Dharanidhar Panigrahy
Quick Facts
Biography
ଧରଣୀଧର ପାଣିଗ୍ରାହୀ (୨ ଜାନୁଆରୀ ୧୯୩୬ - ୧୭ ନଭେମ୍ବର ୨୦୨୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ସେ ଅର୍ଥନୀତି, ସମାଜତତ୍ତ୍ୱ, ସଂସ୍କୃତି ସମ୍ପର୍କିତ ନାନା ପ୍ରବନ୍ଧ ଅନୁବାଦ କରିବା ସହିତ ଅର୍ଥନୀତିରେ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ପୁସ୍ତକ ତଥା ଓଡ଼ିଆ ସମ୍ବାଦପତ୍ର ଓ ସ୍ତମ୍ଭ ରଚନା କରିଥିଲେ । ସେ ତାଙ୍କର ସାହିତ୍ୟ ରଚନା ନିମନ୍ତେ ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ସେ ନିଜ ରଚନାରେ ଓଡ଼ିଆରେ ପ୍ରାୟୋଗିକ ସମାଲୋଚନା ପ୍ରବନ୍ଧ ତଥା ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସମାସ୍ୟାବଳୀ ଉପରେ ଆଲୋଚନା କରିଥିଲେ ।
ବ୍ୟକ୍ତିଗତ ଜୀବନ
ଧରଣୀଧର ୧୯୩୬ ମସିହା ଜାନୁଆରୀ ୨ ତାରିଖରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅନ୍ତର୍ଗତ ବେରୁଆଁପାଳଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା, ବିଜେବି ଓ ରାଜଧାନୀ ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରି ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ ।
୨୦୨୦ ମସିହା ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱରର ନୂଆପଲ୍ଲୀସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଥିଲା ।
ରଚନାବଳୀ
ମୌଳିକ ରଚନା:
- ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ (୨୦୧୫)
- ଅର୍ଥନୀତି ପ୍ରବେଶ
- ଅର୍ଥନୀତି ପରିଚୟ
- ମୁଦ୍ରାବ୍ୟାଙ୍କ ଓ ସରକାରୀ ବିତ୍ତ ବ୍ୟବସ୍ଥା
- ସରକାରୀ ବିତ୍ତ
- ଗ୍ରାମ୍ୟ ଶିଳ୍ପାୟନ
- ଭାରତୀୟ ଅର୍ଥନୀତି
- ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଅର୍ଥନୈତିକ ବିକାଶ
- ରାଜନୀତିଜ୍ଞଙ୍କ ଭାରତବର୍ଷ
- ଅର୍ଥନୀତିକ ଭାରତ
- ମହାଭାରତ ପରେ
- ଆଞ୍ଜନେୟ
- ଶ୍ରୀମୟୀ ବୈଷ୍ଣୋ ଦେବୀ
- ଲୌହମାନବ
- ଭାରତ ବିକାଶ ପରିକ୍ରମା
- ରାଷ୍ଟ୍ରୀୟ ବିତ୍ତ
- କନିଷ୍ଠ ମାର୍ଟିନ ଲୁଥର କିଙ୍ଗ୍
- ଭାବଭୂମିର ଅମୃତାଲୋକ
- ପ୍ରବାଦ ପୁରୁଷ
- ଦ୍ୱାରିକା ମୋହନ ମିଶ୍ର (ସହଲେଖକ), ଅମୃତ ଅନୁଭବ
ଅନୁବାଦ:
- ମ୍ୟାଡ଼େଲିନ୍ ସ୍ଲେଡ୍, ତୀର୍ଥଭୂମି ଭାରତ (୨୦୧୩)
- କରଣ ସିଂହ: ଆତ୍ମଜୀବନୀ
- ସନ୍ଥ ବିଭୂତି
- ମୃତ୍ୟୁ ପରେ
- ଜୀବନ ଓ ମୃତ୍ୟୁ ଦର୍ଶନ
- ଦ୍ୱାରିକା ମୋହନ ମିଶ୍ର (ସହଲେଖକ), ବ୍ରହ୍ମବାଦ ଦର୍ଶନ
ସମ୍ମାନ ଓ ପୁରସ୍କାର
- ଧରିତ୍ରୀ ସାରସ୍ୱତ ସମ୍ମାନ - ୧୯୮୨
- କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୨୦୦୯ (କରଣ ସିଂହ: ଆତ୍ମଜୀବନୀ)
- ରାଜଧାନୀ ପୁସ୍ତକମେଳା ଶ୍ରେଷ୍ଠ ଅନୁବାଦ ପୁରସ୍କାର - ୨୦୧୦ (ମୃତ୍ୟୁ ପରେ)
- ଉତ୍କଳ ସାହିତ୍ୟ ସମାଜର ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ - ୨୦୧୧
- ସନ୍ଧ୍ୟାତାରା ସାହିତ୍ୟ ସଂସଦ ସମ୍ମାନ - ୨୦୧୧
- ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ତରଫରୁ ରାଜ୍ୟସ୍ତରୀୟ ଶ୍ରୀଧର ସ୍ୱାମୀ ସମ୍ମାନ - ୨୦୧୨
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଜୀବନୀ ଓ ଭ୍ରମଣ ସାହିତ୍ୟ) - ୨୦୧୫ (ଲୌହମାନବ)
- ଓଡ଼ିଶା ପାଠକ ସାହିତ୍ୟ ସଂସଦ ସମ୍ମାନ - ୨୦୧୫