peoplepill id: chandrasekhar-dasburma
CD
India
2 views today
4 views this week
Chandrasekhar Dasburma
Odia writer

Chandrasekhar Dasburma

The basics

Quick Facts

Intro
Odia writer
Places
Work field
Gender
Male
Age
77 years
Awards
Sahitya Akademi Translation Prize
(1999)
The details (from wikipedia)

Biography

ଚନ୍ଦ୍ରଶେଖର ଦାସବର୍ମା (୧ ମାର୍ଚ୍ଚ ୧୯୪୫-୧୬ ମଇ ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ଗଳ୍ପ, ପ୍ରବନ୍ଧ, ନାଟକ, ଆଲୋଚନା ଓ ଅନୁବାଦ ସାହିତ୍ୟରେ ନିଜ ଲେଖନୀ ଚାଳନା କରିଥିଲେ ।ବୃତ୍ତିରେ ସେ ଜଣେ ଯନ୍ତ୍ରୀ ଥିଲେ ଓ ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟ କରି ମୁଖ୍ୟଯନ୍ତ୍ରୀ ପଦବୀରେ ଥାଇ ଅବସର ଗ୍ରହଣ କରିଥିଲେ । ସେ ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସମ୍ପାଦକ ଏବଂ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଉପସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ ।

ସାହିତ୍ୟ ସର୍ଜନା

ଚନ୍ଦ୍ରଶେଖର, ୧୯୭୦ ମସିହାରୁ ଲେଖାଲେଖି ଆରମ୍ଭ କରିଥିଲେ । ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ । ସେ ୨୫୦ରୁ ଅଧିକ ଗପ, ୯ଟି ଅନୁବାଦ ପୁସ୍ତକ, ୩ଟି ନାଟ୍ୟ ସଂକଳନ, ଗୋଟିଏପ୍ରବନ୍ଧ ଓ ଗୋଟିଏ ଆଲୋଚନା ଗ୍ରନ୍ଥ ରଚନା କରିଥିଲେ । ସେ କଥାକାର, ତ୍ରିବେଣୀ, ଅଧୁନାପୁନେଇ ଜହ୍ନ ପତ୍ରିକାର ସମ୍ପାଦନା କରିଥିଲେ । ହିନ୍ଦୀ ଲେଖକ କ୍ରିଷନ ଚନ୍ଦରଙ୍କର ପୁସ୍ତକକୁ ଗୋଟିଏ ଗଧର ଆତ୍ମକଥା ନାମରେ ଓଡ଼ିଆ ଭାଷାକୁ ଅନୁବାଦ କରି ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ । ସେହିପରି ୨୦୧୪ ମସିହାରେ ତାଙ୍କ ଗଳ୍ପ ସଂକଳନ ଝଡ଼ ଓ ଅନ୍ୟାନ୍ୟ ଗଳ୍ପ ସଂସ୍କୃତ ଭାଷାରେ ଅନୁବାଦିତ ହୋଇ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲା ।

ରଚନାବଳୀ

ଗଳ୍ପ ସଂକଳନ

  • ଅନ୍ୟ ମଣିଷ
  • ତୁଠ
  • ନୂଆ ପୁରୁଣା
  • ସଂପର୍କ
  • ଅନ୍ୱେଷଣ
  • ପାଷାଣୀ କନ୍ୟା
  • ମେଘୁଆ ଆକାଶ
  • ଇନ୍ଦ୍ରଧନୁ
  • ମୋପାସା ରେସ୍ତୋରାଁ
  • ଏକ ଯବ ସ୍ୱର ଅନେକ
  • ସ୍ୱପ୍ନର ସହର
  • ବୋମା
  • ଝଡ଼ ଓ ଅନ୍ୟାନ୍ୟ ଗପ
  • ଉଜୁଡ଼ା ଘରର ନକ୍ସା
  • ପ୍ରେମ ଓ ସୁନାମି
  • ଗଳ୍ପ ସମଗ୍ର -୧
  • ଗଳ୍ପ ସମଗ୍ର -୨
  • ଗଳ୍ପ ସମଗ୍ର -୩

ଅନ୍ୟାନ୍ୟ

  • ୯ଟି ଅନୁବାଦ ପୁସ୍ତକ
  • ୩ଟି ନାଟ୍ୟ ସଂକଳନ
  • ୧ଟି ପ୍ରବନ୍ଧ
  • ୧ଟି ଆଲୋଚନା

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ସମ୍ମାନ - ୧୯୯୯
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ - ୧୯୯୯
  • ଆଦିକବି ସାରଳା ଦାସ ସମ୍ମାନ
  • ଉପେନ୍ଦ୍ର ଭଞ୍ଜ ପୁରସ୍କାର
  • ଚିନ୍ତା ଓ ଚେତନା ପୁରସ୍କାର
  • ଗୋକର୍ଣ୍ଣିକା ପୁରସ୍କାର
  • ଜୀବନ ରଙ୍ଗ ପୁରସ୍କାର

ଆଧାର

The contents of this page are sourced from Wikipedia article. The contents are available under the CC BY-SA 4.0 license.
Lists
Chandrasekhar Dasburma is in following lists
comments so far.
Comments
From our partners
Sponsored
Credits
References and sources
Chandrasekhar Dasburma
arrow-left arrow-right instagram whatsapp myspace quora soundcloud spotify tumblr vk website youtube pandora tunein iheart itunes