peoplepill id: chintamani-acharya
CA
India
1 views today
4 views this week
Chintamani Acharya
Lawyer and writer

Chintamani Acharya

The basics

Quick Facts

The details (from wikipedia)

Biography

ଚିନ୍ତାମଣି ଆଚାର୍ଯ୍ୟ (୧୯ ଡିସେମ୍ବର ୧୮୯୧ - ୧୦ ମାର୍ଚ୍ଚ ୧୯୫୫) ପ୍ରାକସ୍ଵାଧୀନତା କାଳର ଜଣେ ଆଇନଜୀବୀ ଓ ସାହିତ୍ୟିକ ଥିଲେ । ସେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ଏବଂ ଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଜୀବନୀ

ଚିନ୍ତାମଣି ଆଚାର୍ଯ୍ୟ ୧୮୯୧ମସିହାରେ କଟକ ଜିଲ୍ଲାର କାଳିକାପୁରଠାରେ ଜନ୍ମଗ୍ରହଣ କରିଥିଲେ । ଆଇନରେ ଡିଗ୍ରୀ ହାସଲ ପରେ,ସେ ତତ୍କାଳୀନ ବିହାର-ଓଡ଼ିଶା ପାଟଣା ଉଚ୍ଚନ୍ୟାୟାଳୟରେ ଓକିଲାତି କରୁଥିଲେ । ଫଉଜଦାରୀ ମାମଲା ପରିଚାଳନା କରିବା ପାଇଁ ସେ ପ୍ରସିଦ୍ଧ ଥିଲେ । ଅର୍ଥଲାଳସା ନରଖି, ସେ ସ୍ଵାଧୀନତା ସଂଗ୍ରାମୀମାନଙ୍କ ପାଇଁ ନିଜ ଖର୍ଚ୍ଚରେ ମଧ୍ୟ ମାମଲା ଲଢି ତାଙ୍କର ଡିଗ୍ରୀ କରାଉଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରେ ସେ ଅଧ୍ୟାପନା କରୁଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତିଭାବରେ ସେ ୧୯୪୮-୧୯୫୧ପର୍ଯ୍ୟନ୍ତ କାମ କରିଥିଲେ । ୧୯୫୫ ମସିହା ମାର୍ଚ୍ଚ ୧୦ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।

ସାରସ୍ଵତ ସାଧନା

ଜଣେ ସାହିତ୍ୟିକ ଭାବରେ ଚିନ୍ତାମଣି ଆଚାର୍ଯ୍ୟଙ୍କର ପରିଚିତି ଥିଲା । ମାସିକ ପତ୍ରିକା ଝଙ୍କାର ଏବଂ ଶିଶୁ ପତ୍ରିକା ପଞ୍ଚାମୃତ ସମ୍ପାଦନା କରୁଥିଲେ । ତାଙ୍କ ଲେଖା ଓଡ଼ିଶାର ପ୍ରମୁଖ ପତ୍ରପତ୍ରିକାରେ ପ୍ରକାଶ ପାଉଥିଲା ।

ରଚନାବଳୀ

  • ଇତିହାସ ପ୍ରସଙ୍ଗ
  • ଜଗନ୍ନାଥ ଦାସ
  • କଟକ
  • ଭୁବନେଶ୍ଵର
  • ଶ୍ରୀକୃଷ୍ଣ
  • ବିକ୍ରମାଦିତ୍ୟ
  • ମଙ୍ଗଳ ସ୍ଵପ୍ନ
  • ଗୋପାଳନ

ଉପାଧୀ ଓ ସମ୍ମାନ

  • ରାୟବାହାଦୂର

    ଆଧାର

    The contents of this page are sourced from Wikipedia article. The contents are available under the CC BY-SA 4.0 license.
    Lists
    Chintamani Acharya is in following lists
    comments so far.
    Comments
    From our partners
    Sponsored
    Chintamani Acharya
    arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes