସେ ଜଣେ ଦକ୍ଷ ଓଡ଼ିଶୀ ନର୍ତ୍ତକୀ । ନିର୍ଦ୍ଦେଶକ ହରିଶ ମହାନ୍ତିଙ୍କର ଏକ ଭଜନ ଆଲବମ୍ରେ ଗାର୍ଗୀଙ୍କୁ ନିଆଯାଇଥିଲା ଯେଉଁଥିରେ ସେ ଅତି ସହଜରେ ସମସ୍ତ ନୃତ୍ୟର ରେକର୍ଡ଼ି କରିଥିଲେ । ଯାହା ଫଳରେ ହରିଶ ତାଙ୍କୁ ଅନ୍ୟ କିଛି ଆଲବମ୍ରେ ନେଇଥିଲେ । ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ କହିଲେ ତୋ କୁଳ କୁଟୁମ୍ବକୁ ଲାଜ ଧାରାବାହିକରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ ଗାର୍ଗୀ ।
ଧାରାବାହିକର ଅଭିନୟର ମାତ୍ର ଅଳ୍ପଦିନ ପରେ ନିର୍ଦ୍ଦେଶକ ହର ପଟ୍ଟନାୟକ ଗାର୍ଗୀଙ୍କୁ ତାଙ୍କ ଚଳଚ୍ଚିତ୍ର ଅର୍ଜୁନରେ ନାୟିକା ଭାବରେ ନେଇଥିଲେ । ଏହି ଚଳଚ୍ଚିତ୍ରରେ ଗାର୍ଗୀଙ୍କ ସହ ନାୟକ ଥିଲେ ଅନୁଭବ ମହାନ୍ତି । ଏହା ପରେ ପୁଣି ଗାର୍ଗୀ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀରେ ଅଭିନୟ କରିଥିଲେ ଗାର୍ଗୀ ।
ପରେ ପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଟୋପାଏ ସିନ୍ଦୂରରେ ନାୟକ ପ୍ରିତୀରାଜଙ୍କ ସହ ଅଭିନୟ କରିଥିଲେ । ଏହା ପରେ ପୁଣି ତରଙ୍ଗରେ ପ୍ରସାରିତ ଧାରାବାହିକ ରାଣୀରେ ସେ ଶାଶୂ ଭୂମିକାରେ ଅଭିନୟ କରିଥିଲେ । ମାଟିର ବନ୍ଧନ ନାମକ ଚଳଚ୍ଚିତ୍ରରେ ଗାର୍ଗୀ ଅଭିନୟ କରିଥିଲେ, ମାତ୍ର ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରି ନ ଥିଲା । ଏକ ହିନ୍ଦୀ ଆଲବମ୍ ଆଙ୍ଖୋନେ ତୁଝ୍କୋ ଦେଖାରେ ମଧ୍ୟ ଗାର୍ଗୀ ଅଭିନୟ କରଥିଲେ ।
୨୦୧୨ରେ ଗାର୍ଗୀଙ୍କର ଅଭିନୀତ ଅନ୍ୟ ଏକ ଚଳଚ୍ଚିତ୍ର ହେ ସଖା ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି କୃଷ୍ଣ ଏବଂ ତାଙ୍କର ସଖା ସୁଦାମାଙ୍କ ଉପରେ ପର୍ଯ୍ୟବେଶିତ ଥିଲା । ଏହି ଚଳଚ୍ଚିତ୍ରରେ ଗାର୍ଗୀ ସୁଦାମାଙ୍କ ପତ୍ନୀ ସୁମତୀ ଭୂମିକାରେ ଅଭିନୟ କରିଥିଲେ ।
୨୦୧୬ରେ ଗାର୍ଗୀଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା କ୍ରାନ୍ତିଧାରା । ଏହି ଚଳଚ୍ଚିତ୍ରରେ ଗାର୍ଗୀଙ୍କ ସହ ସମରେଶ ରାଉତରାୟ, ପୁଷ୍ପା ପଣ୍ଡା ପ୍ରଭୃତି ଅଭିନୟ କରିଥିଲେ । ଚଳଚ୍ଚିତ୍ରଟିର ମୂଳ ବାର୍ତ୍ତା ଥିଲା ନାରୀ ସଶକ୍ତିକରଣ । ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ଗାର୍ଗୀଙ୍କ ଅଭିନୟ ୨୬ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଗାର୍ଗୀ ଶ୍ରେଷ୍ଠ ନାୟିକ ସମ୍ମାନ ମିଳିଥିଲା । ୨୦୧୬ରେ ଗାର୍ଗୀ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯାହାର ନାମ ହେଉଛି ସ୍ପନ୍ଦନ ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ନିର୍ଦ୍ଦେଶକ | ଭୂମିକା | ମନ୍ତବ୍ୟ |
---|---|---|---|---|
୨୦୦୫ | ଅର୍ଜୁନ | ହର ପଟ୍ଟନାୟକ | ଚମୁକୀ | ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୨ | ହେ ସଖା | ଆଶିଷ ଭଟାଚାର୍ଯ୍ୟ | ସୁମତୀ | |
୨୦୧୬ | କ୍ରାନ୍ତିଧାରା | ହିମାଂଶୁ ଖଟୁଆ | ପ୍ରତିଜ୍ଞା |
ଅଭିନୀତ ଧାରାବାହିକ
ଧାରାବାହିକ | ଚେନାଲ | ଭୂମିକା |
---|---|---|
କହିଲେ ତୋ କୁଳ କୁଟୁମ୍ବକୁ ଲାଜ | ଡିଡି ଓଡ଼ିଆ | |
ଗାୟତ୍ରୀ | ଇ ଟିଭି ଓଡ଼ିଆ | ଗାୟତ୍ରୀ |
ଟୋପାଏ ସିନ୍ଦୁର | ତରଙ୍ଗ ଟିଭି | |
ରାଣୀ | ତରଙ୍ଗ ଟିଭି | ପ୍ରିୟଦର୍ଶନୀ ଭଞ୍ଜ/ପ୍ରିୟା |