Elli Padhi
Quick Facts
Biography
ଏଲି ପାଢ଼ୀ ଜଣେ ଭାରତୀୟ-ଓଡ଼ିଆ ଅଭିନେତ୍ରୀ ଏବଂ ଉପସ୍ଥାପିକା । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର, ଓଡ଼ିଆ ଦୂରଦର୍ଶନ ଧାରାବାହିକ ଆଦିରେ ଅଭିନୟ କରନ୍ତି ଏବଂ ବିଭିନ୍ନ ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପନା କରନ୍ତି । ୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଏଇ ମିଳନ ଯୁଗ ଯୁଗରରେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୪ ଫିଅର ଅଫ ଦ ଇଅର, ରାସ୍ତା ଆଦି କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ଅବୁଝା ଏ ମନ, ତୁଳସୀ, ସିନ୍ଦୂର, ଅପା ଆଦିରେ ଅଭିନୟ କରିଛନ୍ତି ।
ଜନ୍ମ ଓ ପରିବାର
ଏଲି ପାଢ଼ୀ ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହରେକୃଷ୍ଣ ପାଢ଼ୀ ପେଶାରେ ଜଣେ ପୋଲିସ୍ କର୍ମଚାରୀ ଓ ମାତା କୁମୁଦିନୀ ପାଢ଼ୀ । ୨୦୧୯ ମସିହାର ଜାନୁଆରୀ ୨୫ ତାରିଖରେ ସେ ତାଙ୍କର ବାଲ୍ୟ ବନ୍ଧୁ ତଥା ବ୍ୟବସାୟୀ ଶ୍ରୀମୟ କୁମାର ପଣ୍ଡାଙ୍କୁ ବିବାହ କରିଥିଲେ ।
ଅଭିନୟ ଜୀବନ
ଏଲି ପାଢ଼ୀ ପ୍ରଥମେ ଓଡ଼ିଆ ଆଲ୍ବମ୍ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ତାଜା ଖବର, ଷୋହଳ ପୂରି ସତର ହେଲା ଭଳି କିଛି ଆଲବମ୍ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଏଇ ମିଳନ ଯୁଗ ଯୁଗର, ଯେଉଁଥିରେ ତାଙ୍କ ସହ ରାଜଦୀପ, ଚନ୍ଦନ କର, ମୀନକେତନ, ବିଜୁ ବଡ଼ଜେନା, ପୁଷ୍ପା ପଣ୍ଡା, ଅସୀତ ପତି ଆଦି କଳାକାରମାନେ କାର୍ଯ୍ୟ କରିଥିଲେ ।
ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ସହିତ ଓଡ଼ିଅ ଦୂରଦର୍ଶନରେ ଧାରାବାହିକରେ ଅଭିନୟ କରନ୍ତି । ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଅବୁଝା ଏ ମନ ଧାରାବାହିକରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ସହ ଜିନା ସାମଲ ଓ ଲରେନ୍ସ ବାରିକ କାମ କରିଥିଲେ । ଏହା ବ୍ୟତୀତ ସେ ତୁଳସୀ, ସିନ୍ଦୂର, ଅପା ଆଦି ଧାରାବାହିକରେ ଅଭିନୟ କରିଛନ୍ତି ।
ଏଲି ତରଙ୍ଗ ମ୍ୟୁଜିକ୍ରେ ପ୍ରସାରିତ କିଏ ଜିତେ କିଏ ହାରେ ଭଳି କିଛି କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୦ | ଏଇ ମିଳନ ଯୁଗ ଯୁଗର | ପ୍ରଥମ ଓଡ଼ିଆ କଥାଚିତ୍ର | |
୨୦୧୪ | ୨୦୧୪ ଫିଅର ଅଫ ଦ ଇଅର | ଜୀୟା | ଓଡ଼ିଆ/ତେଲୁଗୁ କଥାଚିତ୍ର |
ରାସ୍ତା | |||
ପ୍ରମାଦ ଚାର୍ ହଣ୍ଡ୍ରେଡ୍ ପର୍ସେଣ୍ଟ | ତେଲୁଗୁ କଥାଚିତ୍ର |
ଅଭିନୀତ ଧାରାବାହିକ
ଧାରାବାହିକ | ଭୂମିକା | ଚେନାଲ୍ |
---|---|---|
ଅବୁଝା ଏ ମନ | ତରଙ୍ଗ ଟିଭି | |
ତୁଳସୀ | ଶିଶୁ କଳାକାର | ଇ ଟିଭି ଓଡ଼ିଆ |
ସିନ୍ଦୂରର ଅଧିକାର | କାମ୍ୟା | ତରଙ୍ଗ ଟିଭି |
ଟୁପୁର୍ ଟାପୁର୍ | ଟୁପୁର୍/ଟାପୁର୍ | କଲର୍ସ ଓଡ଼ିଆ |
ବଧୂ | ସାର୍ଥକ ଟିଭି |
ଉପସ୍ଥାପିକା
କାର୍ଯ୍ୟକ୍ରମ | ଚେନାଲ୍ |
---|---|
ଗାଁ ଆଖଡ଼ା | ତରଙ୍ଗ ଟିଭି |
କିଏ ଜିତରେ କିଏ ହାରେ | ତରଙ୍ଗ ମ୍ୟୁଜିକ୍ |
ସିନ୍ଦୂରର ଅଧିକାର | ତରଙ୍ଗ ଟିଭି |
ଓଡ଼ିଶାର Best ଡ୍ରାମେବାଜ୍ | ଜୀ ସାର୍ଥକ |
ଘରଣୀ ନଂ 1 | ତରଙ୍ଗ ଟିଭି |
ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ | ସାର୍ଥକ ଟିଭି |
ବିବାଦ
ଏଲି ପାଢ଼ୀ ୨୦୧୮ ମସିହାରେ ଦେଇଥିବା ଏକ ମନ୍ତବ୍ୟକୁ ବିବାଦ ସୃଷ୍ଟି ହୋଇଥିଲା । ସେ ହିନ୍ଦୀ କଥାଚିତ୍ର ଜଗତରେ ହୋଇଥିବା ମି-ଠୁ ମଧ୍ୟ ଓଡ଼ିଆ କଥାଚିତ୍ର ଜଗତରେ ଚାଲିଛି ବୋଲି କହିଥିଲେ ଆଉ ଦୁଇଥର ସେ ଏଥିରେ ଶିକାର ହୋଇଥିବା କଥା ସ୍ୱୀକାର କରିଥିଲେ ।
ପୁରସ୍କାର
- ୬ଷ୍ଠ ଓଡ଼ିଆ ରାଜ୍ୟ ଟେଲିଭିଜନ୍ ପୁରସ୍କାର - ଶ୍ରେଷ୍ଠ ଅଭିନେତ୍ରୀ (ଟୁପର୍ ଟାପୁର୍)
ଆଧାର
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ଏଲି ପାଢ଼ୀ