Dhirendranath Mallick
Quick Facts
Biography
ଧୀରେନ୍ଦ୍ର ନାଥ ମଲ୍ଲିକ(ଧୀର ମଲ୍ଲିକ), ଜଣେ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ । ସେ ଭୁବନେଶ୍ୱରର ଜଣାଶୁଣା ନାଟ୍ୟସଂସ୍ଥା ଶତାବ୍ଦୀର କଳାକାରର ପ୍ରତିଷ୍ଠାତା ଓ ବର୍ତ୍ତମାନ "ଓଡ଼ିଶା ନାଟ୍ୟ ସଂଘ"ର ସଭାପତି ଭାବରେ କାର୍ଯ୍ୟରତ ।
ଧୀର ମଲ୍ଲିକଙ୍କୁ ନାଟ୍ୟକଳା ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲା । ଆଖଣ୍ଡଳମଣୀ ଯାତ୍ରାଦଳ ପରିବାରରେ ଥିଲା ଓ ବାପା, ଭାଇ ସମସ୍ତେ ନାଟକ ସହିତ ଜଡିତ ଥିଲେ । ୧୯୬୧ ମସିହାରେ, ମାତ୍ର ୯ ବର୍ଷ ବୟସରେ, ସେ "କଂସା କବାଟ" ନାଟକରୁ ଅଭିନୟ ଆରମ୍ଭ କରିଥିଲେ । କଲେଜରେ ଡ୍ରାମାଟିକ ସମ୍ପାଦକ ଥିବା ଧୀରେନ୍ଦ୍ରନାଥ, ୧୯୭୩ ମସିହାରେ ରିଜର୍ଭ ବ୍ୟାଙ୍କରେ ଚାକରି ଆରମ୍ଭ କରିଥିଲେ । ୧୯୭୫ ମସିହାରେ, ଅଭିନୟ ଶିକ୍ଷା ଉଦ୍ଦେଶ୍ୟରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ୧୯୭୬ ମସିହାରେ, ସେ 'ଶତାବ୍ଦୀର କଳାକାର' ନାଟ୍ୟସଂସ୍ଥା ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିଥିଲେ । ୧୯୮୮ ମସିହାରେ, ସେ "ଓଡ଼ିଶା ନାଟ୍ୟ ସଂଘ"ର ପ୍ରଥମ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ ଓ ବର୍ତ୍ତମାନ ଏହାର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି ।
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର(୨୦୦୯-୨୦୧୦)