Deben Mishra
Quick Facts
Biography
ଦେବେନ ମିଶ୍ର (ମୃତ୍ୟୁ: ୧୫ ଅଗଷ୍ଟ ୨୦୨୨) ଜଣେ ଓଡ଼ିଆ କଥାଚିତ୍ର ସମ୍ପାଦକ ଥିଲେ । ତାଙ୍କ ସମ୍ପାଦିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ଯୋର ଯା'ର ମୂଲକ ତାର । ଏହାପରେ ସେ ପୁଅ ମୋର କଳା ଠାକୁର, ପରଦେଶୀ ଚଢ଼େଇ, କାଶିଆ କପିଳା, ଉଦଣ୍ଡୀ ସୀତା, ରଣଭୂମି ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ । ତାଙ୍କ ସମ୍ପାଦନାରେ ଶେଷ ଓଡ଼ିଆ କଥାଚିତ୍ର ଥିଲା ଜୀବନର ଚଲାପଥେ, ଯାହାକି ଡିସେମ୍ବର ୨୦୧୮ରେ ମୁକ୍ତିଲାଭ କରିଥିଲା । ସେ ୧୫ ଅଗଷ୍ଟ ୨୦୨୦ରେ ୬୨ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ ।
ଚଳଚ୍ଚିତ୍ର ସମ୍ପାଦନା
ଦେବନ ୧୯୮୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ସମ୍ପାଦନା କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ସମ୍ପାଦିତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଯୋର ଯା'ର ମୂଲକ ତାର । ଏହାପରେ ସେ ୧୯୮୭ ମସିହାର କଥାଚିତ୍ର ଚକା ଆଖି ସବୁ ଦେଖୁଛିର ସମ୍ପାଦନା କରିଥିଲେ ।
ପରବର୍ତ୍ତୀ ସମୟରେ ସେ ପୁଅ ମୋର କଳା ଠାକୁର, ରଜନୀଗନ୍ଧ, ଆସୁଛି ମୋ କାଳିଆ ସୁନା, ଦଇବ ଦଉଡ଼ି, ପରଦେଶୀ ଚଢ଼େଇ, ମା ମତେ ଶକ୍ତି ଦେ, ଚକାଡୋଳା କରୁଛି ଲୀଳା, ଉଦଣ୍ଡୀ ସୀତା ଆଦି କଥାଚିତ୍ରର ସମ୍ପାଦନା କରିଥିଲେ । ସେ ୮୦ଟିରୁ ଉର୍ଦ୍ଧ୍ୱ କଥାଚିତ୍ର ସମ୍ପାଦନା କରିଛନ୍ତି ।
ସମ୍ପାଦିତ ଚଳଚ୍ଚିତ୍ର
ବର୍ଷ | ଚଳଚ୍ଚିତ୍ର | ମନ୍ତବ୍ୟ |
---|---|---|
୧୯୮୬ | ଯୋର ଯା'ର ମୂଲକ ତାର | ସମ୍ପାଦିତ ପ୍ରଥମ ଓଡ଼ିଆ କଥାଚିତ୍ର |
୧୯୮୭ | ଚକା ଆଖି ସବୁ ଦେଖୁଛି | |
ମୃତ୍ୟୁ
ଦେବେନ ମିଶ୍ର ୨୦୨୦ ମସିହାର ଅଗଷ୍ଟ ମାସ ୧୫ ତାରିଖରେ ହୃଦଘାତରେ ପ୍ରାଣ ହରାଇଥିଲେ । ୧୫ ତାରିଖ ଦିନ ସନ୍ଧ୍ୟା ପାଖାପାଖି ସାଢ଼େ ୬ଟା ବେଳେ ସେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ ଏବଂ ରାତି ପାଖାପାଖି ସାଢ଼େ ୮ଟା ସମୟରେ ମୃତ୍ୟୁବରଣ କରିଥିଲେ ।
ଆଧାର
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଦେବେନ ମିଶ୍ର